ସ୍ବାମୀଙ୍କ ପ୍ରେମିକା ସନ୍ଦେହରେ ଯୁବତୀଙ୍କୁ ଆକ୍ରମଣ

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ବହୁମୁଖି ଶିକ୍ଷାନୁଷ୍ଠାନରେ ପ୍ରବେଶ କରି ଜଣେ ମହିଳା ତାଙ୍କର ସ୍ବାମୀଙ୍କ ପ୍ରେମିକା ସନ୍ଦେହରେ ଜଣେ ଅଧ୍ୟାପିକା ଙ୍କୁ ମାଡ଼ ମାରିବା ଘଟଣା ଓଡ଼ଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିଛନ୍ତି । ଅଧ୍ୟାପିକା ଙ୍କ ସହିତ ଅନୈତିକ ସମ୍ପର୍କ ସନ୍ଦେହରେ ଅଧ୍ୟାପକ ତ୍ରିନାଥ ଦାସ ଙ୍କ ସ୍ତ୍ରୀ ରଶ୍ମିତା ଦାସ, ତାଙ୍କର ମା, ମାମୁ, ଭାଣେଜି ମିଳିତ ଭାବେ ସକାଳ ୧୦ଟା ବେଳେ ଉକ୍ତ ଶିକ୍ଷାନୁଷ୍ଠାନ ରେ ପ୍ରବେଶ କରି ସମ୍ପର୍କ ଥିବା ଅଧ୍ୟାପିକା ଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଶିକ୍ଷାନୁଷ୍ଠାନ ଅନ୍ୟ କର୍ମଚାରୀ ମାନେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏ ନେଇ ଅଧ୍ୟାପିକା ଜଣକ ଓଡ଼ଗାଁ ଥାନାରେ ରଶ୍ମିତା ଦାସଙ୍କ ସହିତ ତାଙ୍କ ମା, ମାମୁଁ ଓ ଭାଣେଜୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ରଶ୍ମିତା ଦାସଙ୍କୁ ତାଙ୍କର ସ୍ବାମୀ ତ୍ରିନାଥ ଦାସଙ୍କ ସହିତ ଶାଶୁ, ଶଶୁର ସବୁବେଳେ ନିର୍ଯାତନା ଦେଉଥିବାର ଅନ୍ୟ ଏକ ଅଭିଯୋଗ ଦାଖଲ ହୋଇଛି । ଏ ନେଇ ଓଡ଼ଗାଁ ପୋଲିସ ୪୯/୨୦୨୪ ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି ।

nis-ad
Leave A Reply

Your email address will not be published.