ବାଳିକା ଫୁଟବଲ ଖେଳାଳିଙ୍କ ଅସ୍ୱାଭାବିକ ଆଚରଣ ନେଇ ଆଲୋଡନ


ଦେବଗଡ,:ଦେବଗଡର ବାଳିକା ଫୁଟବଳ ଖେଳାଳି ମାନେ ଗତକାଲି ବୌଦ୍ଧ ଜିଲା କଂଟାମାଳରେ ଏକ ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଖେଳି ଚମ୍ପିୟାନ ହୋଇଥିଲେ । ମାତ୍ର ଖେଳ ଶେଷ ହେବାର କିଛି ସମୟ ପରେ ଏକାଧିକ ଖେଳାଳି ହଠାତ ଅସୁସ୍ଥ ହୋଇପଡିଥିଲେ । ଏହି କ୍ରମରେ ସେମାନେ ଆଜି ଦେବଗଡରେ ପହଂଚିବାପରେ ଜଣେ ପରେ ଜଣେ ମୋଟ ୫ ଜଣ ଖେଳାଳି ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରିବାସହ ଜୋରରେ ଚିତ୍କାର କରିବା ଓ ବାରମ୍ବାର ଅଚେତ ହୋଇପଡୁଥିବା ଦେଖିବାକୁ ମିଳିଥିଲା । ଫଳରେ ଏହା ଗୁଣିଗାରେଡି ଜନିତ ହୋଇଥିବା ସନ୍ଦେହ କରି ସେମାନଙ୍କୁ ଦେବଗଡ ପୌରାଂଚଳ ଭାଲିଆବୁରୀ ସ୍ଥିତ ଏକ ନିର୍ଦ୍ଦିଷ୍ଠ ସଂମ୍ପ୍ରଦାୟର ପ୍ରାର୍ଥନା ଗୃହକୁ ନିଆଯାଇଥିଲା । ଏହା ସତ୍ୱେ ସେମାନେ ସୁସ୍ଥ ନହେବାରୁ ପତ୍ରାପାଲି ସାହି ସ୍ଥିତ ଅନ୍ୟ ଏକ ପ୍ରାର୍ଥନା ଗୃହକୁ ନିଆଯାଇଥିଲା । ତେବେ ଦୀର୍ଘ ସମୟ ପରେ ସେମାନଙ୍କର ଚେତା ଫେରିବାସହ ଅବସ୍ତା ସ୍ୱାଭାବିକ

ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦେବଗଡର ବାଳିକା ଫୁଟବଲ ଟିମ୍ (ସମସ୍ତଙ୍କ ବୟସ ପ୍ରାୟ ୧୪ରୁ ୧୯ ବର୍ଷ ମଧ୍ୟରେ) ଫୁଟବଲ ପ୍ରତିଯୋଗୀତାରେ ଅଂଶଗ୍ରହଣ ପାଇଁ ପ୍ରାକ୍ତନ ଫୁଟବଲ ଖୋଳାଳି କିଶୋର ବେହେରାଙ୍କ ତତ୍ୱାବଧାନରେ ବୌଦ୍ଧ ଜିଲା କଂଟାମାଳକୁ ଯାଇଥିଲେ । ସେଠାରେ ସେମିଫାଇନାଲ ମ୍ୟାଚରେ ଜିଣିବା ପରେ ଗତକାଲି ଫାଇନାଲ ମୟାଚରେ ମଧ୍ୟ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ । ତେବେ ଏହାର କିଛି ସମୟ ପରେ ଜନେ ଖେଳାଳି ହଠାତ ଅସୁସ୍ଥ ହୋଇପଡିବା ସହ ଅସ୍ୱାଭାବିକ ଆଚରଣ କରିଥିଲେ । ତେବେ ତାଙ୍କୁ କେହି ଗୁଣୁିଗାରେଡି କରିଥିବା ସନ୍ଦେହରେ ଗୁଣିଆଙ୍କ ଦ୍ୱାରା ଫୁଙ୍କାଝଡା କରାଯାଇଥିଲା ଓ ହୋର କିଛି ସମୟ ପରେ ସେ ସୁସ୍ଥ ହୋଇଥିଲେ ହେଁ ରାତ୍ରିରେ ପୁଣିଥରେ ସେ ସମାନ ଆଚରଣ ପ୍ରଦର୍ଶନ କରିଥିଲେ । ସେହିପରି ରାତ୍ରୀରେ ଆଉ ଜଣେ ଖେଳାଳୀ ମଧ୍ୟ ଏତାଦୃଶ ଆଚରଣ କରିଥିଲେ । ସମୟ ଗଡିବାସହ ଆଜି ପୂର୍ବାହ୍ନରେ ସେମାନେ ଦେବଗଡରେ ପହଂଚିବା ପରେ ମୋଟ ୫ଜଣ ଖେଳାଳି ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରିବାସହ ଜୋରରେ ଚିତ୍କାର କରିବା ଓ ବାରମ୍ବାର ଅଚେତ ହୋଇପଡୁଥିବା ଦେଖିବାକୁ ମିଳିଥିଲା । ଗୁଣି ଗାରେଡି ସନ୍ଦେହରେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ପ୍ରାର୍ଥନା ଗୃହକୁ ନିଆଯାଇ ସୁସ୍ଥ କରିବାକୁ ଉଦ୍ୟମ କରାଯାଇଥିଲା । ମାତ୍ର ଏହା ବିଫଳ ହେବାରୁ ସେମାନଙ୍କୁ ପତ୍ରାପାଲି ସାହି ସ୍ଥିତ ଅନ୍ୟ ଏକ ପ୍ରାର୍ଥନା ଗୃହକୁ ନିଆଯାଇଥିଲା ଓ ଦୀର୍ଘ ସମୟ ପରେ ସେମାନଙ୍କର ଚେତା ଫେରିଥିଲା । ତେବେ ସେମାନଙ୍କର ଅଭିଭାବକ ମାନେ ଏହା ଗୁଣିଗାରେଡି ଜନିତ ହୋଇଥିବା ଦର୍ଶାଇ ଡାକ୍ତରଖାନାକୁ ନନେଇ ନିଜ ନିଜ ଘରକୁ ନେଇଯାଇଥିଲେ । ଆଜି ପୂର୍ବାହ୍ନରେ ଖେଳାଳୀ ମାନେ ଦେବଗଡରେ ପହଂଚିବା ପରେ ସୂଚନା ପାଇ ଦେବଗଡ ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଧିରେନ୍ଦ୍ର କୁମାର ନାୟକ, ସୁବାସ ଚନ୍ଦ୍ର ଭୋଇଙ୍କ ସମେତ ବହୁ କ୍ରୀଡାପ୍ରେମୀ ଖେଳାଳୀ ମାନଙ୍କୁ ଦେଖି ବ୍ୟଥିତ ହୋଇପଡିଥିଲେ । ତେବେ ଏହି ଘଟଣା ଗୁଣିଗାରେଡି ବୋଲି ପୀଡିତା ମାନଙ୍କର ଅଭିଭାବକ ମାନେ ସନ୍ଦେହ କରୁଥିଲେ ହେଁ ଅସୁସ୍ଥତା ଜନିତ ଏଭଳି ଘଟନା ଘଟିଥାଏ ବୋଲି ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ହେଉଛି । ତେବେ ସେ ଯାହା ହେଉନା କାହିଁକି ଏଘଟଣା ଆଜି ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ସାଜିଛି ।

nis-ad
Leave A Reply

Your email address will not be published.