ନୟାଗଡ଼ ଜିଲ୍ଲାରେ ଜାଲ ଭୋଟର ତାଲିକା ନେଇ ବଢୁଛି ବିବାଦ…

ନୟାଗଡ : ନୟାଗଡ଼ ଜିଲ୍ଲାରେ ଜାଲ ଭୋଟର ସଂକ୍ରାନ୍ତରେ ଖବର ପ୍ରକାଶନ ପରେ ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇ ଉଠିଛି । ବିଜେପି ନେତ୍ରୀ ପ୍ରତ୍ୟୁଷା ରଜେଶ୍ଵରୀ ସିଂହ ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ତଦନ୍ତ ଦାବି କରିଛନ୍ତି । ନୟାଗଡ଼ ଜିଲ୍ଲାରେ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ପାଇଁ ପ୍ରତ୍ୟୁଷା ଦାବି କରିଛନ୍ତି। ଏଥିପାଇଁ ସେ ଏକ ତାଲିକା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ତାଲିକାରେ ପୋଲିସ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀ ଙ୍କୁ ମିଶାଇ ୩୭ଜଣ ରହିଛନ୍ତି । ଜିଲ୍ଲାପାଳ କାର୍ଯ୍ୟାଳୟ , ଯୋଗାଣ ବିଭାଗ , ବ୍ଲକ କାର୍ଯ୍ୟାଳୟ, କୃଷି ବିଭାଗ, ପୌରପାଳିକା, pwd ବିଭାଗ, ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ, ଶିକ୍ଷା ବିଭାଗ, କେତେକ ଯନ୍ତ୍ରୀ ଦୀର୍ଘ ବର୍ଷ ହେଲା ଏଠାରେ କାମ କରୁଥିଲେ ମଧ୍ୟ ସେମାନଙ୍କୁ ବଦଳି କରାଯାଉ ନାହିଁ। ସେମାନଙ୍କ ଦ୍ଵାରା ସମସ୍ତ ତୃଟିପୂର୍ଣ୍ଣ କାର୍ଯ୍ୟ କରାଯାଉଛି । ତେଣୁ ସେମାନଙ୍କୁ ଆଗାମୀ ନିର୍ବାଚନ ପୂର୍ବରୁ ବଦଳି ଦାବି ହେଉଛି ।

ନୟାଗଡ଼ ଜିଲ୍ଲାର ଇଲେକ୍ଟରାଲ ପପୁଲେସନ (ଇପି) ବା ଭୋଟର ଜନସଂଖ୍ୟା ଅନୁପାତ ୬୮ପ୍ରତିଶତ ରହିବା ଆବଶ୍ୟକ ବେଳେ ୮୦ପ୍ରତିଶତ ହୋଇଯାଇଥିଲା । ମାତ୍ର ୨୦୨୪ ନିର୍ବାଚନ ପୂର୍ବରୁ ମଧ୍ୟ ଏହି ସ୍ଥିତିରେ କିଛି ପରିବର୍ତ୍ତନ ହୋଇନାହିଁ । ଗତ ମାସରେ ପ୍ରକାଶ ପାଇଥିବା ଚୁଡାନ୍ତ ଭୋଟର ତାଲିକା ରେ (ଇପି) ୭୫.୭୧ ରହିଛି । ୮୦ ପ୍ରତିଶତ ରୁ ମାତ୍ର ୭ପ୍ରତିଶତ କମିଥିବାରୁ ଆଦର୍ଶ ଭୋଟର ତାଲିକାର ଉଲଂଘନ କରୁଥିବାର ସ୍ପଷ୍ଟ ହୋଇଛି । ପ୍ରକାଶିତ ଭୋଟର ତାଲିକାରେ ମୃତ ଭୋଟରଙ୍କ ଠାରୁ ଆରମ୍ଭ କରି ମାଳମାଳ ନକଲି ଭୋଟର, ଏକାଧିକ ସ୍ଥାନରେ ନାମ ଥିବା ଭୋଟର ରହିଥିବାର ପ୍ରମାଣ ମିଳୁଛି । ପ୍ରଶାସନ ମଧ୍ୟ ଭୂତ ଭୋଟର ଙ୍କୁ ହଟାଇବାରେ ସକ୍ଷମ ହୋଇ ପାରିନାହିଁ । ପ୍ରକାଶିତ ଭୋଟର ତାଲିକାରେ ୭ଲକ୍ଷ ୯୭ହଜାର୨୭୭ଜଣ ଭୋଟର ରହିଛନ୍ତି । ତେଣୁ ମତଦାନ ଜାଲିଆତି ହେଉଛି ବୋଲି ସ୍ଵାଭାବିକ ଭାବେ ସନ୍ଦେହ ପ୍ରକାଶ ପାଉଛି ।

nis-ad
Leave A Reply

Your email address will not be published.