ଏପଟେ ପୋଲସରା ବିଧାୟକ ଶ୍ରୀକାନ୍ତ ଙ୍କ ଅଡୁଆ ବଢୁଥିବା ବେଳେ ଦିବା ସ୍ବପ୍ନ ଦେଖିଲେଣି ଆରତୀ…….!


ବ୍ରହ୍ମପୁର: ୨ -୩ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଭାବମୂର୍ତ୍ତିକୁ ନେଇ ରାଜନୈତିକ ପାଣି ପାଗ ବଦଳୁଛି। ଶ୍ରୀକାନ୍ତ ବାବୁ ସଂଯୁକ୍ତା ମେଡମ ଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। କୁଆଡ଼େ ମେଡମ ଅଡୁଆ ପରିସ୍ଥିତି ସୃଷ୍ଟି କରିବା ଯୋଗୁଁ ବାବୁଙ୍କ ମନ୍ତ୍ରୀ ପଦ ଚାଲିଗଲା ବୋଲି ସେ ସମୟରେ ଚର୍ଚ୍ଚା ହେଉଥିଲା। ଏବେ ସଂଯୁକ୍ତା ଜେଲ ଯାଇ ମୁକୁଳିବା ପରେ ଉଗ୍ରରୂପ ନେବା ଭଳି ପରିସ୍ଥିତି ସୃଷ୍ଟି ହୋଉଥିବା ଦେଖିବାକୁ ମିଳୁଛି। ଏଭଳି ସମୟରେ ଶ୍ରୀକାନ୍ତଙ୍କ ଉପରେ ଦଳ ଭରସା କରିବ ନାଁ ନୂଆଁ ମୁହଁ ସନ୍ଧାନରେ ରହିଥିବା ଚର୍ଚ୍ଚା ହେବାକୁ କୁ ଦେଖି ଆରତୀ ମେଡମ

ଦିବାରେ ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି, ବୋଲି ଚାହା ଖଟିରେ ଚର୍ଚ୍ଚା ହେଉଛି। ଶ୍ରୀକାନ୍ତ ଙ୍କ ଅଡୁଆ ଦିନକୁ ଦିନ ବଢିବାର ଦେଖି ଆରତୀ ମେଡମ ଗାଁ କୁ ଗାଁ ବୁଲି ଲୋକଙ୍କ ଆଶୀର୍ବାଦ ର ଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି। ପୋଲସରା ରେ ଗୋଷ୍ଟି କନ୍ଦଳ ସେତେଟା ନାହିଁ ହେଲେ ଦଳ ଚାହୁଁଛି, ନିର୍ମଳ ଭାବମୂର୍ତ୍ତି ହେଲେ ଶ୍ରୀକାନ୍ତ ବାବୁଙ୍କ ସାର୍ଟିଫିକେଟ ରେ ଟିକେ ଅଡୁଆ ରହିଥିବା ନେଇ ରାଜନୈତିକ ପଣ୍ଡିତ ମାନେ କହୁଛନ୍ତି। ଦଳ ରିସ୍କ ନେବ ନା ନୂଆଁ ମୁହଁ କୁ ସୁଯୋଗ ଦେବ ତାହା ଦେଖିବାକୁ ବାକି ରହିଲା। ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଅଜବ ରାଜନୀତି ଦେଖିବାକୁ ମିଳୁଛି। ଲୋକେ କହୁଛନ୍ତି ଏବେ ସମସ୍ତେ ଟିକେଟ ମାୟାରେ ବାୟା ବୋଲି। ଏହି ପରିପେକ୍ଷୀ ରେ ଦେଖାଯାଉ ସମୟ କୁଆଡେ ଗତି କରୁଛି କାରଣ ରାଜନୀତି ରେ କିଏ କାହାର ଶତ୍ରୁ ନୁହନ୍ତି କି କିଏ କାହାର ମିତ୍ର ବି ନୁହନ୍ତି l ବିଧାୟକ ଶ୍ରୀକାନ୍ତ ସାହୁ ଙ୍କ ଅବସ୍ଥା ଦେଖି ଆରତୀ ନିଜ ପତିଆରା ଜାହିର କଲେଣି ହୁଏତ ମନେ ହେଉଛି ତୃତୀୟ ମହଲା ରୁ କିଛି ଇଙ୍ଗିତ ମିଳିଛି, ଯାହାଫଳରେ ନିର୍ବାଚନ ରଣ କ୍ଷେତ୍ର ରେ ସେ ପ୍ରସ୍ତୁତି ବା ବଳ ଗୋଟାଇବା ଆରମ୍ଭ କଲେଣି l ଆରତୀ ଙ୍କ ପ୍ରତି ଜଣେ ସାଂସଦ ଙ୍କ ଆଶ୍ରିବାଦ ମଧ୍ୟ ରହିଛି ଯଦି ଶ୍ରୀକାନ୍ତ ସାହୁଙ୍କୁ ଟିକଟ ନମିଳେ ତେବେ ଆରତୀ ଗୋଟି ଚଳାଇବାରେ ସକ୍ଷମ ହେଲେ ବୋଲି ଧରିନେବାକୁ ପଡିବ ଏବଂ ତାଙ୍କ ଟିକଟ ମିଳିବା ଫାଇନାଲ ବୋଲି ଯାହା ଚିତ୍ର କହୁଛି l ଅନ୍ୟ ପଟକୁ ଦେଖିଲେ ଯଦି ଶ୍ରୀକାନ୍ତ ସାହୁ ଙ୍କୁ ଟିକଟ ନ ଦିଏ ବିଜେଡି ତେବେ ଶ୍ରୀକାନ୍ତ ନରମୀ ଯିବା ବ୍ୟକ୍ତିତ୍ୱ ନୁହନ୍ତି ସେ ତାଙ୍କ ରାଜନୈତିକ ଗୁରୁଙ୍କ ପାଦ କୁ ଅନୁସରଣ କରି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ଦେଖା ଯାଉ ଆଗାମୀ ସମୟ କଣ ସୂଚନା ଦେଉଛି… I

nis-ad
Leave A Reply

Your email address will not be published.