ଜିଲ୍ଲାସ୍ତରୀୟ ବିଶ୍ୱ ହୁଇଲ୍ ଚେୟାର ଦିବସ ପାଳିତ…

ଛତ୍ରପୁର, :ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମିନି-ଷ୍ଟାଡିୟମ୍ ଠାରେ ବିଶ୍ବ ହୁଇଲ୍ ଚେୟାର ଦିବସ ପାଳିତ ହୋଇଯାଇଛି।। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମ ବର୍ଗର ଲୋକଙ୍କ ଯୋଗଦାନ ହୋଇଥିବା ବେଳେ ଏହି ଅବସରରେ ଭିନ୍ନକ୍ଷମବ୍ୟକ୍ତିମାନଙ୍କୁ ନେଇ ଏକ ହୁଇଲ୍ ଚେୟାର ରାଲି ବାହାରି ଛତ୍ରପୁର ମିନି-ଷ୍ଟାଡିୟମରେ ପହଞ୍ଚିଥିଲା। ସେଠାରେ ଭିନ୍ନକ୍ଷମଙ୍କ ଦ୍ଵାରା ଉତ୍ସର୍ଗୀକୃତ ଏକ ଭବ୍ୟ-ସମ୍ବର୍ଦ୍ଧନା ଓ ଆନୁଷ୍ଠାନିକ ସଭା ଅନୁଷ୍ଠିତ ହୋଇଥିଲା। ଆନୁଷ୍ଠାନିକ ସଭାରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ହୁଇଲ୍ ଚେୟାର ଦିବସ r ମହତ୍ତ୍ୱ ବୁଝାଇ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ଜଣେ ଜଣେ ସାଧାରଣ ବର୍ଗର ଲୋକଙ୍କ ସହ ସମକକ୍ଷ ହେବାର ପ୍ରୟାସ ସରକାର ବ୍ୟବସ୍ଥା କରଣ କରୁଛନ୍ତି ବୋଲି ସମ୍ୟକ୍ ଅସ୍ଲୋକପାତ କରିଥିଲେ । ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାସ୍ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଆଇସୋ ଶବର, ବ୍ରହ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ, ବ୍ରହ୍ମପୁର ଲିପିକା ଏନ୍.ଜି.ଓ. ସଂଗଠନ ନିର୍ଦ୍ଦେଶିକା ରଶ୍ମିତା ଦେବୀ, ବ୍ରହ୍ମପୁର କାର୍ଡ ଏନ୍.ଜି.ଓ. ସଂଗଠନ ର ସୁରେଶ ସାହୁ, କୁକୁଡ଼ାଖଣ୍ଡି ସ୍ଥ ବିଜୁ ପଟ୍ଟନାୟକ ଆତ୍ମ ସହାୟକ ଦଳ ର ସମ୍ପାଦକ କେ. ମଣି ବାବୁ, ଛତ୍ରପୁର ସମର୍ଥ ସଂଗଠନ ର ସମ୍ପାଦକ କେ. ଆନନ୍ଦ ରାଓ ପ୍ରମୁଖ ମଞ୍ଚାସୀନ ହୋଇ ଏହି ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ବିବିଧ ପ୍ରତିଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କୃତୀ ଭିନ୍ନକ୍ଷମଙ୍କୁ ପୁରସ୍କୃତ କରଯାଇଥିଲା ।

nis-ad
Leave A Reply

Your email address will not be published.