ଉଦ୍ଭିଦ ବିଜ୍ଞାନ ବିଭାଗର ଜାତୀୟ ଆଲୋଚନା ଚକ୍ର…

ଫୁଲବାଣୀ :କନ୍ଧମାଳ ଜିଲ୍ଲା, ଟିକାବାଲି ଏ. ଏମ. ସି.ଏସ ମହାବିଦ୍ୟାଳୟ ରେ ଉଦ୍ଭିଦ ବିଜ୍ଞାନର ଜାତୀୟ ଆଲୋଚନା ଚକ୍ର କଲେଜ ପରିଚାଳନା ପରିଷଦର ସଭାପତି ଲଳିତେନ୍ଦୁ ପ୍ରଧାନଙ୍କ ସଭାପତିତ୍ୱରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଅତିଥିଙ୍କୁ ସ୍ୱାଗତ କରିଥିଲେ l ଆଲୋଚନା ର ଶୀର୍ଷକ ଥିଲା ଦକ୍ଷିଣ ଓଡିଶାର ଜୈବ ବିବିଧତା, ପରିବେଶ ସୁରକ୍ଷା ର ଆହ୍ୱାନକୁ ନେଇ ଆଲୋଚନା ହୋଇଥିଲା l ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼ ଅଶୋକ କୁମାରପାଣିଗ୍ରାହୀ ଜୈବ ବିବିଧତାର କାରଣ ଓ ନିରାକରଣକୁ ନେଇ ବିଷଦ ଆଲୋଚନା କରିଥିଲେ l ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ ଟି ଶ୍ୟାମା, ଫୁଲବାଣୀ ପି ଏ. ଆଇ. ଟି ଡି. ଏ ଶ୍ରୀ ପ୍ରବୀଣ କୁମାର ବାଣୁଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ସେମିନାର ସଂଯୋଜକ ଅଧ୍ୟାପକ ସନ୍ତୋଷ କୁମାର ରଥ ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ l ପ୍ରାକ୍ତନ ଅଧ୍ୟକ୍ଷ ଡ଼ ପୁର୍ଣଚନ୍ଦ୍ର ତ୍ରିପାଠୀ, ଡ଼ ଅଶୋକ କୁମାର ଷଡ଼ଙ୍ଗୀ, ଡ଼ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଆଲୋଚନା ଚକ୍ରରେ ଜୈବ ବିବିଧତା ଓ ପରିବେଶ ସୁରକ୍ଷାକୁ ନେଇ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା l ଏଥିରେ ପ୍ରବନ୍ଧ ପାଠକ ଭାବେ ଗଞ୍ଜାମ ଆସ୍କା କଲେଜର ଡଃ ଶଙ୍କର ପ୍ରସାଦ ଅଧିକାରୀ, ଡ଼ ପ୍ରଦୀପ୍ତ ଷଡ଼ଙ୍ଗୀ, ଡ଼ ପୀତବାସ ପାଳ ବି. ଡି ପୁର କଲେଜ, କପିଳେନ୍ଦ୍ର ମହାକୁଡ଼, ଝିଲିପ୍ରଭା ପୃଷ୍ଟି, ବୌଦ୍ଧ ପଂଚାୟତ କଲେଜର ଡ଼ ପ୍ରବୀର କୁମାର ଦାସ ଓ କନ୍ଧମାଳର ଅଧ୍ୟାପକ ବିରୂପାକ୍ଷ ମିଶ୍ର, ସ୍ନାତକୋତ୍ତର ଛାତ୍ରୀ ଜ୍ୟୋତିର୍ମୟୀ ମିଶ୍ର ପ୍ରବନ୍ଧ ପାଠ କରିଥିଲେ l ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡେମୋନଷ୍ଟ୍ରେଟର ରବିନାରାୟଣ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.