ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରକ୍ତଭଣ୍ଡାର ସ୍ଥିତି ସଙ୍ଗୀନ…

ରୋଗୀ ହନ୍ତ ସନ୍ତ…

ନୟାଗଡ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ସ୍ଥିତି ସଙ୍ଗୀନ । ଏଠାକୁ ଆସୁଥିବା କୌଣସି ଗୁରୁତର ରୋଗୀଙ୍କର ଯଦି ରକ୍ତର ଆବଶ୍ୟକ ପଡ଼ିଲା ତେବେ କଥା ସରିଲା । ବର୍ତ୍ତମାନ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ୫୩ ୟୁନିଟ ରକ୍ତ ମହଜୁତ ଥିବାର ଜଣାପଡ଼ିଛି । ଯାହାକି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢାଇ ଦେଇଛି । ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି । ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଅଜୟ କୁମାର ବାହିନୀପତିଙ୍କ ନେତୃତ୍ବରେ ବିଭିନ୍ନ ବ୍ଲକ ରେ ରକ୍ତଦାନ ଶିବିର ଆୟୋଜିତ କରିବା ପାଇଁ ବିଭିନ୍ନ ସ୍ୱେଚ୍ଛlସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଓ କ୍ଳବ୍ ଗୁଡ଼ିକୁ ସଚେତନ କରାଯିବ ବୋଲି ଜଣାପଡିଛି । ସାଧାରଣତଃ ମାର୍ଚ୍ଚ ରୁ ଜୁନ ମାସରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଉଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ରକ୍ତର ଅଭାବ ଦେଖିବାକୁ ମିଳୁଛି । ଦିନକୁ ହାରାହାରି ୧୫ରୁ୨୦ ୟୁନିଟ ର ଆବଶ୍ୟକତା ଦୃଷ୍ଟିରୁ ମାସକୁ ୫୦୦ୟୁନିଟ ର ଆବଶ୍ୟକତା ପଡୁଛି । ରକ୍ତର ଆବଶ୍ୟକତା ଦୃଷ୍ଟିରୁ ଆବଶ୍ୟକ କ୍ୟାମ୍ପ ର ଆୟୋଜନ କରାଯାଉନାହିଁ । ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ରକ୍ତଦାନ କ୍ୟାମ୍ପ କରିବା ସମ୍ଭବ ହେବ ନାହିଁ । ତେଣୁ ରକ୍ତ ଭଣ୍ଡାର ରେ ରକ୍ତ ପାଇଁ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି ।

nis-ad
Leave A Reply

Your email address will not be published.