ଜିଲ୍ଲାରେ ଛତୁଆ ଯୋଗାଣ ଠପ ନଗଡ଼ା ଭଳି ସମ୍ମୁଖିନ ହେବ କି ଗଞ୍ଜମ ଜିଲ୍ଲା…!

ପୃଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଲେ ପିଲାରୁ ମହିଳା …


ଵ୍ରହ୍ମପୁର: ୬-୨ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ପୁଷ୍ଟିକର ପାଇଁ ମାଗଣା ଖାଦ୍ୟ ପ୍ରଦାନ ବ୍ୟବସ୍ଥା ହୋଇଛି। କୁନିପିଲା,ଗର୍ଭବତୀ ଓ ପ୍ରସୂତିଙ୍କୁ ପୁଷ୍ଟିକର ଖାଦ୍ୟ ସକାଶେ ରାଜ୍ୟରେ ଅଣ୍ଡା ଓ ଛତୁଆ ପ୍ରଦାନ କରାଯାଉଛି। ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାରେ ଏହି ଯୋଜନା ଏବେ ବାଟମଣା ହେବା ହୋଇଛି। ଗତ କିଛି ମାସ ହେଲା ଜିଲ୍ଲାରେ ଥିବା ଅଧିକାଂଶ ବ୍ଲକ ରେ ହିତାଧିକାରୀଙ୍କୁ ଅଣ୍ଡା ବଦଳରେ ଟଙ୍କା ଦିଆଯାଉଛି। ବଜରରେ ଅଣ୍ଡା ଦର ବୃଦ୍ଧି ଯୋଗୁଁ
ସରକାର ଦେଉଥିବା ଅଣ୍ଡା ବଦଳ ରେ ଟଙ୍କା ଦିଆଯାଉଥିବା ବିଭିନ୍ନ ଗଣମାଧ୍ୟମ ରେ ରୀତିମତ ପ୍ରକାଶ ପାଉଛି। ଏବେ ବିଭିନ୍ନ ଆଳ ଦେଖାଇ ଛତୁଆ ବଣ୍ଟନ ବନ୍ଦ ରହିଛି। ଯାହା ଫଳରେ ହିତାଧିକାରୀ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ଅଣ୍ଡା ଓ ଛତୁଆ ବଣ୍ଟନ ଅବ୍ୟବସ୍ଥା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଅପପୃଷ୍ଟି ର ଶିକାର ହୋଇ ନଗଡ଼ା ଭଳି ପରିସ୍ଥିତି ର ସମ୍ମୁଖିନ ହେବାର ଦେଖା ଦେଇଛି ବୋଲି ଚର୍ଚ୍ଚା ହେଉଛି।ଗଞ୍ଜାମ ଜିଲ୍ଲାର ୨୨ ଟି ବ୍ଲକରେ ୫ ହଜାର ୧୬୧ ଟି ଅଙ୍ଗନବାଡ଼ି ଏହି ସବୁ କେନ୍ଦ୍ର ରହିଛି।ଏହି ସବୁ କେନ୍ଦ୍ରରେ ପରିପୁ ପୃଷ୍ଟିକର ଯୋଜନା ମାଧ୍ୟମରେ ପ୍ରସୂତି ଓ ଗର୍ଭବତୀ ମହିଳା ଙ୍କ ସହ ପ୍ରାୟ ୪୬ ହଜାର ପିଲାଙ୍କୁ ଛତୁଆ ଓ ଅଣ୍ଡା ପ୍ରଦାନ କରାଯାଉଥିଲା। ହେଲେ ଚଳିତ ମାସର ପ୍ରଥମ ସପ୍ତାହ ହୋଇଥିଲେ ବି ଛତୁଆ ବଣ୍ଟନ ହୋଇନଥିବା ଅଭିଯୋଗ ହେଉଛି। ଅଣ୍ଡା ଯୋଜନା ରେ ଦିର୍ଘ ମାସ ହେଲା ବିଭ୍ରାଟ ଦେଖା ଦେଇଥିବା ବେଳେ ଏବେ ଛତୁଆ ପାଇବାରୁ ବଞ୍ଚିତ ହୋଇଛନ୍ତି, ଜିଲ୍ଲାର ହିତାଧିକାରୀ ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ଅଙ୍ଗନବାଡ଼ି ଦିଦିଙ୍କ କହିବା ପ୍ରକାରେ ଗହମ ନଥିବା ଯୋଗୁଁ ଛତୁଆ ବଣ୍ଟନ ହୋଇନାହିଁ। ହେଲେ ଗହମ ଆଳ ନା ପିସି କାରବାର ର ହିସାବ କୁଆଡ଼େ ଛିଡୁନି କି ବୋଲି ଚର୍ଚ୍ଚା ହେଲାଣି।ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାରେ ପିଲା ଓ ଗର୍ଭବତୀ ଙ୍କ ମୁହଁରୁ ଛତୁଆ ଗାଏଵ କି ବୋଲି ଲୋକେ କହୁଛନ୍ତି। ଜିଲ୍ଲାରୁ ରାଜଧାନୀ ପର୍ଯ୍ୟନ୍ତ ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀ ଚୁପଚାପ ବସିଥିବା ଯୋଗୁଁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ଲକ୍ଷ କରାଯାଇଛି। ପ୍ରଥମେ ଅଣ୍ଡା ଏବେ ଛତୁଆ ବନ୍ଦ କଣ ଚାଲିଛି। ଏହି ଜିଲ୍ଲାରେ ହାରି ଗୁହାରି ଶୁଣିବାକୁ କେହି ନାହାନ୍ତି, କି ବୋଲି ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.