ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ସହରର ବିକାଶ ପାଇଁ ଆଲୋଚନା କଲେ ରାୟଗଡ଼ା ପ୍ରେସ କ୍ଳବ୍ ସଦସ୍ୟ…

ରାୟଗଡ଼ା : ରାୟଗଡ଼ା ପ୍ରେସ କ୍ଲବ ପକ୍ଷରୁ ଶନିବାର ଦିନ ନୂତନ ଜିଲାପାଳ ମନୋଜ ସତ୍ୟୱାନ ମହାଜନ ଓ ଏସପି ହରିଶ ବି.ସି.ଙ୍କୁ ଭେଟି ସ୍ୱାଗତ ଜଣାଇବା ସହିତ ସହରର ବିଭିନ୍ନ ସମସ୍ୟା ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରେସ କ୍ଲବର ସଭାପତି ଯୋଗେଶ୍ୱର ଦାସ ଏବଂ ସମ୍ପାଦକ ରଞ୍ଜନ ରଥଙ୍କ ନେତୃତ୍ୱରେ ପ୍ରେସ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ମଝିଘରିଆଣି ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ୯କୋଟି ଟଙ୍କା ଅନୁଦାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି କ୍ଲବ ସଦସ୍ୟ । ରାୟଗଡ଼ା ଜିଲା ଏକ ଆଦିବାସୀ ଅଧୁଷିତ ଅଂଚଳ ହୋଇଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆନୁଷ୍ଠାନିକ ଭାବେ ୩୦୦ ଶଯ୍ୟାକୁ କାର୍ଯ୍ୟକ୍ଷମ କରିବା, ଜେଏସକୋ ଠାରୁ ଉଚ୍ଛେଦ ହୋଇ ସରକାରୀ ଖାତାକୁ ଫେରିଥିବା ଜମିରେ ମେଡ଼ିକାଲ କଲେଜ ସ୍ଥାପନା କରିବା, ସହରର ବିଭିନ୍ନ ସ୍ଥାନରେ ଖାଲି ପଡ଼ି ରହିଥିବା ଅବ୍ୟବହୃତ ସରକାରୀ ବାସଗୃହର ପୁନରୁଦ୍ଧାର, ଜିଆଇଏସିଆର କଲେଜ ନିକଟରେ ରହିଥିବା ସରକାରୀ ଜାଗାରେ ଆଉ ଏକ ଖେଳ ପଡ଼ିଆ ନିର୍ମାଣ, ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ନିର୍ମାଣ, ବସଷ୍ଟାଣ୍ଡର

ଉନ୍ନତିକରଣ ଓ ଅନ୍ୟାନ୍ୟ ଦାବି ଉଲେଖ ରହିଛି । ଏହି ଦାବିଗୁଡ଼ିକ ବିଷୟରେ ଜିଲାପାଳ ମନୋଜ ମହାଜନ କ୍ଲବର କର୍ମକର୍ତାଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏନେଇ ଜିଲ୍ଲାପାଳ ମହାଜନ ଅନୁଧ୍ୟାନ କରି ଆବଶ୍ୟକିୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଆଲୋଚନା ସମୟରେ ଉପସଭାପତି ସି ଏଚ ଶ୍ରୀନିବାସ , ବରିଷ୍ଠ ସଦସ୍ୟ ଗୋପ ରଞ୍ଜନ ବକ୍ସିପାତ୍ର , ସହ ସଂପାଦକ ଆଶିଷ ରଞ୍ଜନ ପଣ୍ଡା , ବରିଷ୍ଠ ସଦସ୍ୟ ସଂଗ୍ରାମ ପଟ୍ଟନାୟକ , ବାଲକୃଷ୍ଣ ପଟ୍ଟନାୟକ , ନାଗରାଜୁ , ଏସ ଦାମୋଦର ରାଓ , ପ୍ରସାନ୍ତ ପ୍ରଧାନ , କୃଷ୍ଣ ଦାଶ , ସନ୍ତୋଷ କୁମାର ସାହୁ , ନିତିନ ଚୌଧୁରୀ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.