କରଲଗା କପ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଡେରେଙ୍ଗ ସଂଗ୍ରାମ ଫାଇଟର ଚମ୍ପିୟାନ

ଦେବଗଡ଼ : ରିଆମାଳ ବ୍ଲକ କରଲଗା ଗ୍ରାମ ପଂଚାୟତ ସଦର ମହକୁମାରେ କରଲଗା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୬ ଦିନିଆ କରଲଗା କପ୍ କ୍ରିକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି ।ଆଜିର ଫାଇନାଲ ମ୍ୟାଚରେ ଅନୁଗୁଳ ଜିଲା ବାଗଡିଆ ର ବିସିଏକୁ ୨୭ ରନରେ ପରାସ୍ତ କରି ଅନୁଗୁଳ ଜିଲା ଡେରେଙ୍ଗ ର ସଂଗ୍ରାମ ଫାଇଟର ଚମ୍ପିୟାନ ହୋଇଛି । ଆଜି ସଂଧ୍ୟାରେ କରଲଗା କ୍ରିକେଟ କ୍ଲବର ସଭାପତି ବିନୋଦ ବିହାରୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଓ ସମ୍ମାନୀତ ଅତିଥି ଭାବେ ବୁଢାପାଳ ଗ୍ରାମ ପଂଚାୟତର ସମିତି ସଦସ୍ୟ ଲିଙ୍ଗରାଜ ସାହୁ ଯୋଗଦେଇ ଚମ୍ପିୟାନ ସଂଗ୍ରାମ ଫାଇଟର ଓ ରନର୍ସ ଅପ୍ ବିସିଏକୁ ଟ୍ରଫି ସହ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ କ୍ଲବର ସମ୍ପାଦକ ଗୋପବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତା ଆୟୋଜନରେ କ୍ଲବର ସଦସ୍ୟ ଅବିନାଶ ରାଉତ, ସୂର୍ଯ୍ୟକାନ୍ତ ସେଠି, ଲିପୁନ ବେହେରା ଓ ସୁନୀଲ ସେଠି ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.