ଦେବଗଡ଼,୧୩ା୨: ବାରକୋଟ ଥାନା ଅନ୍ତର୍ଗତ ରଞ୍ଜ ଛକରେ ଥିବା ଲୁହାପଥର ଗୁଣ୍ଡ ଗଦାରୁ ଲୁହାପଥର ଗୁଣ୍ଡ ଚୋରାଚାଲାଣ ବେଳେ ପୁଲିସ ଗତ ୯ ତାରିଖରେ ୪ ଜଣଙ୍କୁ ଗିରଫ କରିବା ସହ ୧୦ ତାରିଖ ଦିନ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା । ବର୍ତମାନ ସେମାନେ ଜେଲ ହାଜତରେ ରହିଛନ୍ତି । ଥିବା ବେଳେ ଅନ୍ୟତମ ଅଭିଯୁକ୍ତ ତଥା ଫେରାର ଥିବା ଜେସିବି ମ୍ୟାସିନ(ନଂ-ଓଡି-୧୯ଡବ୍ଲୁ-୯୭୩୮)ର ଅପରେଟର ଅନୁଗୁଳ ଜିଲା ସମଲ ଥାନା ଅନ୍ତର୍ଗତ କତରାପଡା ଗ୍ରାମର କାର୍ତିକେଶ୍ୱର ସାହୁ(୨୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଠାରେ ସୂଚନା ଯୋଗ୍ୟ ଯେ, ବାରକୋଟ ଥାନା ଅନ୍ତର୍ଗତ ରଞ୍ଜ ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ବେଆଇନ ଲୁହାପଥର ଗୁଣ୍ଡ ଗଦାକୁ ସମ୍ବଲପୁର ସ୍ଥିତ ଖଣି ବିଭାଗ ଉପ ନିର୍ଦ୍ଦେଶକ ୨୦୦୮ ମସିହାରେ ଜବତ କରିଥିଲେ । ଗତ ୮ ତାରିଖ ବିଳମ୍ବିତ ରାତ୍ରୀରେ କନେଷ୍ଟବଳ ସତ୍ୟାନନ୍ଦ, ସାଗର,ଅଜିତ ଓ ଯୁଧିଷ୍ଠିର ଏକ ବଲେରୋ ଗାଡି(ନଂ-ଓଡି୧୪-କ୍ୟୁ-୧୧୨୧) ଯୋଗେ ବାରକୋଟ ଥାନା ଅନ୍ତର୍ଗତ ରଞ୍ଜ ଗ୍ରାମରେ ପହଂଚିବା ପରେ ୪୯ନମ୍ବର ଜାତୀୟ ରାଜପଥ କଡରେ ଥିବା ଲୁହାପଥର ଗୁଣ୍ଡ ଗଦାରୁ ଏକ ଜେସିବି ମ୍ୟାସିନ(ନଂ-ଓଡି-୧୯ଡବ୍ଲୁ-୯୭୩୮)ଦ୍ୱାରା ଲୁହାଗୁଣ୍ଡ ଉଠାଇ ଏକ ଦୀର୍ଘକାୟ ୧୮ ଚକିଆ ଟ୍ରକ(ନଂ-ପିବି୦୫ଏଏଲ୍-୭୮୧୩) ରେ ଭର୍ତୀ କରୁଥିଲେ । ସୂଚନା ପାଇ ବାରକୋଟ ଥାନା ପୁଲିସ ସେଠାରେ ପହଂଚି ବ୍ୟବହୃତ ଉପରୋକ୍ତ ଟ୍ରକ, ଜେସିବି ମ୍ୟାସିନ ଓ ବଲେରୋ ଗାଡିକୁ ଜବତ କରିଥିଲା । ଏଥିସହ ଏ ଘଟଣାରେ ସମ୍ପୃକ୍ତ ସୁନ୍ଦରଗଡ ଜକେଇକେଳା(ବଣାଇ)ର ପୁଲିସ କନେଷ୍ଟବଳ ସତ୍ୟାନନ୍ଦ ବେହେରା(୨୩), ବାରକୋଟ ଥାନା ବଲଣ୍ଡା ଗ୍ରାମର ସାଗର ସାହୁ(୩୧),ବଣାଇ ଥାନା ଅନ୍ତର୍ଗତ ଜକେଇକେଳା ଗ୍ରାମର ଅଜିତ କୁମାର ସାହୁ(୩୮)ଓ କେନ୍ଦୁଝର ଜିଲା ସ୍ୱାମପାଟଣା ଥାନା ଅନ୍ତର୍ଗତ କୁଆପୋଷି ଗ୍ରାମର ଯୁଧିଷ୍ଠିର ମହାନ୍ତ (୩୮)କୁ ଗିରଫ କରିବାସହ ୧୦ ତାରିଖ ଦିନ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା । ତେବେ ଜେସିବି ମ୍ୟାସିନ ଅପରେଟର ଓ ଟ୍ରକର ଚାଳକ ଫେରାର ହୋଇଯାଇଥିଲେ ।
Sign in
Sign in
Recover your password.
A password will be e-mailed to you.