ଛେଳିଗଡ ପ୍ରକଳ୍ପ କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ, ଭାଗଚାଷୀଙ୍କ ଦାବିପତ୍ର ପ୍ରଦାନ

ଆର,ଉଦୟଗିରି : ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଛେଳିଗଡ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କ୍ଷତି ସହିବାକୁ ଥିବା ଭାଗଚାଷୀ, କ୍ଷୁଦ୍ର ବ୍ୟବସାୟୀ ତଥା ଉଠାଦୋକାନୀ, ଦିନମଜୁରିଆ, ପଶୁପାଳନ ଓ ବ୍ୟବସାୟୀ ଆର,ଉଦୟଗିରି ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିର୍ମାଣ ହେଉଥିବା ଛେଳିଗଡ ଜଳ ପ୍ରକଳ୍ପ ଏକ ଜନହିତକର ପଦକ୍ଷେପ । ପ୍ରକଳ୍ପର ବିସ୍ଥାପିତ ପରିବାର ନିଜ ନିଜ ବାସଗୃହ ଏବଂ ଚାଷଜମି ନିମନ୍ତେ ଉପଯୁକ୍ତ କ୍ଷତିପୂରଣ ଭରଣା ପାଇ ନୂତନ ସ୍ଥାନରେ ଥଇଥାନ ହୋଇଛନ୍ତି । ହେଲେ ଛେଳିଗଡର ଦିନମଜୁରିଆ, ଭାଗଚାଷୀ, ବ୍ୟବସାୟୀଙ୍କ ନିମନ୍ତେ ବତ୍ତମାନ ସୁଦ୍ଧା ଜୀବନଜୀବିକା ପରିଚାଳନା ନିମନ୍ତେ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଏହି ପ୍ରକଳ୍ପ ଦ୍ବାରା ଉଠାଦୋକାନୀ ତଥା ଅସ୍ଥାୟୀ ବ୍ୟବସାୟୀ କ୍ଷତି ସହିବେ । ପ୍ରକଳ୍ପରେ ଛେଳିଗଡ ଅଞ୍ଚଳର ପ୍ରାୟ ୧୨୦ ହେକ୍ଟର ଚାଷଜମି, ଗୋଚର ଜମି ଜଳମଗ୍ନ ହେବ ସହ ୧୨୦୦ରୁ ଉଦ୍ଧ୍ବ ପରିବାର ବିସ୍ଥାପିତ ହେବେ ଗ୍ରାମର କିଛି ଗ୍ରାମବାସୀ, ଭାଗଚାଷୀ, ଦିନମଜୁରିଆ, ପଶୁପାଳନ ଓ ବ୍ୟବସାୟ ପରୋକ୍ଷରେ କ୍ଷତିଗ୍ରସ୍ତ ହେବା ସହ ଜୀବନ ଜୀବିକା ହରାଇବେ ବୋଲି ଦାବିପତ୍ର ବିଡିଓ ଲରିମନ ଖର୍ସେଲଙ୍କୁ ପ୍ରଦାନ କରିଥିଲେ । ସେମାନଙ୍କୁ ସହାୟତା ପ୍ରଦାନ ଲାଗି ନିବେଦନ କରାଯାଉଛି । ସ୍ମାରକପତ୍ରର ନକଲ ଜନସମ୍ପଦ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର,ଗଜପତି ଜିଲ୍ଲାପାଳ, ଆର,ଉଦୟଗିରି ବିଡିଓଙ୍କ ସମେତ ଛେଳିଗଡ ଜଳସେଚନ ପ୍ରକଳ୍ପର ମୁଖ୍ୟ ଅଧୀକ୍ଷଣ ଯନ୍ତୀଙ୍କୁ ପଠାଇଥିବା କହିଛନ୍ତି ।

nis-ad
Leave A Reply

Your email address will not be published.