ଚୋରି ସନ୍ଦେହ କରି ଯୁବକଙ୍କୁ ପିଟିପଟି ହତ୍ୟା, ଦୁଇ ଭାଇ ଗିରଫ, କାର ଜବତ !

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ପଣ୍ଡାଢାବା ପଛପଟେ ଜଣେ ଯୁବକଙ୍କୁ ଚୋରି ସନ୍ଦେହରେ ପିଟିପିଟି ଦୁଇ ଜଣ ହତ୍ୟା କରିଛନ୍ତି | ମୃତକ ହେଲେ ସେନ୍‌କା ଲାକ୍ରା ୪୦ ବର୍ଷ ! ପୁଲିସ ଆଜି ଦୁଇ ଅଭିଯୁକ୍ତ ସୁରେଶ ପଣ୍ଡା ଓ ସନ୍ତୋଷ ପଣ୍ଡା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ବୀରମିତ୍ରପୁର ଦେଇ ଯାଇଥିବା ଜାତୀୟ ରାଜପଥ କଡରେ ରହିଛି ସୁରେଶ ପଣ୍ଡାଙ୍କ ଏକ ଢାବା ! ଏହି ଢାବାରୁ ଗତକିଛି ଦିନ ତଳେ ଲୁହାଛଡ଼ ଚୋରି ହୋଇଥିଲା | ଏହି ଲୁହାଛଡ଼ ସେନ୍‌କା ଚୋରି କରିଥିବା ଦୁଇ ଭାଇ ସନ୍ଦେହ କରି ଶୁକ୍ରବାର ସକାଳେ ତାଙ୍କୁ ଢାବାକୁ ଡାକିଥିଲେ ! ଢାବା ପଛପଟକୁ ନେଇ ସେନ୍‌କାଙ୍କ ହାତଗୋଡ଼କୁ ରାଶିରେ ବାନ୍ଧି ଏକ ବାଉଁଶ ବାଡ଼ିରେ ନିସ୍ତୁକ ପିଟିଥିଲେ ସେହି ସମୟରେ ସେନ୍‌କାଙ୍କ ସାନଭାଇ ଜେନା ଲାକ୍ରା ସେଠାରେ ପହଞ୍ଚି ଭାଇକୁ ନ ପିଟିବା ଲାଗି କହିଥିଲେ | ହେଲେ ସୁରେଶ ଓ ସନ୍ତୋଷ ତାଙ୍କୁ
ଗାଳିଗୁଲଜ କରିବା ସହ ପିଟିବା ଲାଗି ଗୋଡ଼ାଇ ଥିଲେ | ଭୟରେ ସେ ଦୌଡ଼ି ପଳାଇ ଯାଇଥିଲେ | ସେନ୍‌କା ସେଠାରେ ଅଚେତ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ନେବା ଲାଗି ଦୁଇ ଭାଇ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ | ଆମ୍ବୁଲାନ୍ସ ସେଠାରେ ପହଞ୍ଚିଥିଲା ମାତ୍ର ସେତେବେଳକୁ ସେନ୍‌କାଙ୍କ ମୃତ୍ୟୁ ଘଟିଥିଲା ! କିଛି ଉପାୟ ନପାଇ ଦୁଇ ଭାଇ ନିଜ କାରରେ ସେନ୍‌କାଙ୍କୁ ଆଣି କୁଆରମୁଣ୍ଡା ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ ! ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ଜାଣିବାକୁ ପାଇଥିଲେ ଯେ ତାଙ୍କର ମୃତ୍ୟୁ ଘଟି ! ଡାକ୍ତର ଏ ନେଇ ତୁରନ୍ତ କୁଆରମୁଣ୍ଡା ଫାଣ୍ଡିକୁ ସୂଚନା ଦେଇଥିଲେ | ମୃତକ ସାନିକା ଙ୍କ ଛଟ ଭାଇ ଜେନା ଲାକ୍ରା ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ଯାଇ ଛାନଭିନ କରିବା ପରେ ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହୃତ ରସି, ବାଉଁଶ ବାଡ଼ି, ଓ ପ୍ଲାଷ୍ଟିକ୍ ବାଡ଼ିକୁ ପୁଲିସ ଜବତ କରିଛି | ଅଭିଯୋଗ ହେବାର 24 ଘଣ୍ଟା ମଧ୍ୟରେ ବୀରମିତ୍ରପୁର ପୁଲିସ ଅଭିଯୁକ୍ତ ଦୁଇ ଭାଇଙ୍କୁ ଧରିବା ସହ କୋର୍ଟ ଚାଲାଣ କରିବାରେ ସଫଳତା ହାସଲ କରିଛି | ଏହା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଥିବା ପୁଲିସ ପକ୍ଷରୁ ପ୍ରକାଶ |

nis-ad
Leave A Reply

Your email address will not be published.