ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଆର,ଉଦୟଗିରି : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖ ଯୋଜନା କରିଥିବା ବେଳେ ଏହାଦ୍ବାରା ସାଧାରଣ ଗରିବ ଲୋକେ ବହୁ ଉପକୃତ ହେଉଛନ୍ତି। ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ନିଦେଶରେ ଶୁକ୍ରବାର ରୁ ଗଜପତି ଜିଲ୍ଲାର ତିନିଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାଶଙ୍କ ନେତୃତ୍ବରେ ମୋହନା ନିର୍ବାଚନ ମଣ୍ଡଳୀର ଆର,ଉଦୟଗିରି ବ୍ଲକର ଛେଲାଗଡ ଗ୍ରାମରେ ସଳ୍ପ ଲୋକଙ୍କୁ ନେଇ ଏହା ଶୁଭାରମ୍ଭ କରାଯାଇଥିଲା । ଏହାପରେ ଶନିବାର ନୁଆଗଡ ବ୍ଲକର ବଡପଦା ଗ୍ରାମପଞ୍ଚାୟତ ହୋଇଥିଲା । ପାରଳାଖେମଣ୍ଡି ନିର୍ବାଚନ ମଣ୍ଡଳୀର କାଶିନଗର ବ୍ଲକର ଖାରଡା ଗ୍ରାମପଞ୍ଚାୟତର ଧାନସରା ଗ୍ରାମରେ ବିଜେଡିର ସଳ୍ପ କର୍ମୀଙ୍କୁ ନେଇ ଜିଲ୍ଲା ସଭାପତି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ ଠାରେ ଜିଲ୍ଲା ଯୁବ ସଭାପତି, ଯୁବନେତା,ଉପସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି, ତିରୁପତି ରାଓ, ରାଜ୍ୟ ସମ୍ପାଦକ, ଛାତ୍ର ସଭାପତି, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ, ସଭାପତି ଓ ସଳ୍ପ ବା ହାତଗଣିତି କର୍ମୀ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଛେଳାଗଡ ଗ୍ରାମ ଆରମ୍ଭ ଦିନ ବିଜେଡି ଜୀଲ୍ଲା ସଭାପତି ସୁଚନା ଦେଇଥିଲେ ଏହି କାର୍ଯ୍ୟକ୍ରମ ମାର୍ଚ ୫ତାରିଖ ଅଥାତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏଁ ଚାଲୁ ରହିବ ବୋଲି ଜିଲ୍ଲା ସଭାପତୀ ଶ୍ରୀଦାସ କହିଛନ୍ତି ।

nis-ad
Leave A Reply

Your email address will not be published.