ଦକ୍ଷିଣାଞ୍ଚଳ ଆଇଜି ଭାବେ ଆଜି ଦାୟିତ୍ବ ନେଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ଜୟନାରାୟଣ ପଙ୍କଜ

ବ୍ରହ୍ମପୁର : ଆଜି ପୂର୍ବାହ୍ନ ୧୧ଟା ସମୟରେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜୟନାରାୟଣ ପଙ୍କଜ । ସେଠାରେ ପୂର୍ବତନ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ଜୟନାରାୟଣ ପଙ୍କଜ ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ବାଲେଶ୍ବର ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛି । ନୂତନ ଭାବେ ଦାୟିତ୍ବ ନେଇଥିବା ଜୟନାରାୟଣ ପଙ୍କଜଙ୍କୁ ପୂର୍ବାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସପି ଜଗମୋହନ ମୀନା ଓ ବ୍ରହ୍ମପୁର ଏସପି ଡ଼ା.ସ୍ରବଣ ବିବେକ ଏମ ସ୍ବାଗତ କରିଥିଲେ । ଜନ ସାଧାରଣ କିଭଳି ଅଧିକରୁ ଅଧିକ ସୁବିଧା ଯୋଗାଇ ଦିଆଯାଇପାରିବ ସେ ନେଇ ଗୁରୁତ୍ବ ଦିଆଯିବା ବୋଲି ଆଇଜି ଶ୍ରୀ ପଙ୍କଜ କହିଥିଲେ। ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ କରାଯିବ ତାହାକୁ ମଧ୍ୟ ଗୁରୁତ୍ବ ଦିଆଯିବ । ଦକ୍ଷିଣାଞ୍ଚଳ ରେଞ୍ଜରେ ରହିଥିବା ଥାନା ଅଞ୍ଚଳରେ କିଭଳି ଚୋରି ଡ଼କାୟତି ଭଳି ଅପରାଧିକ କାର୍ଯ୍ୟକଳାପ ବନ୍ଦ ହୋଇପାରିବ ସେଥିପ୍ରତି ଅଧିକା ଦୃଷ୍ଟି ଦିଆଯିବ । ସେହିଭଳି କନ୍ଧମାଳ, ବୌଦ୍ଧ, ମାଲକାନାଗିରି ଅଞ୍ଚଳ ଗୁଡ଼ିକରେ କିଭଳି ନକ୍ସଲ ମାନଙ୍କ କାର୍ଯ୍ୟକଳାପକୁ ବନ୍ଦ କରାଯିବା ସହିତ ସେଠାରେ ଅଧିକରୁ ଅଧିକ ପୋଲିସ ମୁତୟନ କରାଯିବ ସେଠିକାର ଲୋକେ କିଭଳି ଶାନ୍ତିଶୃଙ୍ଖଳାର ସହିତ ଜୀବନଯାପନ କରି ପାରିବେ ତାହାକୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି।

nis-ad
Leave A Reply

Your email address will not be published.