ଉପଭୋକ୍ତାଙ୍କ ସପକ୍ଷରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗଙ୍କ ରାୟ

ବ୍ରହ୍ମପୁର : ବିଦ୍ୟୁତ୍ ଭିଜିଲାନ୍ସ ବିଭାଗ ଦ୍ୱାରା ଆଦାୟ କରାଯାଇଥିବା ଦେୟକୁ ପ୍ରତିମାସ ୬% ସୁଧ ଉପଭୋକ୍ତାଙ୍କ ଭବିଷ୍ୟତ ବିଲ୍ ରେ ଆଡଜଷ୍ଟମେଣ୍ଟ କରିବା ସହ ଉପଭୋକ୍ତା କେଟୋଗୋରିକୁ ସାଧାରଣ ବର୍ଗ ରୁ ପରିବର୍ତ୍ତନ କରି ଘରୋଇ ବର୍ଗ କରିବା ପାଇଁଁ ରାୟ ଦେଲେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ । ପ୍ରକାଶ ଥାଉକି, ବ୍ରହ୍ମପୁର ବାସିନ୍ଦା ଶ୍ରୀ ଦୁର୍ଗା ପ୍ରସାଦ ସାହୁ ଗତ ୪୫ ବର୍ଷ ହେବ ଏକ ଭଡାଘରେ ଜୀବିକା ଜୀବନ ପାଇଁ ଏକ ଛୋଟ ମିକ୍ସଚର ପ୍ରସ୍ତୁତ କରି ଚଳିଆସୁଥିଲେ । ଗତ ଅଗଷ୍ଟ ୨୦୨୨ ମସିହାରେ ଟିପିଏସ୍ଓଡିଏଲ୍ ର ବିଦ୍ୟୁତ୍ ଏନଫୋରସମେଣ୍ଟ ବିଭାଗ ତରଫରୁ ଯାଞ୍ଚ କରି ବିଦ୍ୟୁତ୍ ଆଇନ ର ୧୨୬ଧାରା ରେ ଟଙ୍କା ୩୬୯୮୮/- ବାନ୍ଦିବା ତଥା ଲିଖିତ ଆପତ୍ତି ଦାଖଲ ଓ ଶୁଣାଣି କରିବା ପାଇଁ ସେପ୍ଟେମ୍ବର ୨୦୨୨ ରେ ଚିଠି ଦେଇଥିଲେ । କିନ୍ତୁ ଆପତ୍ତି ଶୁଣାଣି ଦିନ, ଏନଫୋରସମେଣ୍ଟ ବିଭାଗ କୌଣସି ଆପତ୍ତି ଶୁଣିଲା ନାହିଁ ବରଂ ସମସ୍ତ ଦେୟ ପୈଠ କରିବା ପାଇଁ କହିଲେ ନତୁବା ବିଦ୍ୟୁତ୍ ବିଛିନ୍ନ କରିଦିଆଯିବ ବୋଲି ଧମକ ଦେଇଥିଲେ । ନଭେମ୍ବର ୨୦୨୨ ରେ ଉପଭୋକ୍ତା ଶ୍ରୀ ସାହୁ ପୁଣି ଲିଖିତ ଅଭିଯୋଗ ବିଦ୍ୟୁତ୍ ଏନଫୋରସମେଣ୍ଟ ବିଭାଗ କୁ ମିଟର ଓ ଘର ପୁନଃ ଯାଞ୍ଚ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ବିଦ୍ୟୁତ୍ ବିଭାଗ ନଭେମ୍ବର ୨୦୨୨ ରେ ବିଦ୍ୟୁତ୍ ବିଛିନ୍ନ କରିବା ପାଇଁ ନୋଟିସ୍ ଜାରି କରିଥିଲେ ଏବଂ ବିଦ୍ୟୁତ୍ ଉପଭୋକ୍ତା ଶ୍ରୀ ଦୁର୍ଗା ପ୍ରସାଦ ସାହୁ ବାଧ୍ୟ ହୋଇ ୮୨୧୬/-ଟଙ୍କା ବିଦ୍ୟୁତ୍ ବିଭାଗ ପାଖରେ ପୈଠ କରିଥିଲେ । ଏହି ଏକଚାଟିଆ ପଦକ୍ଷେପ ପାଇଁ ଶ୍ରୀ ଦୁର୍ଗା ପ୍ରସାଦ ସାହୁ ଜିଲ୍ଲା ଉପଭୋକ୍ତା ଆୟୋଗ ଙ୍କ ଠାରେ ଉପଭୋକ୍ତା ଅଭିଯୋଗ ସଂଖ୍ୟା: ସିସି ୧୧୯/୨୦୨୨ ସେହି ମାସରେ ହିଁ ଦାଖଲ କରିଥିଲେ । ବିଦ୍ୟୁତ୍ ବିଭାଗ ନିଜ ପ୍ରତିବାଦରେ ଉପଭୋକ୍ତା ଆୟୋଗ ଙ୍କ ଠାରେ ଦାଖଲ କରିଥିଲେ ଯେ, ଧାରା ୧୨୬ ରେ ଶୁଣାଣି ପରେ ଅସ୍ଥାୟୀ ମୂଲ୍ୟାଙ୍କନ ୩୬୯୮୮/- ଟଙ୍କା କୁ ସଂଶୋଧନ କରି ସ୍ଥାୟୀ ମୂଲ୍ୟାଙ୍କନ ରୂପେ ୨୧୦୯୨/- ଟଙ୍କା ପୈଠ କରିବା ପାଇଁ ଉପଭୋକ୍ତା ଶ୍ରୀ ସାହୁ ଙ୍କୁ ଚିଠି ବିଦ୍ୟୁତ୍ ଏନଫୋରସମେଣ୍ଟ ବିଭାଗ ଜାରି କରି ଉକ୍ତ ଦେୟ ପୈଠ କରିବା ସହ ଉପଭୋକ୍ତାଙ୍କ ର ବିଦ୍ୟୁତ କେଟୋଗୋରିକୁ ଘରୋଇ ବିଦ୍ୟୁତ୍ ସେବାରୁ ରୁ ସାଧାରଣ ବର୍ଗ କୁ ପରିବର୍ତ୍ତନ କରିଦେଇ ମାସିକ ବିଲ୍ ଜାରି କରିଥିଲେ। ତତପରେ ବିଦ୍ୟୁତ୍ ଏନଫୋରସମେଣ୍ଟ ବିଭାଗ ଉପଭୋକ୍ତାଙ୍କ ଚିଠି କୁ ଆଧାର କରି ଘରକୁ ପୁନଃ ଯାଞ୍ଚ କରିଥିଲେ ଏବଂ ପୁନଃ ସ୍ଥାୟୀ ମୂଲ୍ୟାଙ୍କନ କୁ ୧୬୪୩୨/-ଟଙ୍କା ରେ ପରିବର୍ତ୍ତନ କରିଥିଲେ କିନ୍ତୁ ତାହା ସ୍ଥାୟୀ ମୂଲ୍ୟାଙ୍କନ ବୋଲି କୌଣସି ନିର୍ଦ୍ଦିଷ୍ଟ ନୋଟିସ୍ ଉପଭୋକ୍ତାଙ୍କ ପାଖକୁ ପଠାଇନଥିଲେ ।
ଉଭୟ ପକ୍ଷ ତରଫରୁ ଉପସ୍ଥାପିତ ପ୍ରମାଣ ଓ ଶୁଣାଣି କରି ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ବିଦ୍ୟୁତ୍ ଏନଫୋରସମେଣ୍ଟ ବିଭାଗ ଓ ସବ୍ ଡିଭିଜନାଲ ଅଫିସର ଙ୍କ ଦ୍ଵାରା ଆଦାୟ କରାଯାଇଥିବା ୮୨୧୬/- ଟଙ୍କା ସହ ମାସିକ ୬% ସୁଧ ନଭେମ୍ବର ୨୦୨୨ ଠାରୁ ପ୍ରକୃତରେ ସମସ୍ତ ଟଙ୍କା ଫେରସ୍ତ ହେବା ପର୍ଯ୍ୟନ୍ତ ତଥା ଭବିଷ୍ୟତ ବିଲ୍ ରେ ଆଡଜଷ୍ଟମେଣ୍ଟ କରିବା ସହ ଉପଭୋକ୍ତାଙ୍କ କେଟୋଗୋରିକୁ ସାଧାରଣ ବର୍ଗ ରୁ ପରିବର୍ତ୍ତନ କରି ଘରୋଇ ବର୍ଗ କରିବା ପାଇଁ ରାୟ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.