ସରକାରଙ୍କ ପାତରଅନ୍ତର ନୀତି : ଦମକଳ ବାହିନୀ କର୍ମଚାରୀମାନେ ଚଳିବେ କେମିତି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହୁକୁମା ସ୍ଥିତ ନାରାୟଣୀ ରୋଡ଼ ନିକଟସ୍ଥ ଦମକଳ କେନ୍ଦ୍ରରେ କାର୍ଯ୍ୟରତ ଫାୟାର ମ୍ୟାନ ଏବଂ ହାବିଲଦାର କର୍ମଚାରୀ ଗତ ୨୧ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଦେଖିବାକୁ ମିଳୁଛି। ଏଥି ସହିତ ଦମକଳ କେନ୍ଦ୍ରରେ କନ୍ଧମାଳ ଜିଲ୍ଲାର ଦଶଜଣ ହୋମଗାର୍ଡ କର୍ମଚାରୀ କିଛି ଦିନ ହେବ ଡିୟୁଟି କରୁଥିଲେ ଫଳରେ କାର୍ଯ୍ୟବନ୍ଦ ଯୋଗୁ ଏମାନେ ମଧ୍ଯ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସୁଚନା ଥାଉକି ଦମକଳ ବାହିନୀ କର୍ମଚାରୀଙ୍କ ଦାବି ଗୁଡିକ ମଧ୍ୟରେ ଆଗ୍ନିକ ସେବା ସଂସ୍ଥା କର୍ମଚାରୀ ସଂଘକୁ ସରକାର ପଞ୍ଜୀକୃତ କରିବା,ରାଜ୍ୟ ଆଗ୍ନିକ ସେବା ସଂସ୍ଥାର ଆଗ୍ନିକ ଗାଡ଼ିଚାଳକ ଏବଂ ଆଗ୍ନିକ ହାବିଲଦାର ମାନଙ୍କୁ ଓଡ଼ିଶା ପୋଲିସରେ କାର୍ଯ୍ୟରତ କନେଷ୍ଟବଳ ହାବିଲଦାର ମାନଙ୍କ ସହିତ ସମାନ କାମକୁ ସମାନ ଦରମା ଓ ଭତ୍ତା ପ୍ରଦାନ ଏବଂ ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ନେଇ କାର୍ଯ୍ୟବନ୍ଦ କରି ଧାରଣାରେ ବସିଛନ୍ତି ।ସରକାର କନଷ୍ଟେବଳ ସଂଘଠନ ଟିକୁ ସମ୍ମାନ ଦେଇ କନଷ୍ଟେବଳ ମାନଙ୍କର ବିଭିନ୍ନ ସମସ୍ୟାର ସରଳ ସମାଧାନ ଆଇନ୍ ଗତ ମାଧ୍ୟମରେ କରୁଛନ୍ତି କିନ୍ତୁ ଦୁଃଖର ବିଷୟ ରାଜ୍ୟରେ କାର୍ଯ୍ୟରତ ଆଗ୍ନିକ କର୍ମଚାରୀ ଏବଂ ହୋମଗାର୍ଡ କର୍ମଚାରୀ ମାନଙ୍କୁ ପାତରଅନ୍ତର ନୀତି ଅବଲମ୍ବନ କରୁଥିବାରୁ ସେମାନଙ୍କର ମାନବାଧିକା ର କ୍ଷୂର୍ଣ୍ଣ ହେଉଛି ବୋଲି ସେ ଧାରଣା ବସିଥିବା ଦମକଳ ବାହିନୀ ପକ୍ଷରୁ ଗଣମାଧ୍ଯମକୁ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଆଗ୍ନିକ କର୍ମଚାରୀ କାର୍ଯ୍ୟବନ୍ଦ କରୁଥିବାରୁ ଫୁଲବାଣୀ ଅଞ୍ଚଳରେ ଜଦି କୈାଣସି ଦୈବ ଦୁର୍ବିପାକ ଘଟେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ବୋଲି ମଧ୍ଯ କହିଛନ୍ତି l ଏଥି ପାଇଁ ଫୁଲବାଣୀ ଅଞ୍ଚଳ ବାସୀ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି l

nis-ad
Leave A Reply

Your email address will not be published.