ରିଆମାଳ ଓ ବାରକୋଟ ବ୍ଲକକୁ ରାଜସ୍ୱ ଉପଖଣ୍ଡ ଓ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ଦାବୀ…


ଜିଲା କଂଗ୍ରେସ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ


ଦେବଗଡ,୧ା୩:ଦେବଗଡ ଜିଲାର ରିଆମାଳ ଓ ବାରକୋଟ ବ୍ଲକକୁ ରାଜସ୍ୱ ଉପଖଣ୍ଡ ଓ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ନିମନ୍ତେ ଦେବଗଡ ଜିଲା କଂଗ୍ରେସ କମିଟୀ ପକ୍ଷରୁ ଦାବୀ କରାଯିବା ସହ ଏମର୍ମରେ ଜିଲାପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦେବଗଡ ଜିଲା କଂଗ୍ରେସ କମିଟୀ ସଭାପତି ସେମ୍ ହେମ୍ରମଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳଙ୍କ ଅନୁପସ୍ଥିତିରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗଙ୍କୁ ଉପରୋକ୍ତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦେବଗଡ ଜିଲା ଏକ ପଛୁଆ ଜିଲା ହୋଇଥିବା ବେଳେ ଜିଲାର ୯୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ନିକଟ ଅତୀତରେ ରାଜ୍ୟ ସରକାର ନୂତନ ଭାବେ ରାଜ୍ୟର ୩୫ଟି ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା କରିଛନ୍ତି । ମାତ୍ର ବିଡମ୍ବନାର ବିଷୟ ଏହା ଯେ, ଦେବଗଡ ଜିଲାର କୋଣସି ବ୍ଲକକୁ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା କରିନାହାନ୍ତି । ଏଣୁ ଉପରୋକ୍ତ ରିଆମାଳ ଓ ବାରକୋଟ ବ୍ଲକକୁ ରାଜସ୍ୱ ଉପଖଣ୍ଡ ଓ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା କଲେ ଅଂଚଳବାସୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ହାତ ପାଆନ୍ତାରେ ପାଇ ପାରିବେ ବୋଲି ଉକ୍ତ ସ୍ମାରକ ପତ୍ରରେ ଦର୍ଶଯାଇଛି । ସ୍ମାରକପତ୍ର ପ୍ରଦାନ ସମୟରେ ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟ୍ଟନାୟକ ଓ ଜିଲା ଯୁବ କଂଗ୍ରେସ ସଭାପତି ସଲମନ ହେନେଜଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.