ରାଜନଗରରେ ଦୁର୍ନୀତି ନେଇ ଚା’ଖଟିରେ ଵିଧାୟକଙ୍କୁ ପ୍ରଶ୍ନ ବାଣରେ ଘାଇଲା କଲେ ସୁରକ୍ଷାମଞ୍ଚ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବଜାର ସ୍ଥିତ ନଳି ଚାହା ଦୋକାନରେ ଗତକାଲି ଅଭିନଵ ଉପାୟରେ ଵିଧାୟକ ଧୃଵ ସାହୁଙ୍କ ସମେତ ତାଙ୍କର ଶୁଭେଛୁମାନେ ଚା ପିଉଥିବା ଦୃଶ୍ୟମାନ ହୋଇଥିଲା। “ଦିନେ ନାହିଁ କାଳେ ନାହିଁ ଗହ୍ମା ପୁନେଇରେ ମାଇଁ ମାଇଁ। ଏହି ମର୍ମରେ ପାଞ୍ଚ ବର୍ଷ ମଧ୍ୟରେ ଠିକାଦାରଙ୍କୁ ଛାଡି ଦେଲେ ସାଧାରଣ ଲୋକଙ୍କ ସେଵାରେ ବିଧାୟକଙ୍କର ତତ୍ପରତା ଦେଖା ଦେଇ ନଥିଲା କିମ୍ବା ଗାଡିରୁ ଓହ୍ଲାଇ କେଵେ ଚା ଦୋକାନରେ ଖଟି କରିବା ଲୋକଲୋଚନକୁ ଆସିନଥିବା ଚା ଦୋକାନ ନିକଟରେ ଛିଡା ହୋଇଥିବା କେତେକ ଲୋକ ଏପରି ମତ ଦେଇଛନ୍ତି । ହେଲେ କିଛିଦିନ ହେବ ଅଂଶୁମାନ ମହାନ୍ତି ଵିଜେଡିରେ ହଜାର ହଜାର ସମର୍ଥକଙ୍କ ସହ ଶଙ୍ଖ ଭବନରେ ମିଶିବା ପରେ ଧୃବଙ୍କ ଚିନ୍ତା ବଢିଯାଇଛି। ଯାହାକି ଗତକାଲି ଦିନ 11ଟା ସମୟରେ ଗୋପାଳପୁର ପୁର୍ତ୍ତ ବିଭାଗ ବଙ୍ଗଳାରେ କିଛି କର୍ମୀଙ୍କୁ ନେଇ ବିଧାୟକ ବୈଠକ କରିଥିଲେ।ଗତକାଲି ପୂର୍ଵପ୍ରସ୍ତୁତି ପ୍ରକାରେ ରାଜନଗର ଵ୍ଲକ ଛକ ନିକଟସ୍ଥ ନଳୀ ଚା ଦୋକାନରେ ପ୍ରାୟ 40/50ଟା ଚେୟାର ପଡିଥିଲା ,ଅପରାହ୍ନରେ କିଛି ଶୁଭେଛୁଙ୍କ ସହ ଵିଧାୟକ ଶ୍ରୀଯୁକ୍ତ ସାହୁ ସମ୍ପୃକ୍ତ ଚା ଦୋକାନରେ ବସି ନିଜେ ଚା ପିଇବା ସହ କର୍ମୀଙ୍କୁ ଚା ଦେଇଥିଲେ ଏବଂ ଯାଉଥିବା ଲୋକଙ୍କୁ ଡାକି ଚା ଦେଇଥିଲେ, ଏପରି ଦୃଶ୍ୟ ଦେଖି ବାଟରେ ଯାଉଥିବା ହାଟ ଓ ଅଫିସକୁ ଆସିଥିବା ହାତଗଣତି ଲୋକ ବିଧାୟକଙ୍କୁ ଘେରି ଚା ପିଉଥିବା ସମୟରେ ଅଞ୍ଚଳର ବିକାଶ ହୋଇଥିବା ପ୍ରଵଚନ ଦେଉଥିଲେ।ଏହି ସମୟରେ ସୁରକ୍ଷା ମଞ୍ଚର ପକ୍ଷରୁ ଶ୍ରୀ ମହାପାତ୍ର ରାଜନଗରରେ ବିକାଶ ନାଁରେ ପୁଳା ପୁଳା ଦୁର୍ନୀତି ଯାହାକି କାର୍ଯ୍ୟ ନକରି ଅର୍ଥ ହଡପ ହୋଇଥିବା ପ୍ରମାଣ ସହ ବିଧାୟକ ଶ୍ରୀ ସାହୁଙ୍କୁ ପ୍ରଶ୍ନବାଣରେ ତୀରମାରିଲା ଭଳି ହୋଇଥିଲା,କିନ୍ତୁ ବିଧାୟକଙ୍କ ଠାରୁ ସଠିକ୍ ଉତ୍ତର ମିଳିନଥିଲେ ମଧ୍ୟ ଲିଖିତ ଅଭିଯୋଗ ଦିଅଵୋଲି କହି ଆଉ ଅଧିକ ସମୟ ରହିଲେ ଵହୁତ ଦୁର୍ନୀତି ଅଭିଯୋଗ ଆସିବା ଆଶଙ୍କା କରି ଚା ଖଟି ଛାଡି ଚାଲିଯାଇଥିବା ଉପସ୍ଥିତ ଲୋକମାନେ କହିଛନ୍ତି।ଆଗକୁ ନିର୍ବାଚନ ଥିବାରୁ ଵିଧାୟକଙ୍କର ଏପରି ଅଭିନଵ ପ୍ରୟାସ ସାଧାରଣ ଲୋକଙ୍କୁ ହାସ୍ୟାସ୍ପଦରେ ପରିଣତ କରିଛି । ଦିନକୁ ଦିନ ଲୋକ ସମର୍ଥନ ବିଧାୟକଙ୍କ ପ୍ରତି ହ୍ରାସ ପାଉଥିବାରୁ ବିଭିନ୍ନ ଉପାୟରେ ନିକଟତମ ହେବାକୁ ଚେଷ୍ଟା କରିବା ବିଫଳତାର ପରିଚୟ ହେଵ ବୋଲି ବାଟରେ ଘାଟରେ ଚର୍ଚ୍ଚା ଯୋର୍ ଧରିଛି।

nis-ad
Leave A Reply

Your email address will not be published.