ବିଶ୍ଵ ଖ୍ରୀଷ୍ଟୀୟ ଉଦଯୋଗ ଦିବସ ପାଳିତ

ଫୁଲବାଣୀ : ଓଡ଼ିଆ ବାପଟିଷ୍ଟ୍ ମଣ୍ଡଳୀ ଫୁଲବାଣୀ ଗତ ଦୁଇ ଦିନ ଧରି ଖ୍ରୀଷ୍ଟୀୟ ଉଦଯୋଗ ସମିତି ପକ୍ଷରୁ ୧୪୪ ତମ ବିଶ୍ଵ ସି ଇ ଦିବସ ପାଳନ କରାଯାଇଛି l କନ୍ଧମାଳ ଜିଲ୍ଲାର ସମୁଦାୟ ୧୫୭ ଟି ସି ଇ ସମିତି ରହିଥିବା ବେଳେ ସେଥିମଧ୍ୟରୁ ଜିଲ୍ଲା ସଦର ମହକୁମାର ରହିଥିବା ଓଡ଼ିଆ ବାପଟିଷ୍ଟ୍ ମଣ୍ଡଳୀରେ ବିଶ୍ଵ ଖ୍ରୀଷ୍ଟୀୟ ଉଦଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ସମାଜରେ ଯୁବ ଗୋଷ୍ଠୀ ଯେପରି ଆତ୍ମିକ ଶିକ୍ଷାରେ ବୃଦ୍ଧି ପାଇବେ ସାମାଜିକ ଓ ଆଧ୍ୟାତ୍ମିକ ସେବା କାର୍ଯ୍ୟର ଆହ୍ଵାନ ଉଦ୍ଦେଶ୍ୟରେ ୧୮୮୧ ଫେବ୍ରୁଆରି ୨ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ଡଃ ଫ୍ରାନ୍ସ ସିସ୍ ଏଡ୍ୱାୱାର୍ଡ କ୍ଲାର୍କ ଏହି ଧାର୍ମିକ ଶିକ୍ଷା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ଓ ସର୍ବ୍ ଭାରତ ଖ୍ରୀଷ୍ଟୀୟ ଉଦ୍ ଯୋଗ ସମ୍ମିଳନୀ ୧୮୮୩ ମସିହାରେ ପ୍ରଥମ କରି କଲିକତା ଠାରେ ସ୍ଥାପନ ହୋଇଥିଲା ଯାହା କି ଆଜି ସାରା ବିଶ୍ୱରେ ଖ୍ରୀଷ୍ଟୀୟ ମଣ୍ଡଳୀ ଗୁଡିକରେ ସ୍ଥାପିତ ହୋଇ ପାରିଛି l ଏହି ଅବସରରେ ସ୍ଥାନୀୟ ଓଡ଼ିଆ ବାପଟିଷ୍ଟ୍ ମଣ୍ଡଳୀ ପ୍ରାଙ୍ଗଣରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ଖ୍ରୀ :ଉ : ସମ୍ମିଳନୀ ର ଆଞ୍ଚଳିକ ସମ୍ପାଦକ ସର୍ବାନନ୍ଦ ସାହୁ, ଖୋର୍ଦ୍ଧା ପବିତ୍ର ଧର୍ମଶାସ୍ତ୍ର ବାଇବେଲର ୧ ମ ବଂଶାବଳୀ ୧୬ ପର୍ବ ୧୧ ପଦର ତୁମେମାନେ ମହାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ୱେଷଣ କର ସର୍ବଦା ତାହାଙ୍କ ମୁଖର ଅନ୍ୱେଷଣ କର ବିଷୟରେ ଆଲୋଚନା କରିଥିଲେ l ତା ସଙ୍ଗେ ସଙ୍ଗେ ଉଦ ଯୋଗ ସମିତିରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କୃତ କରାଯାଇଥିଲା l ୨୦୨୪-୨୫ ନିମନ୍ତେ ସଭାନେତ୍ରୀ ଏନ ଲୀନା ଚାନ୍ଦ, ଉପ ସଭାନେତ୍ରୀ ଭାବେ ସୁଶ୍ରୀ ସୋନାଲି ଦିଗାଲ ନମସ୍ତେ ସମ୍ପାଦକ ପରିତୋଶ ଚନ୍ଦ୍ର ମିଶ୍ର ଯୁଗ୍ମ ସମ୍ପାଦକ ଡଃ ଏନ ତନ୍ମୟ କୁମାର, ସହ ସମ୍ପାଦକ ଅନିଲ କୁମାର ନାୟକ, କୋଷାଧକ୍ଷ ବିନୀତ ଦିଗାଲ, କାର୍ଯ୍ୟକାରୀ କର୍ମକର୍ତ୍ତା ଭାବେ ଗିଦି ୟାନ ନାୟକ, ସମୀରଣ ନାୟକ, ଶ୍ରୀମତୀ ସୁପ୍ରଭା ମିଶ୍ର ଙ୍କୁ ଚୟନ କରାଯାଇଛି ।ମଣ୍ଡଳୀର ପାଳକ ବିଜୟ କୁମାର କରାଡ଼ ନୂତନ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଓ ଆଶିର୍ବାଦ ସହ ସଭା ସାଙ୍ଗ ହୋଇଥିଲା l

nis-ad
Leave A Reply

Your email address will not be published.