ପ୍ରଗତି ସ୍ପୋର୍ଟିଂସ୍‌କୁ ୫୮ ରନ୍‌ରେ ହରାଇଲା ବଜରଙ୍ଗ୍ କ୍ରିକେଟ୍ କ୍ଲବ୍‌

ଦେବଗଡ,୨୮|୨ ଗତ ୨୪ ତାରିଖରୁ ସ୍ଥାନୀୟ ମହୁଲଢିପା ସାହି ନାଳ ପଡିଆରେ ମହାବୀର କ୍ଲବ୍ ତରଫରୁ ଚାଲିଥିବା ଅଲ୍ ଓଡିଶା ବଜରଙ୍ଗ କପ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ର ୫ମ ଦିନରେ ପହଂଚି ଯାଇଛି । କ୍ଲବ୍ ସମ୍ପାଦକ ରାଜୀବ ଗଡନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ୧୫ ଓଭର୍ ବିଶିଷ୍ଟ ମ୍ୟାଚରେ ଅନଗୁଳ ଜିଲ୍ଲା ପାଲଲହଡା ପ୍ରଗତି ସ୍ପୋର୍ଟିଂସ୍ ଓ ଆୟୋଜକ ବଜରଙ୍ଗ କ୍ରିକେଟ୍ କ୍ଲବ୍ ପରସ୍ପରକୁ ଭେଟିଥିଲେ । ଏଥିରେ ଟସ୍ ଜିଣି ପ୍ରଥମେ ବଜରଙ୍ଗ କ୍ଲବ୍ ବ୍ୟାଟିଂ କରିବାସହ କାର୍ତିକ ମହାକୁଳଙ୍କ ସର୍ବାଧିକ ୨୭ ରନ୍ ସହାୟତାରେ ୮ ୱିକେଟ୍ ହରାଇ ୧୪୧ ରନ୍ ସଂଗ୍ରହ କରିଥିଲା । ଏହାର ଜବାବ ରେ ମାଷ୍ଟର୍ ଲିଟିଲ୍‌ଙ୍କ ଧୂଆଁଧାର ୧୩ ବଲରେ ୨୨ ରନ୍ ସତ୍ୱେ ପ୍ରଗତି ସ୍ପୋର୍ଟିଂସ୍ କ୍ଲବ ୧୦.୫ ଓଭର୍ ଖେଳିବାସହ ସମସ୍ତ ୱିକେଟ୍ ହରାଇ ୮୩ ରନ୍ କରି ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ବଜରଙ୍ଗ ପକ୍ଷରୁ ଆଶିଷ ଦଣ୍ଡିଆ ୩ ଓଭର ବୋଲିଂ କରି ୨୦ ରନ ଦେଇ ସର୍ବାଧିକ ୪ଟି ୱିକେଟ୍ ହାସଲ କରିଥିବା ବେଳେ କାର୍ତିକ ମହାକୁଳ ଗୋଟିଏ ମେଡେନ୍ ଓଭର୍ ସହ ୨.୫ ଓଭର ବୋଲିଂ କରି ୫ ରନ୍ ବିନିମୟରେ ୩ ଟି ୱିକେଟ୍ ଅକ୍ତିଆର୍ କରିଥିଲେ । ଫଳରେ ଦେବଗଡ ବଜରଙ୍ଗ କ୍ଲବ୍ ୫୮ ରନ୍‌ରେ ବିଜୟୀ ହେବାସହ ପୁଲ୍‌-ବି ର କ୍ୱାଟର୍ ଫାଇନାଲକୁ ଉନ୍ନୀତ ହୋଇଛି । ଆଜିର ମ୍ୟାଚକୁ କୁଚିଣ୍ଡା ଅଂଚଳର ଦିଲୁ ଦଶଭାୟା ଓ ସମ୍ବଲପୁର ସହର ର ମୁକେଶ ଦଳେଇ ପରିଚାଳନା କରିଥିବା ବେଳେ ରୁଦ୍ର ନାରାୟଣ ଭଞ୍ଜ ଓ ପରିତୋଷ ସାହୁ ସ୍କୋରର୍ ତଥା ରଞ୍ଜନ ସାହୁ ଭାଷ୍ୟକାର ଭାବେ ଖେଳ ବିବରଣୀ ପ୍ରଦାନ କରିଥିଲେ । ବରିଷ୍ଠ କ୍ଲବ ସଦସ୍ୟ ବେଣୁଧର ଗଡନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ମ୍ୟାଚ୍‌କୁ ରାଉରକେଲା ର ବିଶିଷ୍ଟ ବ୍ୟବସାୟୀ ସାମାଜିକ କର୍ମୀ, ନିରଞ୍ଜନ ମହାରଣା ମୁୁଖ୍ୟଅତିଥି ଭାବେ ଉଦଘାଟନ କରିଥିଲେ । ବରିଷ୍ଠ ସାମ୍ବାଦିକ ଏସୟୁଜେ ରାଜ୍ୟ ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର (ରାଜା) ଓ ଯୁବ ବ୍ୟବସାୟୀ ସ୍ୱସ୍ତିକ କୁମାର ନନ୍ଦ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ରହିଥିଲେ । କ୍ଲବ ଉପାଧ୍ୟକ୍ଷ ପ୍ରୀତମ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅରୁଣ କୁମାର ଭଞ୍ଜ ସର୍ବୋକ୍ତୃଷ୍ଟ ଖେଳ ପ୍ରଦର୍ଶନ କରିଥିବା ବଜରଙ୍ଗ କ୍ଲବ ଖେଳାଳୀ କାର୍ତିକ ମହାକୁଳଙ୍କୁ ମେନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ ଆୟୋଜନରେ ସିପୁନ୍ ଭଞ୍ଜ, ସୁବାସ ଚନ୍ଦ୍ର ପ୍ରଧାନ, ଲିଲୁ ସିଂ, ବୁଲୁ ପ୍ରଧାନ, ପ୍ରଶାନ୍ତ ଭଞ୍ଜ, ସ୍ୱସ୍ତିକ ମହାପାତ୍ର(ରିଲୁ), ଭରତ ସାହୁ, ପ୍ରକାଶ ସାହ୍ରୁ, ତନ୍ମୟ ଦାଶ, ଆଲୋକ ମହାପାତ୍ର, ରାକେଶ ଦାଶ, ନିଳକଣ୍ଠ ନାଏକ, ଦୀପକ ସାହୁ, ସଂଗ୍ରାମ ନାୟକ, ତନ୍ମୟ ଘୋଷ, ରଞ୍ଜନ ସଙ୍ଖାରି, ଆଶିଷ ଦଣ୍ଡିଆ, ଅଜିତ ଦଣ୍ଡିଆ, ତନ୍ମୟ ପ୍ରଧାନ, ନିଳାଂଚଳ ନାଏକ, ରଞ୍ଜନ ସାହୁ, ଅମରେଶ ଦେବ, ଗଣେଶ ନଟିଆ ଓ ଦୁଷ୍ମନ୍ତ ସାହୁ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.