ଚିକିଟୀ ରେ “ଆମ ଓଡ଼ିଶା ନବୀନ ଓଡିଶା ” ସଚେତନତା କାର୍ଯ୍ୟକ୍ରମ

ଚିକିଟୀ : ସ୍ଥାନୀୟ ଚିକିଟୀ ପେଣ୍ଠ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାର ଦିନ ସହରାଞ୍ଚଳ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ କୁଳଦୀପ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଙ୍କ ସହ ପରିଷଦର ସମସ୍ତ କାଉନ୍ସିଲର ଉପସ୍ଥିତ ରହି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦ୍ବୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ଟିଭି ପରଦା ମାଧ୍ୟମରେ ଦେଖାଯାଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ସଙ୍ଗୀତ ଗାନ କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଷ୍ଟଲ ଖୋଲା ଯାଇଥିଲା। ଚିକିଟୀ ବିଜ୍ଞାପିତ ପରିଷଦ ବିକାଶର ଏକ ପୁସ୍ତିକା ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଲୋକଙ୍କ ବିକାଶ ପାଇଁ ବୋଲି ସମସ୍ତେ ମତ ଦେଇ ଓଡିଶା ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ କାରତାଳି ଓ ହୁଳହୁଳି ଦେଇ ସ୍ୱାଗତ କରିଥିଲେ।ପରିଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଉନ୍ନୟନ ମୂଳକ ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ଲୋକଙ୍କ ପାଖରେ ଉପସ୍ଥାପନ କରି କାଉନସିଲର ଯୁର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି, ସମାଜସେବୀ ଓ ଯୁବପିଢି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀଙ୍କ ସହଯୋଗ ରେ କାର୍ଯ୍ୟକ୍ରମଟୀ ସଫଳ ରୂପାୟନ ହୋଇଥିଲା।

nis-ad
Leave A Reply

Your email address will not be published.