ବ୍ଲକ ସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଉମରକୋଟ : ସୂଚନାପ୍ରକାରେ ଆଜି ଉମରକୋଟ ସ୍ଥାନୀୟ ନୋଡାଲ ଏସ.ଏସ. ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି | ଏହି ଉପଲକ୍ଷେ ଆୟୋଜିତ ଚିତ୍ରାଙ୍କନ, କୁଇଜ, ବକୃତା,ନାଚ, ଗୀତର ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ତଥା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର | ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବହୁ ଶିକ୍ଷାର୍ଥୀ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ, ଅଭିଭାବକ ବୃନ୍ଦ, ଏବଂ ବିଚାରକ ମଣ୍ଡଳୀ, ସମସ୍ତ ଅତିଥି ବୃନ୍ଦ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବତାରଣା କରିଥିଲେ | ଜୁନିୟର ଓ ସିନିୟର ସ୍ତରୀୟ ପ୍ରତିଯୋଗିତାରେ ଶିକ୍ଷାର୍ଥୀ ବୃନ୍ଦ ଅତି ଉତ୍ସାହର ସହ ଅଂଶ ଗ୍ରହଣ କରିଥିଲେ, ତତ୍ପରେ ଉଦଯାପନ ସମାରୋହରେ ଗୋଷ୍ଠି ଶିକ୍ଷା ଅଧିକାରୀ | ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ତ୍ରୟ ଶ୍ରୀ ପୁରୁଷୋତ୍ତମ ମାଝୀ, ଶ୍ରୀମତି ସୁଶୀଳା ଯୋଦ୍ଦାର ଓ ଶ୍ରୀ ଦେବେନ୍ଦ୍ର କୁମାର ବାଘ, ସମ୍ମାନିତ ଅତିଥି ଆସନ ଗ୍ରହନ କରିଥିଲେ | କୃତି ପ୍ରତିଯୋଗୀକୁ ଅତିଥିବୃନ୍ଦ ସିଲଡ଼ ପ୍ରଦାନ କରିଥିଲେ ପ୍ରତି ବିଭାଗରେ ତିନିଜଣ ଶିକ୍ଷାର୍ଥୀଙ୍କୁ ପୁରୁସ୍କୃତ କରାଯାଇଥିଲା, ତନ୍ମଧରୁ ପ୍ରଥମ ସ୍ଥାନ ହାସଲ କରିଥିବା ମୋଟ ୬ଜଣ ଶିକ୍ଷାର୍ଥୀ ଆସନ୍ତା କାଲି ଆର. ସି. ଡ଼ି ହାଇସ୍କୁଲ ନବରଙ୍ଗପୁର ଠାରେ ଆୟୋଜିତ ହେବାକୁଥିବା ଜିଲ୍ଲା ସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦିୟାଯାଇଥିଲା, କାର୍ଯକ୍ରମରେ ସଫଳ ରୂପାୟନରେ ଶ୍ରୀ ଟୁଟୁବାବୁ ପଟ୍ଟନାୟକ, ବାବୁ ରାମ ପାତ୍ର, ସୁଜ୍ଞାନୀ ପ୍ରଧାନ, ସୁଦର୍ଶନ ହରିଜନ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ, ପରିଶେଷରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

nis-ad
Leave A Reply

Your email address will not be published.