ଏକ ବିରଳ ବ୍ୟକ୍ତିତ୍ୱ ପ୍ରଣବ ନାୟକ :କନ୍ଧମାଳ ଜିଲ୍ଲାର ୧୫୦ ପଞ୍ଚାୟତ ବୁଲି ୧୨୦୦ ଗ୍ରାମ ୫୦ ହଜାର ଲୋକଙ୍କ ସହ ଜନସମ୍ପର୍କ…

ଫୁଲବାଣୀ :କନ୍ଧମାଳକୁ କନ୍ଧମାଳର ନେତା
ପରୀପ୍ରେକ୍ଷୀରେ,ଦୀର୍ଘ ବର୍ଷ ଧରି ଜିଲ୍ଲାର ୧୫୦ଟି ପଂଚାୟତରେ ବୁଲିବୁଲି ୩୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସହ ଯୋଗା ଯୋଗ କରି ଦୁଃଖ ସୁଖରେ ସୁବିଧା ଅସୁବିଧାରେ ପାଖରେ ରହି ଆପଣାର ପରି ସାହାଯ୍ଯ ସହଯୋଗ କରିବା ସହିତ ଆଲୋଚନା ର ସାରମର୍ମ,ଗଣ ମାଧ୍ୟମ ଆଗରେ ରଖିଛନ୍ତି ସମାଜସେବୀ ପ୍ରଣବ ନାୟକ । ଏ ନେଇ ଫୁଲବାଣୀ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ
କହିଛନ୍ତି ଯେ, ବିଗତ ୨୦ ବର୍ଷ ଧରି କନ୍ଧମାଳରେ ଯେଉଁ ରାଜନୈତିକ ଗତିବିଧି ଚାଲିଛି ସେ ବିଷୟରେ, ସମସ୍ତ ଜିଲ୍ଲା ବାସୀ ଅବଗତ ଅଛନ୍ତି । ନିର୍ବାଚନ ଆସିଲେ ସମସ୍ତ ଙ୍କୁ କନ୍ଧମାଳ ବୋଲି ଗୋଟିଏ ଜିଲ୍ଲା ଅଛି ଏବଂ ସେହି ଜିଲ୍ଲାରେ ୮ ଲକ୍ଷ ଲୋକ ରହିଆସୁଛନ୍ତି ବୋଲି ବିଭିନ୍ନ ରାଜନୈତିକ
ଦଳର ନେତା ମାନଙ୍କର ମନେପଡେ ।ଜିଲ୍ଲାରେ ୫ ବର୍ଷରେ ଥରେ ନିର୍ବାଚନ ହୁଏ କନ୍ଧମାଳ ଜିଲ୍ଲାରେ ରହିଥ‌ିବା ସମସ୍ତ ବର୍ଗର ଲୋକ ଏହି ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି । ନିଜ ଜିଲ୍ଲାର ଅନେକ ସାମୁହିକ ସମସ୍ୟା ର ସମାଧାନ ଆଶାକରି ଭୋଟରମାନେ ଭୋଟ୍ ଦିଅନ୍ତି । ଆଶା ଥାଏ
କି ଏଥର ନିଶ୍ଚୟ କିଛି ନୁଆ ହେବ । ଆମ ଜିଲ୍ଲାର ପରିବର୍ତନ ହେବ,ଉନ୍ନତି ହେବ, ବିଭିନ୍ନ ଦୀର୍ଘ କାଳୀନ ସମସ୍ଯାର
ସମାଧାନର ବାଟ ଖୋଲିବ । ନିର୍ବାଚନ ସମୟର ଆଡମ୍ବର ଭିତରେ ସାଧାରଣ ଭୁଲ୍,ମିଛ ପ୍ରତିଶୃତିର ବନ୍ୟାରେ ଭାସିଯାଆନ୍ତି ସାଧାରଣ ଭୋଟର୍‌ । ସେଇ ୩୦ ଦିନରେ କନ୍ଧମାଳ ପାଇଁ ସାମାନ୍ୟତମ ସମ୍ବେଦନା ନଥିବା ନେତାମାନେ ମଧ୍ୟ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ଅତି ନିଜର ହେବାର ଅଭିନୟ କରନ୍ତି । ସ୍ବପ୍ନ ଦେଖାନ୍ତି ଆଉ ନିର୍ବାଚନୀ ଋତୁ ସରିଗଲେ କନ୍ଧମାଳ ର ଜନତା, ନେତା, କାର୍ଯ୍ୟକର୍ତ୍ତା ସମସ୍ତେ ସେମାନଙ୍କ ପାଇଁ ଅଲୋଡା ହୋଇଯାଆନ୍ତି ।ଏମିତି ପୁଣି ୫ ବର୍ଷ ବିତିଯାଏ । ହେଲେ କାହାର ଦେଖା ମିଳେନି l ଯଦି କୌଣସି ଲୋକର କିଛି ଅସୁବିଧା ହେଲେ ସେ ପ୍ରତିନିଧି ବ୍ୟତୀତ ନେତା ଙ୍କୁ ଭେଟିବା ସମ୍ଭବ ହୋଇ ପାରୁ ନାହିଁ ବୋଲି ଗାଁ ଗାଁ ରେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି l ଶ୍ରୀ ନାୟକ ନିଜସ୍ୱ ଏକ ଆପ ଖୋଲିଛନ୍ତି ସେଥିରେ ସମସ୍ତେ ନିଜ ନିଜର ସୁବିଧା ଅସୁବିଧା ଲିଖିତ ଆକାରରେ ଛାଡିଛନ୍ତି ଯେ କିପରି ଘଟଣାକ୍ରମ ଭିତରେ କନ୍ଧମାଳର ଯୋଜନା, ସ୍ଵପ୍ନ, ଆଶା ସବୁ ଧୁଳିସାତ୍ ହୋଇଯାଏ । ଉନ୍ନତି ବାଧାପ୍ରାପ୍ତ ହୁଏ । ପ୍ରଶାସନ, ନେତୃତ୍ବ, ବିଭିନ୍ନ ସାମାଜିକ ତଥା ସମାଜ ସେବୀ ସଂଗଠନ ଓ ସାଧାରଣ ଭୋଟରଙ୍କ ଭିତରେ ଯେଉଁ ତାଳମେଳ


ସମାଜସେବୀ ସଂଗଠନ ଓ ସାଧାରଣ ଭୋଟରଙ୍କ ଭିତରେ ଯେଉଁ ତାଳମେଳ ରହିବା କଥା, ଯେଉଁ ପ୍ରକାରର ସମନ୍ଧୀୟ ରହିବା କଥା ତାହା ହୋଇ ପାରେନାହିଁ । ଏଣୁ ଏ ସବୁ ଭିତରେ କନ୍ଧମାଳ ପ୍ରଗତି ଆଉ ଯୁଗୋପଯୋଗୀ ଉନ୍ନତି ଠାରୁ ଆନେକ ଦୁରରେ ରହିଯାଏ । କୋଭିଡ୍ ମହାମାରୀ ସମୟରେ ଦୁର୍ଭାଗ୍ୟଜନକ ପରିସ୍ଥିତି । କାହାର କାହା ସହିତ ସମନ୍ବୟ ନ‌ଥିବା କାରଣରୁ ସମସ୍ତେ କିପରି ଅସୁବିଧାର ସମ୍ମୁଖୂନ ହୋଇଥିଲେ । ଆମକୁ ଅନେକ ବନ୍ଧୁ ତଥା ପରିବାର ସଦସ୍ୟଙ୍କୁ ହରାଇବାକୁ ପଡିଛି । ଉପଯୁକ୍ତ ବ୍ୟବସ୍ଥା ଥିଲେ ହୁଏତ ଲୋକଙ୍କୁ ସେତେଟା କ୍ଷତି ସହିବାକୁ ପଡିନଥାନ୍ତି । ଏହିପରି ପରିସ୍ଥିତିରେ ଲକ ଡାଉନ ସମୟରେ ଉପାନ୍ତ ଅଞ୍ଚଳ ହୋଉକି ସହରାଞ୍ଚଳ ସମସ୍ତଙ୍କୁ ଘର ଘର ବୁଲି ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରି ଥିବାର ଦେଖିବାକୁ ମିଳିଥିଲା l ଏଥି ସହିତ ଜିଲ୍ଲାରେ କିଛି ସ୍ବେଛାସେବୀ ସଂଗଠନ ଏବଂ ଗଣମାଧ୍ୟମ ପ୍ରତିନିଧୂ ମାନେ ନିଜ ନିଜର କର୍ତବ୍ୟବୋଧ ଯୋଗୁଁ ବିଭିନ୍ନ ପ୍ରତିକୁଳ ପରିସ୍ଥିତି ରେ ନିଜର ଦାୟିତ୍ଵ ସମ୍ପାଦନ କରିଛନ୍ତି l ସେଥିପାଇ ସମସ୍ତ କନ୍ଧମାଳବାସୀ ବିଭିନ୍ନ ଅସୁବିଧା ବେଳେ କିଛି ସହାୟତା ପାଇବାରେ ସଫଳ ହୋଇଛନ୍ତି ।
ଆଜି ମଧ୍ୟ କନ୍ଧମାଳ ଜିଲ୍ଲାରେ ସାଧାରଣ ଲୋକଟିଏ କୌଣସି ସମସ୍ୟାରେ ପଡିଲେ କେଉଁ ନେତାଙ୍କୁ ଭେଟିବା ଅପେକ୍ଷା ଜଣେ ସମ୍ବାଦିକଙ୍କୁ ଭେଟି ନିଜର ସମସ୍ୟା କହିବାକୁ ଉଚିତ୍ ମନେ କରୁଛନ୍ତି । ଏ ସମସ୍ତ ବିଷୟ ସାମାଜିକ ସ୍ତରରେ କାମ କରିବା ସମୟରେ ଅନେକ ସମୟରେ ଆମର ଅନୁଭବ ହୋଇଛି । କୌଣସି ନେତାଙ୍କ ଦ୍ବାରା ସାଧାରଣ ଲୋକଙ୍କର କୌଣସି ଏକ କାମ ତୁରନୁ ସମାଧାନ ହୋଇପାରିବାର – ସେଭଳି ଦୃଷ୍ଟାନୁମୁଳକ ଉଦାହରଣ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ପାଖରେ ନାହିଁ । ବରଂ ଅନ୍ୟାୟ ଓ ଦୁର୍ନିତୀ ବିରୋଧରେ ଯଦି କୌଣସି ସରକାରୀ କର୍ମଚାରୀ ଲିପ୍ତ ଥାଆନ୍ତି, ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ହିଁ ସରକାରୀ କଳ ତତ୍ପର ହେବା ଦେଖା ଯାଇଛି । ଏହି ସମୟରେ କୌଣସି ରାଜନେତାଙ୍କର ବିଶେଷ ଭୁମିକା ଥିବା ମନେ ହୁଏ ନାହିଁ ।ଏଣୁ ଆମର ଅନେକ ପ୍ରଶ୍ନର ଯଥାର୍ଥତା, ସେସବୁର ସଠିକ୍ ଉତ୍ତର ଓ ସମାଧାନ ଆଶାରେ ଆମେ କନ୍ଧମାଳକୁ ଭଲପାଉଥିବା ଓ କନ୍ଧମାଳର ସମୟର ଆବଶ୍ୟକତା ଅନୁସାରେ ଉନ୍ନତି ଚାହୁଁଥୁବା ଜାତି, ଧର୍ମ,ବର୍ଣ୍ଣ, ଦଳ, ମତ ନିର୍ବିଶେଷରେ ସମସ୍ତ ବର୍ଗର ଲୋକଙ୍କୁ ଭେଟି ଏସମସ୍ତ ବିଷୟରେ ଚର୍ଚ୍ଚା ଆଲୋଚନା କରିଥିବା କଥା ଗଣମାଧ୍ଯମକୁ ଜଣାଇଥିଲେ । ଦିର୍ଘ ୨ ବର୍ଷ ଧରି ଚାଲିଥିବା ଏହି ଯୋଜନାରେ ସାମିଲ ସେ ଜନ ଜାଗୃତି ମଂଚ ନାମରେ ଏକ ସଂଗଠନ ଆରମ୍ଭ କରି ଆମେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣକୁ ଯାଇ ବିଭିନ୍ନଅପହଂଚ ଅଂଚଳରେ ପହଂଚିଥ‌ିବା କଥା ଓ ଲୋକସଭା ନିର୍ବାଚନ ମଣ୍ଡଳିର ଅନ୍ୟ ୪ ଟି ବିଧାନସଭା କ୍ଷେତ୍ରକୁ ମଧ୍ୟ ପହଂଚି ଥିବା ନେଇ ସୁଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ସମୁଦାୟ ୧୭୧ ପଂଚାୟତ ମଧ୍ୟରୁ ପ୍ରାୟ ୧୫୦ ପଞ୍ଚାୟତ ଗସ୍ତକରି ସାଧାରଣ ଲୋକଙ୍କ ସହ ଜିଲ୍ଲାର ରାଜନୈତିକ ପରିସ୍ଥିତି ବାବଦରେ ଚର୍ଚ୍ଚା ଆଲୋଚନା କରିଥିବା କଥା କହିଛନ୍ତି । ଏହିଅବସରରେ ଜିଲ୍ଲାର ୧୨ ହଜାରରୁ ଅଧୂକ ଗାଁ ରେ ପ୍ରାୟ 50 ହଜାର ପରିବାର ସହ ସମ୍ପର୍କ କରିଥିଲେ । ଆହୁରି ମଧ୍ଯ କହିଛନ୍ତି ସରକାରୀ ତନ୍ତ୍ରର ମଧ୍ୟ ଅନୁରୁପ ବ୍ୟବସ୍ଥା, ଦୀର୍ଘବର୍ଷ ଧରି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସରକାର ରାଜ୍ୟ ଶାସନ କରୁଥିବା କାରଣରୁ, ଅନେକ ସମୟରେ ସରକାରଙ୍କ ଦୋଷତୃଟିକୁ ଲୁଚାଇ ନିଜର ଚାକିରି ବଂଚାଇବାକୁ ସେମାନେ ଉଚିତ୍ ମନେ କରୁଛନ୍ତି । ସରକାରୀ କଳ ଏବଂ ସରକାରରେ ଥିବା ରାଜନୈତିକ ଦଳ ଭିତରେ କୌଣସି ଫରକ ଦେଖାଯାଉ ନାହିଁ । ରାଜ୍ୟ ରାଜକୋଷରୁ ଲୋକଙ୍କର ଝାଳବୁହା ଅର୍ଥରୁ ଟିକସ ନେଇ ସରକାରରେ ଥୂବା ରାଜନୈତିକ ଦଳ, ଦଳିୟ କାର୍ଯ୍ୟକ୍ରମ ଆୟୋଜନ କରୁଛି । ସାଧାରଣ ଜନତା କିଂକର୍ତବ୍ୟମୁଢ । ଏ ସମସ୍ତ ଘଟଣାକ୍ରମ ଭିତରେ ପେଶୀ ହୋଇଯାଉଛି କନ୍ଧମାଳର ସ୍ବପ୍ନ ଓ ଭବିଷ୍ୟତ ।ଏଣୁ କନ୍ଧମାଳ ପାଇଁ କନ୍ଧମାଳରେ କନ୍ଧମାଳ ଦ୍ବାରା ହିଁ ଏହି ସବୁ ସମସ୍ୟାର ସମାଧାନ ହୋଇପାରିବ, ଏ ଆଶା ଓ ବିଶ୍ବାସକୁ କନ୍ଧମାଳବାସୀଙ୍କୁ ଏତିକି ଅନୁରୋଧ ।ଆପଣ ମାନେ ଉପରୋକୁ ସମସ୍ତ ବିଷୟରେ ବିଚାର ମନ୍ଥନ କରନ୍ତୁ, ଆମେ ସମସ୍ତେ ଆଶାବାଦୀ ଆଗାମୀ ଦିନରେ କନ୍ଧମାଳ ନିଶ୍ଚିତ ଭାବର ସମସ୍ୟାର ଶିକୁଳିରୁ ମୁକୁଳିବ ଏବଂ ଅନ୍ୟ ଜିଲ୍ଲା ଭଳି ପ୍ରଗତିର ଶିଖରକୁ ପହଂଚିବ । ଯୁବକ ଯୁବତୀ ମାନଙ୍କୁ ରୋଜଗାର ମିଳିବ, ନିରାଶା ମନରେ ଆଶାର ସଂଚାର ହେବ, ଉପଯୁକ୍ତ ହିତାଧୂକାରୀ ପାଖରେ ସରକାରୀ ସୁବିଧା ପହଂଚି ପାରିବ । ଟିକସ ଦାତାଙ୍କ ଟିକସ ଉଚିତ କାମରେ ଲାଗିବ, ଅସହାୟଙ୍କୁ ସହାରା ମିଳିବ, ଗରୀବଙ୍କୁ ତୃରୀତ ନ୍ୟାୟ ମିଳିବ, ସର୍ବୋପରି କନ୍ଧମାଳ ଦୁର୍ନିତୀ ମୁକ୍ତ ହେବା ସହ କନ୍ଧମାଳରେ ନେତୃତ୍ବର ବିକାଶ ହେବ ବୋଲି କହିଥିଲେ l

nis-ad
Leave A Reply

Your email address will not be published.