ବାଟିବେଡ଼ା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ


ଉମରେକାଟ : ସୂଚନା ପ୍ରକାରେ ଆଜି ଉମରକୋଟ ବ୍ଲକ ଅନର୍ଗତ ଆଶ୍ରମ ବିଦ୍ୟାଳୟରେ ସମସ୍ତ ଛାତ୍ର, ଛାତ୍ରୀ, ଏବଂ ସମସ୍ତ ଅଭିଭାବକ ଏବଂ ଗ୍ରାମର ଭଦ୍ର ବ୍ୟକ୍ତି ମାନଙ୍କୁ ଆମନ୍ତ୍ରଣ କରି ମହା ସମାରହରେ ବାର୍ଷିକ ଉତ୍ସବ ପାଳନ କରାଯାଇଅଛି | ସ୍ୱାଧୀନତା ସଂଗ୍ରାମୀ ରବିସିଂ ମାଝିଙ୍କ ଜନ୍ମ ଗ୍ରାମ ହୋଇ ଥିବାରୁ ତାଙ୍କର ସୃତି ଉଦ୍ଦେଶ୍ୟରେ ଅନୁସୂଚିତ ଜନଜାତି, ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ଅନୁଦାନରେ ଏହି ଆଶ୍ରମ ବିଦ୍ୟାଳୟଟି ହୋଇଥିଲା | ସେହି ଦିନ ଠାରୁ, ଏହି ବିଦ୍ୟାଳୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟଦେଇ ବାର୍ଷିକ ଉତ୍ସବ ଟି କରାଯାଉଅଛି | ମୁଖ୍ୟ ଅତିଥି ଭାବେ ସତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଉପେନ୍ଦ୍ର ଗଣ୍ଡ, ଅତିରିକ୍ତ ଶିକ୍ଷା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତି ସୁଶୀଳା ଜୋରଦାର, ଯୋଗଦାନ କରି ଶିକ୍ଷାର ପ୍ରସାର ଉପରେ ଉଦବୋଧନ ଦେଇଥିଲେ,ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଫ୍ରମସିସ ନାଗ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରି ଥିଲେ, ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ, ସମସ୍ତ ପ୍ରତିଯୋଗୀତାରେ କୃତିକାର୍ଯ୍ୟ ହାସଲ କରିଥିବା ପ୍ରଥମ, ଦ୍ୱିତୀୟ, ତୃତୀୟ ଛାତ୍ର, ଛାତ୍ରୀ ମାନଙ୍କୁ ଉପହାର ଦିଆଯାଇଥିଲା,ଏବଂ ସମସ୍ତଙ୍କୁ ମଧ୍ୟାନ୍ନ ଭୋଜନ ଦେବା ପରେ ଧନ୍ୟବାଦ ଜଣାଇ କାର୍ଯକ୍ରମ ସମାପନ କରାଯାଇଥିଲା |

nis-ad
Leave A Reply

Your email address will not be published.