5 ଟି ଅଧ୍ୟକ୍ଷଙ୍କ ଦେବଗଡ଼ ଗସ୍ତ…

ଦେବଗଡ଼, 26/02/2024 : 5 ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ପ୍ରଧାନପାଟ ବଡ ବଗିଚା ଠାରେ ନୁଆ-ଓ ଛାତ୍ର ବୃତ୍ତି ପ୍ରଦାନ କରିଛନ୍ତି। ସଭାସ୍ଥଳରେ ପହଞ୍ଚି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ ପରେ ଜିଲ୍ଲାର ତିନୋଟି ବ୍ଲକରୁ ଥିବା ମୋଟ 11 ଟି ଡିଗ୍ରୀ ମହାବିଦ୍ୟାଳୟର 3524 ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାପାଇଁ ନୂଆ-ଓ କାର୍ଯ୍ୟକ୍ରମ ଯୋଜନାରେ 3କୋଟି 40 ଲକ୍ଷ 84 ହଜାର ଟଙ୍କାର ଛାତ୍ର ବୃତ୍ତି ପ୍ରଦାନ କରିଛନ୍ତି l ଏଥି ମଧ୍ୟରେ 1487 ଛାତ୍ର ଥିବା ବେଳେ 2037 ଛାତ୍ରୀ ଥିବା ଜଣା ପଡିଛି l ଏଥି ମଧ୍ୟରୁ କଂସର ସ୍ଥିତ ଏକଲବ୍ୟ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ର 83 ଛାତ୍ର ଓ 85 ଛାତ୍ରୀ ଥିବା ବେଳେ ବୁଢାପାଳ ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ କଲେଜର 162 ଛାତ୍ର ଓ 248 ଛାତ୍ରୀ, ଦେବଗଡ଼ ଆଦର୍ଶ ମହାବିଦ୍ୟାଳୟର 304 ଛାତ୍ର ଓ 376ଛାତ୍ରୀ, କଲା ସ୍ଥିତ ପଞ୍ଚାୟତ ଡିଗ୍ରୀ କଲେଜର 180 ଛାତ୍ର ଓ 291 ଛାତ୍ରୀ, ଦେବଗଡ଼ ଡିଗ୍ରୀ କଲେଜର 455ଛାତ୍ର ଓ 356 ଛାତ୍ରୀ ପଲସମା ବିଜ୍ଞାନ ଡିଗ୍ରୀ କଲେଜ ର 93 ଛାତ୍ର ଓ 52 ଛାତ୍ରୀ, ବାରକୋଟ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ର 80 ଛାତ୍ର ଓ 208 ଛାତ୍ରୀ, ସ୍ୱାମୀ ଶିବାନନ୍ଦ ସଂସ୍କୃତ କଲେଜର 31 ଛାତ୍ର ଓ 107 ଛାତ୍ରୀ, ନୂଆପଡା ସ୍ଥିତ ଲଳିତ ଅନନ୍ତ ସେବାଶ୍ରମ ମହାବିଦ୍ୟାଳୟର 51 ଛାତ୍ର ଓ 34 ଛାତ୍ରୀ, ମହିଳା ଡିଗ୍ରୀ ମହାବିଦ୍ୟାଳୟର 164 ଛାତ୍ରୀ, ଓ ରିଆମାଳ ଡିଗ୍ରୀ କଲେଜର 48 ଛାତ୍ର ଓ 116 ଛାତ୍ରୀ ଥିବା ଜଣା ପଡିଛି l ଏହି ଛାତ୍ର ବୃତ୍ତି ରାଶି ଛାତ୍ରୀଙ୍କ ପାଇଁ 10 ହାଜର ଟଙ୍କା ଓ ଛାତ୍ରଙ୍କ ପାଇଁ 9 ହଜାର ଟଙ୍କା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ଜମା ହୋଇଛି l ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପ୍ରତକ୍ଷ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ସେହିପରି ଶାନ୍ତି ଶୃଙ୍ଖଳା,ସୁରକ୍ଷା ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁଙ୍କ ତତ୍ୱାବଧାନରେ ଜଣେ ଅତିରିକ୍ତ ଏସପି,ତିନି ଜଣ ଡ଼ିଏସପି, ଛଅ ଜଣ ଇନ୍ସପେକ୍ଟରଙ୍କ ସମେତ ଦୁଇ ଶହ ପଚାଶ ରୁ ଉର୍ଦ୍ଧ ପୁଲିସ ବଳ ଓ ଅଧିକାରୀ ନିୟୋଜିତ ହୋଇଥିବା ସୂଚନା ରହିଛି l ସେହିପରି କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି l

nis-ad
Leave A Reply

Your email address will not be published.