କର୍କଟ ରୋଗୀଙ୍କ ମୁହଁରେ ଆହାର ଦେବାକୁ ଗୋମାତା ଦାନକଲେ ଜଗନ୍ନାଥ ଟ୍ରଷ୍ଟ

ରାଜନଗର : ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟମାନେ ଚୁକ୍ତିଭିତ୍ତିକ ଭାବେ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବେରାଡ଼ି ପଞ୍ଚାୟତ ର ହରିଦାସ ପୁର ଗ୍ରାମ ନିବାସୀ ଶ୍ରୀ ରତ୍ନାକର ଦାସ ଙ୍କୁ ତାଙ୍କର ପରିବାର ପ୍ରତିପୋଷଣ ପାଇଁ ଏକ ଗୋ ମାତା ଓ ବାଛୁରୀ ଦାନ କରିଛନ୍ତି। ରତ୍ନାକର କର୍କଟ ରୋଗ ରେ ପୀଡ଼ିତ ହୋଇ ଚିକିତ୍ସା ରେ ନିଜର ଯାହା ସମ୍ବଳ ଥିଲା ସବୁ ହରାଇ ସାରିଛନ୍ତି। ସେ ଅନ୍ୟ କିଛି କାମ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଆଜି ର ସମୟ ରେ ଯେଉଁମାନେ ଗୃହ ପାଳିତ ପଶୁ ପାଳନ କରୁଛନ୍ତି,ତାକୁ ନ ବିକି କୌଣସି ଅସହାୟ ଲୋକ ଙ୍କୁ ଦାନ କରିଦେଲେ ହୁଏତ ସେ ଜୀବ ର ଯତ୍ନ ନେବା ସହ ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବ। ଏଥିପାଇଁ ଏକ ଚୁକ୍ତିନାମା ମାଧ୍ୟମରେ ରତ୍ନାକର ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ଙ୍କ ସହ ଚୁକ୍ତି କରିଛନ୍ତି କି ଆମେ ଦାନ ପାଇଥିବା ଏହି ଗୋମାତା ଙ୍କୁ କେବେ ସେ ବିକ୍ରି ନ କରି ତାଙ୍କୁ ପାଳିବା ସହ ନିଜର ପରିବାର ମଧ୍ୟ ପତି ପୋଷଣ କରିବେ। ଯେବେ ନିଜେ ଭାବିବେ କି ପାଳିବା ପାଇଁ ନିଜେ ଅକ୍ଷମ ସେ ତାଙ୍କୁ ନ ବିକ୍ରି କରି ଆଉ କେଉଁ ଅସହାୟ ବ୍ୟକ୍ତି ଙ୍କୁ ଦାନ କରିବେ । ଯଦି ବିକ୍ରି କଲେ ଟ୍ରଷ୍ଟ ପକ୍ଷରୁ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ର ଏହି ଦାନ ଧାର୍ମୀ କାର୍ଯ୍ୟକ୍ରମ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଉପସଭାପତି ରଶ୍ମି ରଞ୍ଜନ ବାରିକ, ଆମ୍ବୁଜ ଲେଙ୍କା, ମନୋଜ କୁମାର ରାଉତ, କେଦାର ସ୍ବାଇଁ, ମୁକ୍ତିକାନ୍ତ ପଣ୍ଡା, ଦିଲ୍ଲୀପ କୁମାର ନାଥ, ନିଗମ ସାହୁ ଓ ସମାଜସେବୀ ଶିଶିର କୁମାର ପରିଡ଼ା ।

nis-ad
Leave A Reply

Your email address will not be published.