ମାଟି ତଳୁ ଉଦ୍ଧାର ହୋଇଥିବା ମହିଳାଙ୍କ ପରିଚୟ ମିଳିଲା:ଶାଲ୍ ରେ ଗଳାଚିପି ହତ୍ୟା କରାଯାଇଥିବା ସନ୍ଦେହ..!

୨ ବର୍ଷ ପୂର୍ବେ ସ୍ୱାମୀ ଓ ଶିଶୁ କନ୍ୟାକୁ ଛାଡି ପ୍ରେମିକ ସହ ଫେରାର ହୋଇଯାଇଥିଲେ


ଦେବଗଡ଼,୨ା୩: ରିଆମାଳ ଥାନା ତାଳକୁଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ମଧ୍ୟପୁର ଗ୍ରାମ ଖେଳପଡିଆ ନିକଟରେ ମାଟି ତଳୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଠାବ କରାଯାଇଥିବା ବେଳେ ଶନିବାର ଉଦ୍ଧାର କରାଯାଇ ବ୍ୟବଚ୍ଛେଦ କରାଯାଇଥିଲା । ସେହିପରି ମୃତା ମହିଳା ଜଣକ ସମ୍ବଲପୁର ଜିଲା ରେଢାଖୋଲ ଥାନା ଅନ୍ତର୍ଗତ ବଡଖୋଳ ଗ୍ରାମର ବିବାହିତା ମହିଳା ମୀନା କିସାନ(୨୫) ବୋଲି ଜଣାପଡିଛି । ଆଜି ମୃତା ମୀନାଙ୍କ ମା’ ଜାନକୀ କିସାନ ମୃତ ଦେହଟି ତାଙ୍କ ଝିଅ ମୀନାଙ୍କର ବୋଲି ଚିହ୍ନଟ କରିବାପରେ ମୃତଦେହକୁ ମାଟିରେ ପୋତି ଦିଆଯାଇଛି । ଗତକାଲି ସକାଳେ ମୃତା ମହିଳା ମୀନାଙ୍କ ମା’ ଜାନକୀଙ୍କ କହିବା ଅନୁଯାୟୀ କିଛି ବର୍ଷ ପୂର୍ବେ ତାଙ୍କ ବଡ ଝିଅକୁ ନାକଟିଦେଉଳ ଥାନା ଅନ୍ତର୍ଗତ କେଲୋବଳମ୍ ଗ୍ରାମର ଦାଶରଥି କିସାନଙ୍କ ସହିତ ବିବାହ ଦେଇଥିଲେ । ମାତ୍ର ତାଙ୍କ ଝିଅ ଅନ୍ୟ ଜଣେ ଯୁବକ ସହିତ ଫେରାର ହୋଇଯିବାରୁ ସାନଝିଅ ମୀନା କିସାନଙ୍କୁ ତାଙ୍କ(ଦାଶରଥିଙ୍କ) ସହିତ ବିବାହ କରାଇଥିଲେ । ମାତ୍ର ପ୍ରାୟ ୨ ବର୍ଷ ପୂର୍ବେ ମୀନା ସ୍ୱାମୀ ଦାଶରଥୀ ଓ ଏକ ବର୍ଷର ଶିଶୁ କନ୍ୟାଙ୍କୁ ଛାଡି ପେଶାରେ ଡ୍ରାଇଭର ଥିବା ନାକଟିଦେଉଳ ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମର ପ୍ରମୋଦ କିସାନ ନାମକ ଅନ୍ୟଜଣେ ଯୁବକ ସହ ଫେରାର ହୋଇ ସ୍ୱାମୀ–ସ୍ତ୍ରୀ ଭାବେ ଏଣେତେଣେ ରହୁଥିଲେ । ମାତ୍ର ସେମାନେ କେଉଁଠି ରହୁଥିଲେ ଓ କେମିତି ଚଳୁଥିଲେ ସେନେଇ ତାଙ୍କ ନିକଟରେ କୌଣସି ସୂଚନା ନଥିଲା । ମୃତା ମହିଳା ମୀନାଙ୍କ ମା’ ଜାନକୀଙ୍କ କହିବା ଅନୁଯାୟୀ କିଛି ବର୍ଷ ପୂର୍ବେ ତାଙ୍କ ବଡ ଝିଅକୁ ନାକଟିଦେଉଳ ଥାନା ଅନ୍ତର୍ଗତ କେଲୋବଳମ୍ ଗ୍ରାମର ଦାଶରଥି କିସାନଙ୍କ ସହିତ ବିବାହ ଦେଇଥିଲେ । ମାତ୍ର ତାଙ୍କ ଝିଅ ଅନ୍ୟ ଜଣେ ଯୁବକ ସହିତ ଫେରାର ହୋଇଯିବାରୁ ସାନଝିଅ ମୀନା କିସାନଙ୍କୁ ତାଙ୍କ(ଦାଶରଥିଙ୍କ) ସହିତ ବିବାହ କରାଇଥିଲେ । ମାତ୍ର ପ୍ରାୟ ୨ ବର୍ଷ ପୂର୍ବେ ମୀନା ସ୍ୱାମୀ ଦାଶରଥୀ ଓ ଏକ ବର୍ଷର ଶିଶୁ କନ୍ୟାଙ୍କୁ ଛାଡି ପେଶାରେ ଡ୍ରାଇଭର ଥିବା ନାକଟିଦେଉଳ ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମର ପ୍ରମୋଦ କିସାନ ନାମକ ଅନ୍ୟଜଣେ ଯୁବକ ସହ ଫେରାର ହୋଇ ସ୍ୱାମୀ–ସ୍ତ୍ରୀ ଭାବେ ଏଣେତେଣେ ରହୁଥିଲେ । ମାତ୍ର ସେମାନେ କେଉଁଠି ରହୁଥିଲେ ଓ କେମିତି ଚଳୁଥିଲେ ସେନେଇ ତାଙ୍କ ନିକଟରେ କୌଣସି ସୂଚନା ନଥିଲା । ଗତକାଲି ସକାଳେ ମଧ୍ୟପୁର ଗ୍ରାମର ଜଣେ ଛେଳି ଚରାଳି ଉକ୍ତ ଗ୍ରାମର ଖେଳପଡିଆ ନିକଟସ୍ଥ ନାଳ କଡରେ ଛେଳି ଚରାଉଥିବା ବେଳେ ସେଠାରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିବା ଏବଂ ମାଟି ଖୋଳି କେତେକ କୁକୁର ପଚା ମାଂଶ ଖାଉଥିବା ଦେଖିବାକୁ ପାଇଥିଲେ । ପାଖକୁ ଯାଇ ଦେଖିବାରୁ ଏକଫୁଟ ଗଭୀରରେ ଏକ ଗଳିତ ମୃତଦେହ ରହିଥିବା ଓ ନିକଟରେ ଏକ ଡ୍ରେସ ଓ ଭଙ୍ଗା କାଚ ଚୁଡି ପଡିଥିବା ଦେଖିବାକୁ ପାଇ ଛେଳିଚରାଳି ଜଣକ ତାଳକୁଣ୍ଡି ପଂଚାୟତର ସରପଂଚ ଆମାର୍ସନ ହେମ୍ରମଙ୍କୁ ଜଣାଇଥିଲେ । ସରପଂଚ ଶଯରୀ ହେମ୍ରମ ନିଜେ ଘଟଣା ସ୍ଥଳରେ ପହଂଚିବା ସହ ରିଆମାଳ ଥାନା ପୁଲିସକୁ ଏନେଇ ସୂଚନା ଦେବାରୁ ସଂଧ୍ୟାରେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ମାତ୍ର ନିକଟ ଅତୀତରେ ଉକ୍ତ ଗ୍ରାମର କୌଣସି ବିବାହିତା ମହିଳାଙ୍କର ମୃତ୍ୟୁ ଘଟିନଥିବା ଓ ଏହାର ଆଖପାଖରେ କୌଣସି ମଶାଣୀ ଭରବଦ୍ଭ ନଥିବାରୁ ଏହା କାହାର ମୃତଦେହ ତାହା ଜଣାପଡିନଥିଲା । ଫଳରେ ଏହା ଏକ ହତ୍ୟା କାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରିବାସହ ଅଧିକ ତଦନ୍ତ ନିମନ୍ତେ ସାଂଟିଫିକ ଟିମର ସହାୟତାକୁ ଅପେକ୍ଷା କରିଥିଲା । ଏଣେ ମୀନା ଓ ପ୍ରମୋଦ ଓ ଦ୍ୱିତୀୟ ସ୍ୱାମୀ ପ୍ରମୋଦ ମୀନାଙ୍କର ସମ୍ପର୍କୀୟ ଭିଣୋଇ ମଧ୍ୟପୁର ଗ୍ରାମର ଗୁରୁଚରଣ କିସାନଙ୍କ ଘରେ ରହୁଥିବା ଏବଂ ସରସ୍ୱତୀ ପୂଜା ପୂର୍ବ ରାତ୍ରୀରୁ ନିଖୋଜ ଥିବାରୁ ପୁଲିସ ମନରେ ସନ୍ଦେହ ସୃଷ୍ଟି ହେବା ସହ ପୁଲିସ ମୀନାଙ୍କର ମା’ ଜାନକୀଙ୍କୁ ଡକାଇଥିଲା । ଆଜି ସାଇଂଟିଫିକ ଟିମ୍ ଉପସ୍ଥିତିରେ ମାଟିତଳୁ ମୃତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଏହା ତାଙ୍କର ଝିଅ ମୀନାର ବୋଲି ଜାନକୀ ଚିହ୍ନଟ କରିଥିଲେ । ମୃତଦେହ ଉଦ୍ଧାର ସମୟରେ ଏକ ଶାଲ୍ ଦ୍ୱାରା ମୀନାଙ୍କ ଗଳାକୁ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ଶାଲ୍ ଦ୍ୱାରା ଗଳାଚିପି ମୀନାଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସର ସନ୍ଦେହ ଦୃଢୀଭୁତ ହୋଇଛି । ଏଥିସହ ସରସ୍ୱତୀ ପୂଜା ପୂର୍ବ ରାତ୍ରୀରୁ ମୀନାଙ୍କ ଦ୍ୱିତୀୟ ସ୍ୱାମୀ ପ୍ରମୋଦ ନିଖୋଜ ଥିବାରୁ ସେ ହିଁ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ପୁଲିସ ପକ୍ଷରୁ ସନ୍ଦେହ କରାଯାଉଛି । ତେବେ ଖବର ଲେକାଯିବା ପର୍ଯ୍ୟନ୍ତ ପୁଲିସ ଏ ମାମଲାରେ କାହାରିକୁ ଗିରଫ କରିପାରିନଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.