ପବିତ୍ର ମୋହନ ସ୍ମାରକୀ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଉଦଯାପିତ : ଜବଲପୁରକୁ ପରାସ୍ତ କରି ହରିଆନା ଚମ୍ପିୟାନ

ଦେବଗଡ଼,୨ା୨:ବାରକୋଟ ବ୍ଲକ ଅନ୍ତର୍ଗତ କଲା ଗ୍ରାମ ପଂଚାୟତ ସଦର ମହକୁମା ସ୍ଥିତ ଭଲିବଲ ଷ୍ଟାଡିୟମ ଠାରେ କଲା ଭଲିବଲ ଏସୋସିଏସନ ଆନୁକୂଲ୍ୟରେ ପବିତ୍ର ମୋହନ ସ୍ମାରକୀ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶର ଜବଲପୁର ଭଲିବଲ ଦଳକୁ ୨-୦ ସେଟରେ ପରାସ୍ତ କରି ହରିୟାନା ଭଲିବଲ କ୍ଲବ ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚକୁ ରେଫରୀ ଭାବେ ଜାତୀୟ ଭଲିବଲ ଏସୋସିଏସନ୍ ଦ୍ୱାରା ସ୍ୱିକୃତୀ ପ୍ରାପ୍ତ ରେଫରୀ ବି.ବି. ରଥ ଓ ସଞ୍ଜୀବ କୁମାର ଚାନ୍ଦ ପରିଚାଳନା କରିଥିଲେ । ବିଜୟ ଦେହୁରୀ ଓ ସନ୍ତୋଷ ଦଳବେହେରା ମ୍ୟାଚ ଗୁଡିକର ଧାରାବିବରଣୀ ପ୍ରଦାନ କରିଥିଲେ । ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁ ଫିତାକାଟି ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ । ରାତ୍ରୀରେ ଆୟୋଜକ କଲା ଭଲିବଲ ଏସୋସିଏସନର ସଭାପତି ସୌମ୍ୟ ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୂଖ୍ୟଅତିଥି ଭାବେ କଲା ଗ୍ରାମ ପଂଚାୟତର ସରପଂଚ ତଥା ଦେବଗଡ ଜିଲା ସରପଂଚ ସଂଘର ସଭାପତି ସତ୍ୟ ନାରାୟଣ ପାଣି ଯୋଗଦେଇ ଚମ୍ପିୟାନ ହରୟାନା ଭଲିବଲ କ୍ଲବ ଓ ରନର୍ସ ଅପ୍ ଜବଲପୁର ଭଲିବଲ ଦଳକୁ ପବିତ୍ର ମୋହନ ସ୍ମାରକୀ ଟ୍ରଫି ସହ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବାରକୋଟ ଜୋନ-୩ର ଜିଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପାଣି, ଜିଲା ବିଜେପି ସଭାପତି ଅରୁଣ କୁମାର ସାହୁ,ଜିଲା ଭଲିବଲ ଏସୋସିଏସନ୍‌ର ସମ୍ପାଦକ ବସନ୍ତ କୁମାର ସାହୁ,୪ର୍ଥ ଆଇଆର ବାଟାଲିଅନର କମାଣ୍ଡାଂଟ, ପ୍ରହଲ୍ଲାଦ ପ୍ରଧାନ ଓ ସୁରେଶ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଶେଷରେ ବିଜୟ କୁମାର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଟୁର୍ଣ୍ଣାମେଂଟ ଆୟୋଜନରେ ଆୟୋଜକ କଲା ଭଲିବଲ କ୍ଲବର ସମ୍ପାଦକ ବଳରାମ ଦ୍ୱିବେଦୀ, ଉପଦେଷ୍ଟା ବରୁଣ କୁମାର ସାହୁ, ସୂର୍ଯ୍ୟକାନ୍ତ ସାହୁ, ହେମସାଗର ପ୍ରଧାନ, ରିତୁ ସାହୁ ଓ ଅଜୟ କୁମାର ସାହୁଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସକ୍ରୀୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.