ଆସିକା କଇଁଫୁଲିଆ ପୁଷ୍କରଣୀ ର ସୌନ୍ଦର୍ଯ୍ୟ କରଣ ଧୂଆଁବାଣ…

ଫାଇବ -ଟି ନା ନଥିଲେ ପ୍ରକଳ୍ପ ଯାଉଛି ଚୁଲିକୁ….!


ଵ୍ରହ୍ମପୁର : ୧୨-୨ ଗଞ୍ଜାମ ଜିଲ୍ଲାର ଆସିକା ସହର ଠାରୁ ମାତ୍ର ୫ଶହ ମିଟର ଦୂର ରେଥିବା କଇଁ ଫୁଲିଆ ପୁଷ୍କରିଣୀ ର ପୁନରୁଦ୍ଧାର ଓ ସୌନ୍ଦଯ୍ୟକରଣ ପାଇଁ ଜୁନ ୨୦୨୧ ରେ  ବିଧାୟିକା ଶୁଭ ଦେଇଥିଲେ। ଏହି ଅବସରରେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତୋତ୍ରୟୋ ଭାଉସାହେବ ମଧ୍ୟ ଉପସ୍ଥିତି ଥିଲେ। କଇଁଫୁଲିଆ  କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ପୁଷ୍କରଣୀ ଯାହା ଖରୀପ ଓ ରବି ଫସଲ ସମୟରେ ଶହ ଶହ ଏକର ଜମିକୁ ଜଳସେଚିତ କରେ। କିନ୍ତୁ ଏବେ ଏହି ପୁଷ୍କରିଣୀ ର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଯାଇ ଏହା କୁ ଜଳସେଚନ ସହିତ ପର୍ଯ୍ୟଟକ ମାନକୁ ଆକୃଷ୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ କରା ଯାଇଥିଲା। ଏଠାରେ ପ୍ରାଥମିକ ପର୍ଯ୍ୟାୟରେ ବ୍ଲକ ରୁ ୫୦ ଲକ୍ଷ ଟଙ୍କାରେ କାର୍ଯ୍ୟ ଆରମ୍ଭ ହେଇଥିଲା। ଏହା ପରେ ପୂର୍ତ୍ତବିଭାଗ ତରଫରୁ ଏହା ମଧ୍ୟରେ ପାର୍କ ନିର୍ମାଣ ସହିତ ଚଲାପଥ ନିର୍ମାଣ ହେବ ବୋଲି ଘୋଷଣା କରାଯାଇଥିଲା। ଆର ଡ଼ବ୍ଲୁ ଏସ ଏସ ତରଫରୁ ଶୌଚାଳୟ ଓ ପାନୀୟ ଜଳ ର ବ୍ୟବସ୍ଥା ପାଇଁ ଘୋଷଣା, ଏନ.ଏ.ସି, କ୍ଷୁଦ୍ର ଜଳସେଚନ ,ବିଧାୟିକା ଓ ସାଂସଦ ଙ୍କ ହାତ ପାଣ୍ଠି ବ୍ୟବହାର କରି ପ୍ରାୟ ୫ କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟ ର ଯୋଜନା ରହିଥିଲା। ଆସିକା ଭୁବନେଶ୍ୱର ମୁଖ୍ୟ ରାସ୍ତା କଡରେ ରହିଥିବା ହେତୁ ଏହି ପ୍ରକଳ୍ପ ଅଧିକ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ଉଦ୍ଧେଶ୍ୟ ରହିଥିଲା।ପ୍ରଥମ ଥର ଆସିକା ସହର ନିକଟରେ ବିଧାୟିକା ଶ୍ରୀମତୀ ସ୍ବାଇଁ ଏପରି ଏକ ପ୍ରକଳ୍ପ ର  ପରିକଳ୍ପନା କରଥିଲେ। ଯାହାକୁ ବାସ୍ତବରୂପ ଦେବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା।  ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ଲୋକଙ୍କ ବ୍ୟବହାର ରେ ଲାଗିବ ବୋଲି ଯୋଜନା ରହିଥିଲା। ସ୍ଥାନୀୟ ଲୋକେ ସକାଳ ଭ୍ରମଣ ,ନୌକା ବିହାର, ଶିଶୁ ଉଦ୍ୟାନ ,ଖୋଲା ଯୋଜନା ରହିଯାଇଛି। ଡି ପି ଆର ଅନୁମୋଦନ ନହେବା ଓ ପାଣ୍ଠି ନ ମିଳିବା କାରଣ ରୁ  ପରିକଳ୍ପନା ବାସ୍ତବ ରୂପ ଦେବାରେ ଅହେତୁକ ବିଳମ୍ବ ହୋଇଛି। ଏହି ପ୍ରକଳ୍ପର ବାସ୍ତବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜନୈତିକ ବ୍ୟକ୍ତି ବିଶେଷ ଓ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ର ଇଚ୍ଛା ଶକ୍ତିର ଅଭାବରୁ ଆସିକା ବହୁ ସରକାରୀ ସଂସ୍ଥା ଅନ୍ୟ ନିର୍ବାଚନ ମଣ୍ଡଳୀ କୁ ପୂର୍ବରୁ ଚାଲିଯାଇଥିବା ନଜିର ରହିଛି। ଆଜି ଆସିକା ରେ ଥିବା ନିର୍ମାଣଧିନ ବହୁ ପ୍ରକଳ୍ପ ଅଧୁରା ରେ ରହିଯାଇଛି। ଏଠାକାର ନେତାଙ୍କ କଥା ବେଶି କାମ କମ ବୋଲି ଲୋକେ ଚର୍ଚ୍ଚା କରିଲେଣି।

nis-ad
Leave A Reply

Your email address will not be published.