ମତଦାନ କେନ୍ଦ୍ର ପରିବର୍ତନ ପାଇଁ କୁଡାନାଳୀ ଗ୍ରାମବାସୀଙ୍କ ଦାବୀ

ଦେବଗଡ଼,୨ା୨:ଛେପିଲିପାଲି ଗ୍ରାମ ପତିର୍ବେ ନିକଟସ୍ଥ ବସାଲଇ ଗ୍ରାମ ପଂଚାୟତର ଯେକୌଣସି ସ୍ଥାନରେ ଥିବା ମତଦାନ କେନ୍ଦ୍ରରେ ମତଦାନ ପାଇଁ ସୁଯୋଗ ଦେବା ପାଇଁ ଛେପିଲିପାଲି ଗ୍ରାମ ପଂଚାୟତର କୁଡାନାଳି ଗ୍ରାମବାସୀ ଦାବୀ ଜଣାଇଛନ୍ତି । ଶୁକ୍ରବାର ଦେବଗଡ ଜିଲା କଂଗ୍ରେସ ସଭାପତି ସେମ ହେମ୍ରମ, କୁଡାନାଳି ଗ୍ରାମର ଦି୍‌ଲିପ କାଲୋ ଓ ଦୁଷ୍ମନ୍ତ ଭୋଇଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏମର୍ମରେ ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି ।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କୁଡାନାଳି ଗ୍ରାମରେ ମୋଟ ୨୫ଟି ପରିବାର ବସବାସ କରୁଥିବା ବେଳେ ସେମାନଙ୍କର ଭୋଟର ପରିଚୟ ପତ୍ର, ଆଧାର କାର୍ଡ ,ଖତିଆନ ଓ ଅନ୍ୟାନ୍ୟ ପ୍ରମାଣପତ୍ର ସବୁ ବାରକୋଟ ବ୍ଲକ ଅନ୍ତର୍ଗତ ବସାଲି ଗ୍ରାମ ପଂଚାୟତ ଅଧିନରେ ନାମିତ ରହିଛି । ଏଣୁ ଆଗାମୀ ନିର୍ବାଚନରେ ଛେପିଲିପାଲି ପରିବର୍ତେ କୁଡାନାଳି ଗ୍ରାମ ନିକଟସ୍ଥ ବସାଲଇ ଗ୍ରାମ ପଂଚାୟତର ଯେ କୌଣସି ମତଦାନ କେନ୍ଦ୍ରରେ ମତଦାନର ବ୍ୟବସ୍ଥା କଲେ ସେମାନେ ଉପକୃତ ହୋଇପାରିବେ ବୋଲି ଉକ୍ତ ଦାବୀପତ୍ରରେ ଉଲ୍ଲେଖ କରିଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.