ବିଜେଡି ଛାଡ଼ୁଛନ୍ତି ହେଭିୱେଟ ନେତା : ଢାଲିଙ୍କ ପରେ ବିଜେଡି ଦଳରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି…

ମାଲକାନଗିରି : ବିଜେଡି ଛାଡ଼ୁଛନ୍ତି ହେଭିୱେଟ ନେତା । ଢାଲିଙ୍କ ପରେ ବିଜେଡି ଦଳରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଓ ଜଣେ ଉତ୍ତମ ସଂଗଠକ ମୁକୁନ୍ଦ ସୋଡି ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡି ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଥିବା ବେଳେ ଏହାକୁ ନେଇ ଜିଲ୍ଲାରେ ଚହଳ ପଡିଛି । ଜିଲ୍ଲା ବିଜେଡି ପାଇଁ ଏହା ଏକ ଶାକ୍ତ ଝଟକା ହୋଇଥିବା ବେଳେ ଏହା ଆଗାମୀ ଦିନରେ ଦଳ ପାଇଁ କ୍ଷତି କାରକ ହେବ ବୋଲି ସାଧାରଣରେ ଚର୍ଚା ହେଉଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ସୋଡି ଆଜି ଏହି ଇସ୍ତଫା ଦେଇଥିବା ବେଳେ ସେ ୨୦୦୯ ମସିହାରେ ବିଜେଡି ଦଳରେ ରହି ମାଲକାନଗିରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଏହାପରେ ସେ ଗତ ନିର୍ବାଚନ ଅର୍ଥାତ ୨୦୧୯ରେ ମଧ୍ୟ ଦଳ ପକ୍ଷରୁ ଟିକେଟ ପାଇ ଲଢେଇ କରିଥିବା ବେଳେ ପରାଜୟ ସ୍ଵୀକାର କରିଥିଲେ । ତେବେ ବିଗତ ଦିନରେ ସେ ବିଜେପିରେ ସାମିଲ ହୋଇଥିବା ବେଳେ ଗତ ନିର୍ବାଚନ ବେଳେ ବିଜେପି ଛାଡି ବିଜେପି ରେ ସାମିଲ ହୋଇଥିଲେ ଓ ବିଧାୟକ ଟିକେଟ ହତେଇ ଥିଲେ । ଦଳରେ ଅବହେଳା, ବରିଷ୍ଠ କର୍ମୀଙ୍କୁ ଅଣ ଦେଖା ଓ ଦଳୀୟ କାର୍ଯ୍ୟରେ ସାମିଲ ନକରିବା ଯୋଗୁଁ ସେ ଦଳ ଛାଡିଥିବା ସହ ଆସନ୍ତା କାଲି ସେ ବିଜେପିରେ ସାମିଲ ହେବେ ବୋଲି ପ୍ରକାଶ କରିଛନ୍ତି । ଏହାକୁ ନେଇ ଜିଲ୍ଲାରେ ଚର୍ଚା ଜୋର ଧରିଥିବା ବେଳେ ଏହା ବିଜେଡି ଦଳରେ ଥିବା ଫାଟ ଓ ଦଳୀୟ ନେତାଙ୍କ ଅସନ୍ତୋଷ ଭାବକୁ ପ୍ରକାଶ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଛି ।

nis-ad
Leave A Reply

Your email address will not be published.