ଗୁପ୍ତିରେ ଲୁଣା ଜଙ୍ଗଲ ନିଆଁ ସମନ୍ଧୀୟ ପ୍ରଶିକ୍ଷଣ ଓ ଜନ ସଚେତନତା ଶିବିର


ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ସଦର ବନାଞ୍ଚଳର ଗୁପ୍ତି ଫରେଷ୍ଟର ଶ୍ରୀ ବିଭୁତି ଭୂଷଣ ତରାଇଙ୍କ ଆୟୋଜନ ତଥା ରେଞ୍ଜର ଶ୍ରୀ ଚିତ୍ତରଞ୍ଜନ ବେହୁରାଙ୍କ ସଂଯୋଜନାରେ ଗୁପ୍ତି ସିସିଆରସି ଗୃହରେ ଜଙ୍ଗଲ ନିଆଁ ସମନ୍ଧୀୟ ପ୍ରଶିକ୍ଷଣ ଓ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଶିଵିରରେ ମୁଖ୍ୟ ଅତିଥି ଭାବେ ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ଗୋପିନାଥ ଯାଦବଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠାନିକ ଭାବେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି ।ଜଙ୍ଗଲରେ ଯେପରି ନିଆଁ ନ ଲାଗିଵ ଏଵଂ ଅକସ୍ମାତ ନିଆଁ ଲାଗିଲେ ତାହା କିପରି ପ୍ରତିହତ କରାଯାଇ ନିଆଁ ଦାଉରୁ ଲୁଣା ଜଙ୍ଗଲ ରକ୍ଷା ହୋଇପାରିବ,ସେନେଇ ଡିଏଫଓ ଶ୍ରୀ ସୁଦର୍ଶନ ଗୋପିନାଥ ଯାଦବ ଜଙ୍ଗଲ ସୁରକ୍ଷା କବଚର ଗୁରୁମନ୍ତ୍ର ଏହି ଶିବିରରେ ଜନସାଧାରଣଙ୍କ ପାଇଁ ପ୍ରଶିକ୍ଷଣ ଓ ସଚେତନତାର ବାର୍ତ୍ତା ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏସିଏଫ ଶ୍ରୀ ମାନସ ରଞ୍ଜନ ଦାସ, ପୁନମ ହୀରା ହାଁସଦା, ଓ ଗଗନ ବିହାରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ନିଆଁ ଦାଉରୁ ଲୁଣା ଜଙ୍ଗଲ ସୁରକ୍ଷା ଉପରେ ଵିଶଦ ଭାଵେ ସଚେତନତା କରାଇଥିଲେ। ଏହି ଶିବିରରେ ୪ଟି ରେଞ୍ଜରୁ ରେଞ୍ଜ ଅଫିସର ଓ ଫରେଷ୍ଟରମାନେ ଯୋଗ ଦେଇଥିବା ବେଳେ ଇଡିସି ସଭ୍ୟ ସଭ୍ୟା, ମିଶନ ଶକ୍ତିର ସଭ୍ୟ ସଭ୍ୟା, ଏବଂ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ,ସମାଜ ସେବୀ, ଓସ୍ଡମାର ଆପଦ ମିତ୍ର ସମିର କୁମାର ପ୍ରଧାନ ଓ ଜନସାଧାରଣ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗୁପ୍ତି ଫରେଷ୍ଟରଙ୍କ ସମେତ ଵନକର୍ମଚାରୀ ତ୍ରୀଦେଵି କୁମାର ପ୍ରଧାନ, ସଜେନ୍ଦ୍ର ଵାଗ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.