ରାତ୍ରୀ ଅନ୍ଧକାରରେ ଶିକ୍ଷୟିତ୍ରୀଙ୍କ ସ୍କୁଟର ପୋଡିଦେଲେ ଦୁର୍ବୃତ…


ଦେବଗଡ଼ :,୩|୩:ଗତକାଲି ବିଳମ୍ବିତ ରାତ୍ରୀରେ ଦେବଗଡ ଥାନା ବସାଲଇ ଗ୍ରାମ ପଂଚାୟତର କୁଣ୍ଡାପିଠା ଗ୍ରାମର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ଘର ଅଗଣାରେ ଥିବା ସ୍କୁଟରକୁ କୋଣସି ଦୁର୍ବୃତ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଦେବଗଡ ଆଦର୍ଶ ଥାନା ପୁଲିସ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ ବାରକୋଟ ବ୍ଲକ ସଦର ମହକୁମା ସ୍ଥିତ ଡଅଁରା ପଂଚାୟତ ସମିତି ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତା କୁଣ୍ଡାପିଠା ଗ୍ରାମର ଭୂବନେଶ୍ୱରୀ ସ୍ୱାଇଁ ଅନ୍ୟ ଦିନ ମାନଙ୍କ ଭଳି ଗତକାଲି ମଧ୍ୟ ସଂଧ୍ୟା ସମୟରେ ତାଙ୍କର ନୀଳ ରଙ୍ଗର ସ୍କୁଟର(ନଂ-ଓଡି ୧୯ ଏଚ୍ ୯୪୨୫)ଟିକୁ ତାଲା ପକାଇ ଘରର ପର୍ଟିକୋ ତଳେ ରଖିଥିଲେ । ତେବେ ରାତ୍ରୀ ପ୍ରାୟ ୨ଟା ସମୟରେ ଅସ୍ୱାଭାବିକ ଶବ୍ଦ ହୋଇଥିଲା । ଫଳରେ ଭୂବନେଶ୍ୱରୀ ଝରକା ପଟୁ ଦେଖିବା ବେଳକୁ ନାଲି ରଙ୍ଗର ଲାଇଟ ଜଳୁଥି ଭଳି ତାଙ୍କର ମନେ ହୋଇଥିଲା । କବାଟ ଖୋଲି ଦେଖିବା ବେଳକୁ ତାଙ୍କ ପର୍ଟିକୋ ତଳେ ଥିବା ସ୍କୁଟରରେ ହୁତୁହୁତୁ ହୋଇ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ ।କିଛି ସମୟ ପରେ ସ୍କଟରଟି ବି ଷ୍ଫୋରଣ ମଧ୍ୟ ହୋଇଥିଲା । ତେବେ ସ୍କୁଟରରେ କିଏ ଓ କାହିଁକି ନିଅଁ ଲଗାଇ ପୋଡିଦେଲା ତାହା ଜଣାପଡିନଥିଲେ ହେଁ ପୂର୍ବରୁ ତାଙ୍କୁ ପିଛା କରିବା ସହ ଫୋନ ଯୋଗେ ହଇରାଣ ହରକତ କରୁଥିବା ଏବଂ ତାଙ୍କ ସ୍ୱାମୀ ମୁରଲୀଧର ସାମଲଙ୍କୁ ହତ୍ୟା ଧମକ ଦେଇଥିବା ବସାଲଇ ଗ୍ରାମର ଆଲୋକ ସାମଲ ତାଙ୍କର ସ୍କୁଟରରେ ନିଆଁ ଲଗାଇ ଦେଇଥିବା ତାଙ୍କର ସନ୍ଦେହ ହେଉଛି ବୋଲି ଅଭିଯୋଗ କାରୀଣୀ ଭୂବନେଶ୍ୱରୀ ଅଭିଯୋଗ କରିଛନ୍ତି । ଏନେଇ ସେ ଦେବଗଡ ଆଦର୍ଶ ଥାନାରେ ଲିଖୀତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଳାଇଛି । ଏ ଘଟଣା ଆଜି ସମ୍ପୃକ୍ତ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

nis-ad
Leave A Reply

Your email address will not be published.