ଅଡବା ପୁଲିସକୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଲାଗି ୪ ବର୍ଷ ଲାଗିଲା

ଆର,ଉଦୟଗିରି(ମନୋଜ କୁମାର ପାଢୀ) : ପରକୀୟ ପ୍ରାତିକୁ ପ୍ରାତିକୁ କେନ୍ଦ୍ରକରି ପ୍ରେମିକ ସହ ମିଶି ନିଜ ସ୍ବାମୀଙ୍କୁ ହତ୍ୟା କରି ଫିଙ୍ଗି ଦେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁଖ୍ୟ ଖଳନାୟକଙ୍କୁ ଅଡବା ପୁଲିସ ଗିରଫ କରିବା ୪ ବର୍ଷ ଲାଗିଗଲା । ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା ପିପିଲି ଥାନାର ବାଗେଶ୍ବରପୁର ଗାଁର ବିଜୟ ସାମନ୍ତର । ୨୦୨୦ ଜାନୁୟାରୀ ୧ରେ ଘଟିଥିଲା ଏହି ହତ୍ୟାକାଣ୍ଡ ଟି ଘଟିଥିଲା ।
ସୁନାଯୋଗ୍ୟ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅଫିସର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଯୁବରାଜ ଚାନ୍ଦ । ବଗେଶ୍ବରପୁର ଗ୍ରାମର ବିଜୟ ମୁନିଗୁଡା ରହି ଫଳ ବ୍ୟବସାୟ କରୁଥିଲେ । ଏହି ସମୟରେ ଯୁବରାଜଙ୍କ ପତ୍ନୀ ନିବେଦିତାଙ୍କ ସହିତ ବିଜୟଙ୍କ ପ୍ରେମ ସମ୍ପର୍କ ଗଢି ଉଠାଥିଲା । ହେଲେ ଏଥିରେ ସ୍ବାମୀ କଣ୍ଟା ସାଜୁଥିଲେ । ତେଣୁ ସ୍ବାମୀ କଣ୍ଟା ସାଜୁଥିଲେ । ତେଣୁ ସ୍ବାମୀ ଯୁବରାଜଙ୍କ ହାଟଇବା ପାଇଁ ସ୍ତ୍ରୀ ନିବେଦିତା ଓ ପ୍ରେମିକ ବିଜୟ ମିଶି ଯୋଜନା କରିଥିଲେ । ଜଣେ ସୁପାରିକଲରଙ୍କୁ ୩୦ ହଜାର ଟଙ୍କା ଦେଇ ଜାନୁୟାରୀ ୧ରେ ଘରେ ହତ୍ୟା କରି ମୃତ୍ୟୁଦେହକୁ ଏକ ବେଡସିଟରେ ଗୁଡାରୀ ଅଡବା ଥାନା ନିକଟରେ ଫିଙ୍ଗି ଦେଇଥିଲେ । ପୁଲିସ ରକ୍ତ ଜୁଡୁବୁଡୁ ମୃତଦେହକୁ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲେ ।ସ୍ତ୍ରୀ ନିବେଦିତା ଓ ଦୁଇ ସହଯୋଗୀ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଖରିଡା ଗ୍ରାମର ପ୍ରମୋଦ କୁମାର ବେହେରା, ଆସ୍କା ଥାନା ଖଣଭୋଗ ଗ୍ରାମର ଅନିଲ କୁମାର ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ସେହିଦିନ ଠାରୁ ମୁଖ୍ୟ ଅଭିଯୁକ୍ତ ବିଜୟ ତାମିଲାଡୁ ପକାଇ ଯାଇଥିଲେ । ନିକଟ ବିଜୟ ଗ୍ରାମକୁ ଆସିଥିବା ଖବର ପାଇ ଅଡବା ପୁଲିସ ଏକ ଟିମ ଶୁକ୍ରବାର ବାଗେଶ୍ବରପୁର ଗାଁକୁ ବିଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

nis-ad
Leave A Reply

Your email address will not be published.