ଦେବଗଡ଼ : କ୍ୟାଡର ପୁନର୍ଗଠନ, ଗ୍ରେଡ ପେ’ ୪୨୦୦କୁ ବୃଦ୍ଧି, ପଦବୀର ନାମ ପରିବର୍ତନ, ଚାକିରୀରେ ପ୍ରବେଶ ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ ବିଜ୍ଞାନ, ଗମନାଗମନ ଓ ଅନ୍ୟାନ୍ୟ ଖର୍ଚ୍ଚର ଭାଉଚର ଯୋଗାଣ ଏବଂ ୬ ବର୍ଷକୁ ମୂଳ ଚାକିରିରେ ଗଣନା ଦାବୀରେ ଦେବଗଡ ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ ସଙ୍ଘ ପକ୍ଷରୁ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ ଜିଲା ମୂଖ୍ୟ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଆଜି ପୂର୍ବାହ୍ନରୁ ଦେବଗଡ ଜିଲ୍ଲାରେ କାର୍ଯ୍ୟରତ ୨୪ ଜଣ ଗ୍ରାମ୍ୟ କୃଷି କର୍ମଚାରୀ ଜିଲା ମୂଖ୍ୟ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ଓ କୌଣସି କର୍ମଚାରୀ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବେ ନାହିଁ ବୋଲି ସେମାନେ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଉପରୋକ୍ତ ୬ ଦଫା ଦାବୀ ପୁରଣ ନିମନ୍ତେ କର୍ମଚାରୀ ମାନେ ଦୀର୍ଘଦିନ ଧରି ଦାବୀ କରି ଆସୁଥିଲେ ମଧ୍ୟ ଦାବୀ ପୁରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏଣୁ ଏହାର ପ୍ରତିବାଦରେ ଏହି ଆନ୍ଦୋଳନ ଚଳାଇଥିବା ଆନ୍ଦୋଳନରତ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post