ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ଅଞ୍ଚଳରେ ଦୀର୍ଘ ୧୪ବର୍ଷର ସମ୍ପର୍କ କୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ଜୀବନରେ ମାରିଦେଇ ଘରଭିତରେ ପୋତିଦେଇଛି ସ୍ତ୍ରୀ । ମାରି ପୋତି ଦେବାର ୧୦ ଦିନ ପରେ ପୋଲିସ ସ୍ତ୍ରୀ, ଶାଶୁ ଓ ପ୍ରେମିକ କୁ ଫେରାର ଅବସ୍ଥାରେ ଗିରଫ କରିଛି । ସୂଚନା ଅନୁସାରେ ଓଡ଼ଗାଁ ଥାନା ଅର୍ନ୍ତଗତ ରୋହିବାଙ୍କ ଗ୍ରାମର ଗୋଲଖ ନାୟକଙ୍କ ପୁଅ ପ୍ରକାଶ ନାୟକ (୩୭)କୋମଣ୍ଡ ଗ୍ରାମର ନଟୁଆ ପ୍ରଧାନଙ୍କ ଝିଅ ଜ୍ୟୋତ୍ସ୍ନା ରାଣୀ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ସେମାନଙ୍କର ୭ବର୍ଷ ର ଗୋଟିଏ ଝିଅ ଏବଂ ୫ ବର୍ଷ ର ଗୋଟିଏ ପୁଅ ରହିଛି । କିନ୍ତୁ ଜ୍ୟୋତ୍ସ୍ନା ରାଣୀ ଙ୍କ ମକରପଦା ର ଜନୈକ ଯୁବକ ଙ୍କ ସହିତ ପ୍ରେମ ସମ୍ପର୍କ ଥିବାରୁ ସେ କୋମଣ୍ଡରେ ରହିଆସୁଥିଲେ । ଜ୍ୟୋତ୍ସ୍ନା ରାଣୀ ଓ ତାଙ୍କ ପ୍ରେମିକ ମିଶି ପ୍ରକାଶ ଙ୍କୁ ଜୀବନରୁ ମାରି ଘର ଭିତରେ ଗାତ ଖୋଳି ପୋତିଦେଇଥିଲେ । ତା ଉପରେ ଘୋରଣା, ଶିଳ ମଡାଇ ରଖିଥିଲେ । ପ୍ରକାଶଙ୍କ ବାପା ଗୋଲକ ନାୟକ ଆଧାର କାର୍ଡ ପାଇଁ କୋମଣ୍ଡର ଛାମୁ ସାହିକୁ ଯାଇଥିବାବେଳେ ସ୍ଥାନୀୟ ଲୋକଙ୍କ କଥା ଓ ଘର ଭିତରେ ମାଟି ଗଦାକୁ ଦେଖି ସନ୍ଦେହ ଉପୁଜିଥିଲା । ଗୋଲକ ନାୟକ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କୋମଣ୍ଡରେ ପହଞ୍ଚି ଛାନ୍ ଭିନ୍ କରି ଜ୍ୟୋତ୍ସ୍ନା ରାଣୀ ଓ ତାଙ୍କ ମା ଡ଼ମୁଣୀ ପ୍ରଧାନଙ୍କୁ ପଚାରିବାରୁ ସେମାନେ ସବୁ ସତ ମାନିଥିଲେ ।
ଖବର ପାଇ ପ୍ରେମିକ ଖସି ପଳାଇବାକୁ ଉଦ୍ୟମ କରୁ ଥିବା ବେଳେ ମାଛିପଡ଼ା ନିକଟରୁ ପୋଲିସ ଗିରଫ କରିଛି । ଏହି ଖବର ପ୍ରସାରିତ ହେବା ପରେ ସରଣକୁଳ ଥାନା ଏସଡିପିଓ ସୁଧାକର ସାହୁ, ଓଡ଼ଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ, ତହସିଲ ଦାର ମାନସ ରଞ୍ଜନ ଭୋଇ, ଏସଏଆଇ ସ୍ବାଗତ କୁମାର ଦାସ ଓ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପୋତା ହୋଇଥିବା ଗାତକୁ ଖୋଲିଛନ୍ତି । ଅପ୍ରୀତିକର ପରିସ୍ଥିତି ପାଇଁ ଏଠାରେ ପୋଲିସ ମୁତୟନ ହୋଇଛନ୍ତି ।
Sign in
Sign in
Recover your password.
A password will be e-mailed to you.