ପ୍ରମାଣ ଅଭାବରୁ ୪ ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଦେବଗଡ,୨୮ା୨ ବୁଧବାର ମାନ୍ୟବର ଜିଲା ଓ ଦୌରାଜଜ୍ ଗୌତମ ଶର୍ମା ଏକ ହତ୍ୟା ମାମଲାର ରାୟ ପ୍ରକାଶ କରି ପ୍ରମାଣ ଅଭାବରୁ ୪ ଜଣ ହତ୍ୟା ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୧୮ ମସିହା ନଭେମ୍ବର ମାସ ୧୬ ତାରିଖ ଦିନ ଲଇମୁରା ଥାନା(ତତ୍କାଳୀନ ଦେବଗଡ ଥାନା ଇଇମୁରା ଫାଣ୍ଡି) ଅନ୍ତର୍ଗତ ସମାସିଂହା ଗ୍ରାମର କାଠି ଓରଫ କିସାନ ଜାମୁଦା ନିକଟସ୍ଥ ହଙ୍କଳର ଯାଇ ଆଉ ଘରକୁ ଫେରିନଥିଲେ । ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ସମାସିଂହା ଗ୍ରାମର ଅର୍ଜୁନ ଶୁଣ୍ଢି, ଶିବ ଜାମୁଦା, ଡମ୍ବରୁ ହେମ୍ରମ ଓ କୁଜୁରି ଶୁଣ୍ଢି ମିଶି କିସାନ ଜାମୁଦାକୁ ହତ୍ୟା କରିଥାଇ ପାରନ୍ତି ବୋଲି ଜାମୁଦାଙ୍କ ପୁଅ କୁନାଲ ପୂର୍ତୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହିପରି ଅନ୍ୟ ମାନଙ୍କ ସହିତ ମିଶି କିସାନ ଜାମୁଦାକୁ ହତ୍ୟା କଜରିଥିବା ଅର୍ଜୁନ ଶୁଣ୍ଢି ନାମକ ଜଣେ ଅଭିଯୁକ୍ତ ନିଜେ ତାଙ୍କୁ କହିଥିବା ସେହି ଗ୍ରାମର ଜେମ୍ସ ପୂର୍ତୀ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ମାନେ କିସାନଙ୍କ ମୃତଦେହ ଖୋଜାଖୋଜି କରିଥିଲେ । ଘଟଣାର ୧୦ ଦିନ ପରେ ଅର୍ଥାତ ୨୦୧୮ ମସିହା ନଭେମ୍ବର ମାସ ୨୬ ତାରିଖ ଦିନ ଗ୍ରାମବାସୀ ମାନେ ନିକଟସ୍ଥ ସାଲୋହୀ ବଡହୁଳି ଜଙ୍ଗଲରୁ କିସାନଙ୍କ ଗଳିତ ମୃତଦେହ ଠାବ କରିଥିଲେ । ଦେବଗଡ ଥାନା ପୁଲିସ ଏକ ହତ୍ୟା ମାମଲା ଋଜୁ କରିବାସହ ଘଟଣାର ତଦନ୍ତ କରି ଅର୍ଜୁନ ଶୁଣ୍ଢି, ଶିବ ଜାମୁଦା, ଡମ୍ବରୁ ହେମ୍ରମ ଓ କୁଜୁରି ଶୁଣ୍ଢିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଡମ୍ବରୁ ହେମ୍ରମ ଓ କୁଜୁରି ଶୁଣ୍ଢି ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିବା ବେଳେ ଅର୍ଜୁନ ଶିଣ୍ଢୀ ଓ ଶିବ ଜାମୁଦା ୨୦୧୮ ମସିହାରୁ ଜେଲ ଜାହତରେ ଥିଲେ । ମାନ୍ୟବର ଅଦାଲତ ଏହି ମାମଲାର ବିଚାର କରି ୨୦ ଜଣ ସାକ୍ଷୀଙ୍କ ବୟାନ ଓ ଉଭୟ ପକ୍ଷ ଓକିଲଙ୍କ ଜବାବ ସୁଆଲ କୁ ଭିତି କରି ଉପଯୁକ୍ତ ପ୍ରାମାଣ ଅଭାବରୁ ଉପରୋକ୍ତ ୪ ଜଣ ଯାକ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖାଲାସ କରିଛନ୍ତି । ଅଭିଯୁକ୍ତ ମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିଲ୍ଲିପ କୁମାର ଗୁରୁ, ଅତୁଲ୍ୟ ପୂଜାରୀ, ସିଦ୍ଧେଶ୍ୱର ଗୁରୁ ଓ ବିଜ୍ଞା ବିନମ୍ରତା ଦ୍ୱିବେଦୀ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.