ଆର,ଉଦୟଗିରି / ୧୭/୨/ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ,କୃଷକ ବିରୋଧୀ ଏବଂ ଜାତୀୟତା ବିରୋଧୀ ଧ୍ବଂସକାରି ନୀତି ଗୁଡିକ ବିରୋଧରେ ସଂଯୁକ୍ତ କିସାନ ମୋର୍ଚ୍ଚା , କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଏବଂ ସ୍ୱାଧୀନ ଫେଡେରେସନ ସମୂହ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଛି l ଏହାର ପ୍ରଭାବରେ ରା. ଉଦୟଗିରି ବ୍ଲକ ସମେତ ରାମଗିରି ଗ୍ରାମର ସମସ୍ତ ଦୋକାନ ବଜାର ସକାଳ ୬ ଘଣ୍ଟା ଠାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ଓ ଅର,ଉଦୟଗିରି ହାଟପଦା କର୍ମୀମାନେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ମାତ୍ର ସହର କିଛି ଦୋକାନ ବନ୍ଦ ଥିବା ବେଳେ ଅଉ କିଛି ଦୋକାନ ଖୋଳାଥିଲା ଏବଂ ସମସ୍ତ ଯାତ୍ରୀବାହୀ ସବ ବନ୍ଦଥିବା ଯୋଗୁଁ କଲେଜ ଓ ଆଦର୍ଶ ବିଦ୍ୟାଳୟକୁ ଯିବା ବହୁ ସମୟ ହଟହଟା ହେବା ଦେଖିବାକୁ ମିଳିଥିଲା । ଅଞ୍ଚଳର ଯାତ୍ରୀମାନେ ବସ ବନ୍ଦ ଥିବାଯୋଗୁ ନିଜ କାର୍ଯ୍ୟ ଯାଇନପାରି ସ୍ଥାନୀୟ ବସଷ୍ଟାଣ୍ଡ ବସ ଜଗି ଜଗି ହଟହଟା ହୋଇଥିଲେ । ରହିଥିବା ଦେଖିବାକୁ ମିଳିଥିଲା l ଓଡିଶା ଦଳିତ ଶୋଷଣ ମୁକ୍ତି ମଞ୍ଚ ଗଜପତି ଜିଲ୍ଲା ସମ୍ପାଦକ ମାନସ କୁମାର ଜେନା ଙ୍କ ନେତୃତ୍ୱରେ ରାମଗିରି ସ୍ଥିତ ଗାନ୍ଧୀ ଛକ ଓ ଆର,ଉଦୟଗିରି ହାଟଦା ଠାରେ ୨୦ ରୁ ୪୦ ଜଣ ଓଡିଶା ଦଳିତ ଶୋଷଣ ମଞ୍ଚ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି ଦେଇ ପ୍ରତିବାଦ କରାଯାଇଥିଲା l ଫଳରେ ଯାନବାହାନ ଯାତାୟତରେ ବାଧାସୃଷ୍ଟି ହୋଇଥିଲା। ଅନେକ ଯାତ୍ରୀ ଗାଡିଗୁଡିକ ଅଟକି ରହିବାରୁ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.