ଲୋକପ୍ରିୟ ଯୁବନେତା ତଥା ବିଜେପି ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାରଙ୍କ ଅକାଳ ବିୟୋଗ

ବ୍ରହ୍ମପୁର, ୩/୨ : ଲୋକପ୍ରିୟ ଯୁବ ନେତା ତଥା ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାରଙ୍କ ୪୬ ବର୍ଷ ବୟସ ହୃଦଘାତରେ ଅକାଳ ବିୟୋଗ ଘୋଟିଛି । ଏହି ଦୁଃଖଦ ଖବର ସମଗ୍ର ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ସ୍ତବ୍ଧ କରିଦେଇଛି । ସକାଳେ ଆକସ୍ମିକ ଦେହାନ୍ତ ଖବର ଶୁଣି ସ୍ୱର୍ଗତ ରାଜେନ୍ଦ୍ରଙ୍କ ଗାନ୍ଧୀନଗର ସ୍ଥିତ ନିଜ ବାସଭବନକୁ ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବରିଷ୍ଠ ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ଜିଲ୍ଲା ସଭାପତି ଡ଼ା.ସୁବାଷ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ମନୋଜ ପଟ୍ଟନାୟକ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥି,ବାଳକୃଷ୍ଣ ସାମନ୍ତରା,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ନାୟକ,କର୍ପୋରେଟର ରଞ୍ଜିତା ବେହେରା,ବନିତା ସାହୁ,ପୂର୍ବତନ କର୍ପୋରେଟର ରଞ୍ଜିତ ପଟ୍ଟନାୟକ,ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,କେ.ଟୁଙ୍ଗୁରୁ ପାତ୍ର,ଡ଼ା.ଅମୂଲ୍ୟ ଚୌଧୁରୀ,ପ୍ରବୀର ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ବର୍ଷା ବିଦ୍ୟୁସ୍ମିତା,ସୁଶିଳା ମଲ୍ଲିକ,ନିବେଦିତା ପାଢ଼ୀ,ଏସ୍.ରାଣୀ,ଡ଼ି.ସୁରେଶ ରେଡ଼ୀ,କେ.ରବି ରାଓ,କମଲ୍ ପାତ୍ର,କିଶୋର କୁମାର ସାହୁ,ଏସ୍.ଶ୍ରୀନିବାସ,ଜି.ବିଜୟ ପାତ୍ରଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ରାଜେନ୍ଦ୍ରଙ୍କୁ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଜେନ୍ଦ୍ରଙ୍କ ମର ଶରୀରରେ ଦଳୀୟ ନେତୃବୃନ୍ଦ ଦଳୀୟ ବିଜେପି ପତାକା ପକେଇ ତାଙ୍କୁ ସମ୍ମାନ ଜଣାଇଥିଲେ । ବରିଷ୍ଠ ନେତା ବିଭୂତି ଭୂଷଣ ଜେନା ଏବଂ କାହ୍ନୁ ଚରଣ ପତିଙ୍କ ସମେତ ଦଳୀୟ ନେତୃବୃନ୍ଦ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏନ୍.ରାଜେନ୍ଦ୍ର କୁମାର ଜଣେ ସୁଦୃଢ଼ ସଂଗଠକ ଥିଲେ । ପୂର୍ବରୁ ସେ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ବିଭିନ୍ନ ପଦ ପଦବୀରେ ରହି ଆସିଥିଲେ । ତାଙ୍କ ବିୟୋଗରେ ଦଳର ଅପୂରଣୀୟ କ୍ଷତି ହୋଇଛି ବୋଲି ଦଳୀୟ ନେତୃବୃନ୍ଦ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକ ବାର୍ତ୍ତାରେ ଏନ୍.ରାଜେନ୍ଦ୍ରଙ୍କ ଅକାଳ ବିୟୋଗରେ ସେ ଦୁଃଖିତ ଏବଂ ମର୍ମାହତ ବୋଲି କହିବା ସହ ସେ ଜଣେ ପରିଶ୍ରମୀ ଯୁବ କାର୍ଯ୍ୟକର୍ତ୍ତା ଏବଂ ଦଳୀୟ କାମରେ ସର୍ବଦା ତତ୍ପର ରହୁଥିଲେ । ରାଜେନ୍ଦ୍ର ଭଳି ସ୍ନେହି ପିଲା ଦୁନିଆରୁ ଏତେ ଶୀଘ୍ର ବିଦାୟ ନେବ ବିଶ୍ଵାସ କରି ହେଉନାହିଁ ବୋଲି କହିଥିଲେ । ତାଙ୍କ ବିୟୋଗରେ ଆମ ଦଳ ଜଣେ କର୍ମନିଷ୍ଠ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ହରାଇଲା ବୋଲି ପ୍ରକାଶ କରିଛନ୍ତି । ସେହିଭଳି ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ରାଜେନ୍ଦ୍ର କୁମାରଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ରାଜେନ୍ଦ୍ର ଜଣେ ଯୁବ ଆଇନଜୀବୀ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ବହୁ ଆଇନଜୀବୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ,ବହୁ ସାମ୍ୱାଦିକ,ବିଭିନ୍ନ ସଂଗଠନର ବହୁ ସଦସ୍ୟ ତାଙ୍କ ଶେଷ ଦର୍ଶନ କରିଥିଲେ । ବିଜିପୁର ସ୍ଥିତ ଶ୍ମଶାନରେ ଏନ୍.ରାଜେନ୍ଦ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

nis-ad
Leave A Reply

Your email address will not be published.