ଟିଏମସିର ଗୁଣ୍ଡାମାନେ ଝିଅମାନଙ୍କୁ ଅପହରଣ କରିନେଉଛନ୍ତି : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସନ୍ଦେଶଖାଲି ହିଂସାକୁ ନେଇ ସେ ଟିଏମସି ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଇରାନୀ କହିଛନ୍ତି ଯେ ଟିଏମସି ଗୁଣ୍ଡାମାନେ ଝିଅମାନଙ୍କୁ ଅପହରଣ କରୁଛନ୍ତି। ମମତା ବାନାର୍ଜୀ କିପରି ଟିଏମସି କର୍ମୀଙ୍କୁ ଘରକୁ ଘର ବୁଲି ଗୁଣ୍ଡାଗିରି କରିବାକୁ ଅନୁମତି ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୫ ରେ ଉତ୍ତର ୨୪ ପ୍ରଗଣାରେ ଅବସ୍ଥିତ ସନ୍ଦେଶଖାଲିରେ ଶାଜାହାନ ଶେଖ ନାମକ ଜଣେ ସ୍ଥାନୀୟ ଟିଏମସି ନେତାଙ୍କ ସଂପୃକ୍ତି ଥିବା ରାସନ ବଣ୍ଟନ ଦୁର୍ନୀତି ସମ୍ପର୍କିତ ଚଢ଼ାଉ ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । କିଛିଦିନତଳେ କେତେକ ବିକ୍ଷୋଭକାରୀ ମହିଳା ଅଭିଯୋଗ କରିଥିଲେ ଯେ ଶାହାଜାହାଁ ଶେଖଙ୍କ ଗୁଣ୍ଡାମାନେ ମହିଳା ଓ ଝିଅମାନଙ୍କୁ ଅସଦାଚରଣ କରୁଛନ୍ତି ।

ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ସନ୍ଦେଶଖାଲି ଘଟଣା ଏକ ସଭ୍ୟ ସମାଜରେ ଘଟିଥିବା ସବୁଠାରୁ ଖରାପ ଘଟଣା। ସେଠାରେ ମହିଳାମାନଙ୍କୁ ନିର୍ଯାତନା ଓ ଆକ୍ରମଣ କରାଯାଉଛି। ଶାସକ ସରକାରଙ୍କୁ ଦୃଢ଼ ଓ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ପଶ୍ଚିମବଙ୍ଗ ରାଜ୍ୟପାଳ କହିଥିଲେ ଯେ ଆଇନକୁ କାହା ହାତକୁ ନେବାକୁ ଦିଆଯିବ ନାହିଁ। ଏହାକୁ ରୋକିବା ସରକାରଙ୍କ ଦାୟିତ୍ୱ। ମୁଁ ଭାବୁଛି ସେଠାରେ ନିଷେଧାଦେଶ ଜାରି କରାଯାଇଛି, ପୋଲିସ ଅଛି, ବିଧାନସଭା ଅଧିବେଶନ ଚାଲିଛି । ଏଭଳି ସ୍ଥିତିରେ ଯଦି କୌଣସି ଗୁଣ୍ଡା କିମ୍ବା ତାଙ୍କ ଗୋଷ୍ଠୀ ଆଇନକୁ ନିଜ ହାତକୁ ନେଇଯାଆନ୍ତି, ତା’ର ଅର୍ଥ ଏହା ନାଗରିକ ସମାଜ ପାଇଁ ଏକ ଚେତାବନୀ |

nis-ad
Leave A Reply

Your email address will not be published.