ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେ କାଲିର ଭାଇ ମାନେ ଆଜି ଧୋବ ଧୋବୁଲୁଆ ପୋଷାକ ପିନ୍ଧି ସଭା ସମିତିରେ ଅଧିକାଂଶ ଦେଖିବାଳୁ ମିଳୁଛନ୍ତି। ଗଞ୍ଜାମ ଜିଲ୍ଲା ରେ କିଛି ବର୍ଷ ହେଲା ରାଜନୈତିକ ଦଳରେ ବହୁ ଭାଇ ମାନଙ୍କ ଆବିର୍ଭାବ ଦେଖିବାକୁ ମିଳିଛି। କଳାଧନ ଉତ୍ପାର୍ଜନ କରି ଧଳା କରିବା ଓ ପୋଲିସ ଭୟ ଯୋଗୁଁ ବିଗତ ଦିନର ଭାଇ ମାନେ ରାଜନୈତିକ ଦଳରେ ଆଜି ମୁଣ୍ଡ ଗୁଞ୍ଜିଛନ୍ତି। ଆଜି ଭାଇ ମାନେ ଧଳା ସାର୍ଟ ପିନ୍ଧି ନେତା ମାନଙ୍କ ସହ ବିଭିନ୍ନ ସଭା ସମିତିରେ ହେଉଥିବା ଖର୍ଚ୍ଚ କରିବା ସହ ସାଙ୍ଗରେ ବସି ଫୋଟ ପୋଜ ଦେଉଥିବାର ନଜିର ରହିଛି। ଏହି ଭାଇ ମାନଙ୍କ ଯୋଗୁଁ ଗୋଦି ମିଡ଼ିଆ ର ଭଲ ଦୁଇ ପଇସା ରୋଜଗାର ର ମାଧ୍ୟମ ହୋଇଛି। ବାଲି, ମଦ, ଚୋରା କାଠ,ଜମି, ପ୍ଲଟ କାରବାର ଓ ଗଞ୍ଜେଇ କାରବାର ରେ ସମ୍ପୃକ୍ତ ରହି କୋଟି କୋଟି ଟଙ୍କାର ମାଲିକ ହେବା ପରେ ନେତା ହେବାକୁ ଆଜି କାଲି କିଛି ଅସୁବିଧା ନାହିଁ। ଭାଇରୁ ନେତା ହେବା ପରେ ଏବେ ଆଗାମୀ ନିର୍ବାଚନ ରେ ଦୀର୍ଘ ବର୍ଷ ହେଲା ଦଳ ସହିତ ରହିଥିବା ନେତାଙ୍କ ଅପେକ୍ଷା ଭାଇମାନେ ଟିକେଟ ଲବିରେ ଆଗୁଆ ଥିବା ଲକ୍ଷ କରାଯାଇଛି। ନେତା ମାନେ ଭାଇ ମାନଙ୍କୁ ସୁଯୋଗ ଦେବା ଫଳରେ ଆଜି ଅସୁବିଧାରେ ପଡ଼ିଥିବା ନେଇ ନିଜେ କରିଥିବା ଭୁଲକୁ ବିଭିନ୍ନ ସ୍ଥାନରେ ଆଲୋଚନା କରୁଛନ୍ତି।ଆଗାମୀ ସାଧାରଣ ନିର୍ବାଚନ କେବଳ ରୁପିଆ-ମାଫିଆ- ବାହୁବଳୀ ଥିବା ବ୍ୟକ୍ତି ବିଶେଷଙ୍କ କବ୍ଜାରେ ରହିବ ବୋଲି ଏବେ ଠାରୁ ଚର୍ଚ୍ଚା ହେଲାଣି।
Sign in
Sign in
Recover your password.
A password will be e-mailed to you.
Next Post