ବ୍ରହ୍ମପୁର ଖାଦ୍ୟ ଯାଞ୍ଚ ଅଧିକାରୀ ଗଲେ କୁଆଡ଼େ ? କୋଲ୍ଲଡ଼ ବାରରେ ପଚା ଶଢା ଫଳ ଜୁସ ଓ ହୋଟେଲରେ ଅଖାଦ୍ୟ ବିକ୍ରି……!

ବ୍ରହ୍ମପୁର : ବ୍ରହ୍ମପୁର ର କେତେକ ହୋଟେଲରେ ଅପରିଷ୍କାର ପରିବେଶ ଓ ନିମ୍ନମାନର ଖାଦ୍ୟ ଅବାଧରେ ବିକ୍ରି ହେଉଛି । ଏହା ସାଙ୍ଗକୁ ଅନ୍ୟ କେତେକ କୋଲ୍ଲଡ଼ ବାର ଗୁଡ଼ିକ ରେ ପଚାଶଢା ଫଳକୁ ଜୁସରେ ବ୍ୟବହାର କରି ଥଣ୍ଡାଥଣ୍ଡା କୁଲକୁଲ ନାମରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ବଜାର ରେ ପଚାଶଢା ଫଳକୁ ସ୍ୱଳ୍ପ ଦରରେ କ୍ରୟ କରି ଫ୍ରୁଟ ଜୁସ କରି ବିକ୍ରି କରାଯାଉଛି। ଲୋକେ ଅସଲି ଟଙ୍କା ଦେଇ ଶଢା ଜୁସ ପାନୀୟ କରି ଘରକୁ ରୋଗ କିଣି ଆଣୁଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବିଭିନ୍ନ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଥିବା ଯୋଗୁଁ କେତେକ ହୋଟେଲ ରେ ନିମ୍ନ ମାନର ମସଲା ସାମଗ୍ରୀ ଖାଦ୍ୟ ପଦାର୍ଥ ରେ ବ୍ୟବହାର ମଧ୍ୟ ହେଉଥିବା ଅଭିଯୋଗ ହେଉଛି। ଏହି ସବୁ ବ୍ୟବସାୟ କୁ ଦାୟିତ୍ୱ ରେ ଥିବା ଖାଦ୍ୟ ଯାଜ୍ଜ ଅଧିକାରୀ ଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିବା ନେଇ ଚର୍ଚ୍ଚା ହେଉଛି।ଅପମିଶ୍ରଣ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାଷ୍ଟିକ ଓ ବିଭିନ୍ନ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯେଉଁ ବଡ଼ ବଡ଼ ହୋଟେଲ ରୁ ବାବୁଙ୍କ ପାଖକୁ ଭଲ ଖାଦ୍ୟ ସାଙ୍ଗକୁ ପାଉଣା ଯାଉଥିବା ହୋଟେଲ ଉପରେ କେବେବି ଚଢ଼ାଉ ହୋଇନଥିବା ଚର୍ଚ୍ଚା ହେଉଛି। ବେଳେ ବେଳେ ଗଣମାଧ୍ୟମ ରେ ଖବର ପ୍ରକାଶ ହେଲେ ଧର୍ମକୁ ଆଖିଠାର ଭଳି କେବଳ ଫାର୍ଷ୍ଟଫୁଡ଼ ଦୋକାନ ଉପରେ ଚଢ଼ାଉ କରି ବାବୁ ଚୁପଚାପ ବସି ରହୁଥିବାର ନଜିର ରହିଛି। ଏହା ସହ କେତେକ ହୋଟେଲ ରେ ବାସି ଖାଦ୍ୟକୁ ସଜ କରିବାକୁ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରଣ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ଏଥି ପ୍ରତି ଅଚାନକ ଖୋଦ ଗଞ୍ଜାମ ଜିଲ୍ଲାପାଳ ଅଚାନକ ଚଢ଼ାଉ କରିଲେ ଏହି ଅଖାଦ୍ୟ ବିକ୍ରି ବଟାକୁ ରୋକ ଲଗାଯାଇ ପାରିବ।

nis-ad
Leave A Reply

Your email address will not be published.