କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନର ବାର୍ଷିକୀ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନର ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା ଫୁଲବାଣୀ ସ୍ଥିତ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦେଶ ଗଠନରେ ଡିଜିଟାଲ ମିଡିଆର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ସଭାପତି କ୍ଷିତୀଶ ମଲିକଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟଅତିଥି ଭାବେ ଆଦିବାସୀ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ରଦନ ମଳିକ ଯୋଗ ଦେଇଥିବା ବେଳେ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ଆଦିବାସୀ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଧେଶକ ପ୍ରବୀଣ କୁମାର ବାଣୁଆ, ତୁଷାର ପଟନାୟକ, କଳିଙ୍ଗ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ପରମେଶ୍ଵର ଦାସ, କଳିଙ୍ଗ ସାମ୍ବାଦିକ ସଙ୍ଘର ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ,ବରିଷ୍ଠ ସାମ୍ବାଦିକ, ଫୁଲବାଣୀ ପ୍ରେସକ୍ଲବ ସଭାପତି ତଥା କନ୍ଧମାଳ ଡିଜିଟାଲ ଆସୋଏସେସନ ସଂଯୋଜକ ସୁନୀଲ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ l ସେହିଭଳି ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡଃ ଅରୂପ କୁମାର ଜେନା ଯୋଗ ଦେଇ ସମ୍ବାଦ ପରିବେଷଣ କରୁଥିବା ସମସ୍ତ ସାମ୍ବାଦିକ ବନ୍ଧୁମାନେ ଯାହାବି ପ୍ରସାରିତ କରନ୍ତୁ ସେ ଖବରରେ ଯେପରି ଘଟଣାର ସତ୍ୟତା ରହିବା ନିହାତି ଜରୁରୀ l ନହେଲେ ଭାରତୀୟ ପିଙ୍ଗଳ କୋଡ ଧାରା ଅନୁଯାୟୀ ମାନ ହାନି ମକଦମାର ଶିକାର ହେବାକୁ ପଡିବ ବୋଲି ବକ୍ତବ୍ୟ ରଖିଥିଲେ l
ମଂଚାସୀନ ଅନ୍ୟନ୍ୟ ଅତିଥି ମାନେ ଡିଜିଟାଲ ମିଡ଼ିଆର କାର୍ଯ୍ୟକାରୀତା, ତଥ୍ୟ ଭିତିକ ନିରପେକ୍ଷ ସାମ୍ବାଦିକତା, ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସେହିପରି ଆଦିବାସୀ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ ନିରପେକ୍ଷ ଓ ସତ୍ୟ ଭିତିକ ସାମ୍ବାଦିକତା ଉପରେ ଗୁରୁତ୍ବଆରୋପ କରି କହିଥିଲେ କି ଜଣେ ଖରାପ ପ୍ରକୃତିର ଲୋକ ବା ଅସାମାଜିକ ଲୋକଦ୍ବାରା ସମାଜର କ୍ଷତି ପହଂଚାଇ ଥାଏ ଓ ଜଣେ ଶିକ୍ଷିତ ଜାଣିବା ଶୁଣିବା ଲୋକ ଦ୍ଵାରା ମଧ୍ୟ ସମାଜର ପ୍ରଭୂତ୍ଵ କ୍ଷତି ଘଟିଥାଏ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉତ୍ସବର ମୁଖ୍ୟ ଅତିଥି ରୋଦନ ମଲିକ ମଧ୍ଯ ତଥ୍ୟ ଭିତିକ ସତ୍ୟ ଘଟଣା ଉପରେ ଆଧାରିତ ନିରପେକ୍ଷ ସାମ୍ବାଦିକତା ଉପରେ ଗୁରୁତ୍ବ ଆରୋପ କରିଥିଲେ । ରାଜ୍ୟ ସ୍ତରରୁ ଆସିଥିବା ବରିଷ୍ଠ ସାମ୍ବାଦିକ ପରମେଶ୍ଵର ଦାସ, ରାଜକିଶୋର ସ୍ଵାଇଁ, ତୁଷାର ପଟ୍ଟନାୟକ ମଧ୍ୟ ସାମ୍ବାଦିକତା କରିବାକୁ ହେଲେ ଜଣେ ନିର୍ଭିକ ସାହସୀ ଓ ନିରପେକ୍ଷ ବାଦୀ ହେବା ଆବଶ୍ୟକ ବୋଲି କହିଥିଲେ l ବିଭିନ୍ନ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ଡିଜିଟାଲ ମିଡ଼ିଆ ଆସୋସିଏଶନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଙ୍ଘର ସଭାପତି କମଳା କାନ୍ତ ପାଣ୍ଡେ,ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ,ନାରାୟଣ ସାହୁ,ବରିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ବନଜ୍ଯୋତ୍ସ୍ନା ସାହିତ୍ୟ ସଂସଦର ସମ୍ପାଦକ ଡଃ କାଁହ୍ନୁ ଚରଣ ଶତପଥୀ, ଜୟ ସେନ ପରିଡା, କନ୍ଧମାଳ ମିଡିଆ ଫୋରମର ସଭାପତି ସନ୍ତୋଷ ଦିଗାଲ ଓ ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ , ସହ ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଶିବ ବିଶ୍ଵାଳ,କ୍ଷୀରୋଦ କୁମାର ସାହାଣୀ,ସନ୍ତୋଷ ବେହେରା, ରଂଜିତ କୁମାର ଦିଗାଲ,ବଳଦେବ ବେହେରା, ଗୌରଚରଣ ବେହେରା,ନାଟ୍ଯକାର ପ୍ରମୋଦ କୁମାର ଦଣ୍ଡସେନା,ଅମ୍ବୁଜ ବେହେରା, ଶିବରାମ ନାୟକ,କେ ଡି ଏମ ସଂଘର ସାଧାରଣ ସମ୍ପାଦକ ସୁଧୀର କୁମାର ମହାରଣା, ସୁଶ୍ରୀ ମମତା କହଁର,ହ୍ୟୁମାନ୍ ରାଇଟ ମିଡିଆ ସମ୍ପାଦକ କୁନା ଦିଗାଲଙ୍କ ସମେତ ଅନ୍ୟାନ୍ୟ ପ୍ରିଣ୍ଟ ମିଡିଆ ଓ ଡିଜିଟାଲ ମିଡ଼ିଆର ସାମ୍ବାଦିକ ଙ୍କୁ ମାନପତ୍ର ସହ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଜୟସେନ ପରିଡାଙ୍କ ସମୁର୍ଣ୍ଣ ସହଯୋଗରେ କାର୍ଯ୍ୟଟି ସମ୍ପର୍ଣ୍ଣ ହୋଇଥିଲା l
ଏହି କାର୍ଯ୍ୟକ୍ରମକୁ ସୁଶ୍ରୀ ମୁସ୍କାନ ସୁଆର ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଅଶୋକ ପରିଡା ପରିଚାଳନା କରିଥିବା ବେଳେ ଡିଜିଟାଲ ମିଡ଼ିଆ ସଂଘର ସଭାପତି କ୍ଷିତୀଶ ମଳିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.