କ଼଼ଇଁଛଙ୍କ ଏନ୍ତୁଡିଶାଳ ଗହୀରମଥାରେ ଅଲିଭ ରିଡଲେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ରାଜନଗର : ବିଶ୍ବପ୍ରସିଦ୍ଧ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହୀରମଥା । ଏଠାରେ ନୀଳ ଜଳରାଶିରେ ଲକ୍ଷ୍ୟ ଲକ୍ଷ୍ୟ ଅଲିଭରିଡଲେ ମା କଇଁଛ ଙ୍କୁ ଦେଖିବାକୁ ମିଳୁଛି । ମା କଇଁଛ ମାନେ ଏବେ କୂଳ ମୁହାଁ ହେବାରେ ଲାଗିଛନ୍ତି। କେତେକ ମା କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ ପ୍ରକ୍ରିୟାର ଶୁଭ ଦେଇଛନ୍ତି। ଗହୀରମଥାରେ ନାସୀ୨ ରେ ୬ଟି ଆଲିଭରେଡଲେ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହି ଅଣ୍ଡା ଗୁଡ଼ିକୁ ସଂଗ୍ରହ କରାଯାଇ ବନବିଭାଗ ପକ୍ଷରୁ କରାଯାଇଥିବା ହଚେରିରେ ରଖାଯାଉଛି। ଯେଉଁ ଆକୃତିର ଗାତ ଖୋଳି ଏବଂ ଯେତିକି ଆକାରର ଗାତ ଖୋଳି କଇଁଛ ଅଣ୍ଡା ଦେଉଛି ସମାନ ଆକୃତି ଓ ସମାନ ଗଭୀର ର ଗାତ ଖୋଳି ଅସ୍ଥାୟୀ ହାଚେରିରେ ଅଣ୍ଡାଗୁଡିକୁ ରଖାଯାଇ ବାଲି ଘୋଡାଇ ଦିଆଯାଉଛି। ମା କଇଁଛ ଯେପରି ଭାବେ ଗାତ ଖୋଳି ଅଣ୍ଡା ଦେଇଥିଲା ଓ ଗାତକୁ ବାଲି ଘୋଡାଇ ଦେଇଥିଲା ଠିକ୍ ସେହିପରି ଭାବେ ବନବିଭାଗ ର କର୍ମଚାରୀମାନେ ଅସ୍ଥାୟୀ ହଚେରୀରେ ଅଣ୍ଡାଗୁଡିକୁ ଗାତ ଖୋଳି ରଖିଛନ୍ତି। ଫେବୃଆରୀ ଦିତୀୟ ସପ୍ତାହ ହୋଇଥିଲେ ମଧ୍ୟ ଏଯାଏଁ ଅଲିଭ ରିଡଲେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ସମୁଦ୍ର କୁଳଠୁ ଦେଢ଼ କିଲୋମିଟର ମଧ୍ୟରେ ସାତଭାୟା ରୁ ନାଶି ୨ଯାଏଁ ଲକ୍ଷାଧିକ କଇଁଛ ଭିଡ଼ ଜମାଇଥିବା ସହ ପାଣି ଉପରକୁ ମୁଣ୍ଡ ଟେକି ବାର ବିରଳ ଦୃଶ୍ୟ ଦେଖିବାକୁ ମିଳୁଛି।

ପାଗ ଅନୁକୂଳ ସହିତ କୂଳକୁ ଅଲିଭ ରିଡଲେ କଇଁଛ ଆସୁଥିବାରୁ ଗଣ ଅଣ୍ଡାଦାନ ପ୍ରକ୍ରିୟା ଠିକ୍ ସମୟରେ ହେବ ବୋଲି କୁହାଯାଇଛି। ୨୦୨୨ମସିହା ମାର୍ଚ୍ଚ ୧୭ରେ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୦୨୩ ରେ ମାର୍ଚ୍ଚ ୯ରେ ଗଣ ଅଣ୍ଡାଦାନ ହୋଇଥିଲା। ଗତବର୍ଷ ପ୍ରଥମେ ଫେବୃଆରୀ ୨୩ରୁ ମାର୍ଚ୍ଚ ୨ତାରିଖ ଯାଏ ଋଷିକୂଲ୍ୟା ମୁହାଣରେ ଏହି ବିରଳ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟା ରେ ସାମିଲ ହେବା ସହ ରେକର୍ଡ ସଂଖ୍ୟକ ୬ଲକ୍ଷ ୩୭ହଜାର କଇଁଛ ଅଣ୍ଡାଦାନ କରିଥିଲେ। ମାତ୍ର ଗହୀରମଥାରେ ମାର୍ଚ୍ଚ ୯ରୁ୧୩ତାରିଖ ମଧ୍ୟରେ ୫ଲକ୍ଷ୍ୟ ୧୨ହଜାର ୧୭୫ଅଲିଭ ରିଡଲେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟା ରେ ସାମିଲ ହୋଇଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ୧ତାରିଖ ଠାରୁ ମଇ୩୧ ଯାଏ ଦୀର୍ଘ ୭ମାସ ଯାଏ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏ ଦୀର୍ଘ ୧୨୦କିଲୋମିଟର ଉପକୂଳରେ ମାଛଧରା ଉପରେ ବନବିଭାଗ ପକ୍ଷରୁ କଟକଣା ଜାରୀ କରାଯାଇଛି। ଏହି ବିରଳ କଇଁଛ ଙ୍କ ସୁରକ୍ଷା ପାଇଁ ବନବିଭାଗ କୋଷ୍ଟ ଗାର୍ଡ,ମସ୍ୟ ବିଭାଗ ଓ ସାମୁଦ୍ରିକ ଥାନା ପକ୍ଷରୁ ମିଳିତ ପଇଁତରା ଦିଆଯାଉଛି। ଏହି ପେଟ୍ରୋଲିଂ ସମୟରେ ନିଶିଧଞ୍ଚଳରେ ମାଛ ଧରୁଥିବା ୩୦ରୁ ଉର୍ଦ୍ଧ ଟ୍ରଲର ଜବତ ହୋଇଥିବା ବେଳେ ୫ସହ ରୁ ଉର୍ଦ୍ଧ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

nis-ad
Leave A Reply

Your email address will not be published.