ଦେବଗଡରେ ଆମ ହସ୍ପିଟାଲ ଯୋଜନା ଲୋକାର୍ପଣ ଉତ୍ସବରେ ଅବ୍ୟବସ୍ଥା…


ଦେବଗଡ଼,୨୬।୨:ସଭାକୁ ଆସି ହିନସ୍ତା ହେଲେ ଏସଏଚଜି ମହିଳା । ଠେଳାପେଲାରେ କିଏ ଆହତ ହେଲା ତ ଆଉ କାହାର ମୋବାଇଲ ହଜିଲା । ପୁଣି କାହାର ମନି ପର୍ସ ଚୋରି ହୋଇଥିବା ଭଳି ଅଭିଯୋଗ ହୋଇଛି । ଲୋକାର୍ପଣ ଉତ୍ସବକୁ ଆସିଥିଲେ ହଜାର ହଜାର ଏସଏଚଜି ମହିଳା । ମାତ୍ର ସେମାନଙ୍କୁ ପାଣି କିମ୍ବା ଟିଫିନ ଟିକିଏ ବି ମିଳିନଥିଲା । ପ୍ରଶାସନ ତରଫରୁ କିଛି ମହିଳାଙ୍କୁ କୋଲ୍ଡ୍ରିଂକ୍ସ ବୋତଲ ଦିଆଯାଉଥିବା ବେଳେ ଆଉ କିଛି ମହିଳା ପାଇନଥିଲେ । ଏହାକୁ ନେଇ ମହିଳାଙ୍କ ଭିତରେ ଉତେଜନା ଦେଖା ଦେଇଥିଲେ । ସଭା ଶେଷ ହେବା ପୂର୍ବରୁ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷଣ ନଶୁଣି ମହିଳା ମାନେ ଉଠି ପଳାଇ ଯାଇଥିଲେ । କେବଳ ଏତିକି ନୁହେଁ କୋଲ୍ଡ୍ରିଂକ୍ସ ବୋତଲ ଓ ବିସ୍କୁଟ ପ୍ୟାକେଟ ମହିଳା ମାନଙ୍କ ହାତରେ ନଦେଇ ଫିଙ୍ଗା ଫୋପଡା କରିବାରୁ ବିସ୍କୁଟ ପ୍ୟାକେଟ ଓ କୋଲ୍ଡ୍ରିଂକ୍ସ ବୋତଲ ନେବା ପାଇଁ ମହିଳାଙ୍କ ଭିତରେ ଠେଳାପେଲା ଦେଖା ଯାଇଥିଲା । ଏଥିରେ ଜଣେ ମହିଳା ଆହତ ହୋଇଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏଥିସହ ଆଉ କିଛି ମହିଳା ଠେଲାପେଲା ଭିତରେ ନିଜ ମୋବାଇଲ ଏବଂ ପର୍ସ ହଜି ଯାଇଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଏଥିସହ ଏସଏଚଜି ମହିଳାଙ୍କ ପାଇଁ କୌଣସି ସୁବ୍ୟବସ୍ଥା କରା ଯାଇନଥିବା ବହୁ ମହିଳା ଅଭିଯୋଗ କରିଥିଲେ ।

nis-ad
Leave A Reply

Your email address will not be published.