ବ୍ଲକସ୍ତରୀୟ ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ

ଦେବଗଡ଼,୪ା:ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଶିକ୍ଷା ବିଭାଗ ଆନୁକୂଲ୍ୟରେ ତିଲେଇବଣି ସ୍ଥିତ ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବକୁ ତିଲେଇବଣି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ସିଂ ସାମାଡ, ବିଦ୍ୟାଧର ସାହୁ ଓ ତିଲେଇବଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାଳାମଣୀ ନାୟକ ମଂଚାସୀନ ରହି ଓଡିଆ ଭାଷା ସାହିତ୍ୟ ଓ ସୃଜନଶୀଳତା ସମ୍ପର୍କ ରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ତିଲେଇବଣି ବ୍ଲକର ୧୬ଟି କ୍ଲଷ୍ଟରରୁ ଚୟନ ହୋଇ ଆସିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ବକ୍ତୃତା, ଜଣାଅଜଣା ,ଚିତ୍ରାଙ୍କନ ଓ ଓଡିଆ କଳା ସଂସ୍କୃତି ଅଧାରିତ ଚିତ୍ରକଳା ପ୍ରଦର୍ଶନୀ ମେଳା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ଗୁଡିକରେ ବିଚାରକ ଭାବେ ସିଆର୍‌ସିସି ଉଦୟନାଥ ପ୍ରଧାନ, ଗୋପ ରଞ୍ଜନ ପ୍ରଧାନ, ଜଗନ୍ନାଥ ପୃଷେଠ, ଜନକ ପ୍ରସାଦ ସାହୁ, ସୁରେଶ ଚନ୍ଦ୍ର ପରିଡା, ବୁଲବୁଲ ଶେଖର ବିଶ୍ୱାଳ , ତ୍ରିଲୋଚନ କିସାନ, ନମିତା ନନ୍ଦ ଓଜୟଶ୍ରୀ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ପ୍ରତିଯୋଗିତା ଗୁଡିକର କୃତୀ ପ୍ରତିଯାଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶାନ୍ତନୁ କୁମାର ନାଥ ମଂଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନରେ ସିଆରସିସି ଅସୋକ କୁମାର ସାହୁ, ଦୁଷ୍ମନ୍ତ ସାମଲ, ଅଞ୍ଜନ କୁମାର ପ୍ରଧାନ ଓ କାର୍ଯୟାଳୟ ଏକାଉଂଟେଂଟ ରଞ୍ଜନ କୁମାର ନାୟକ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.