ହାଇୱା ଦୁର୍ଘଟଣାରେ ମୃତକ ହରିଶ୍ଚନ୍ଦ୍ର ଘରେ ପହଁଚିଲେ ପ୍ରାକ୍ତନ ବିଧାୟକ ଅଂଶୁମାନ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ପଞ୍ଚାୟତ ନୂଆଗାଁ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନୁଆଗାଁର ହରିଶ୍ଚନ୍ଦ୍ର ପାଣ୍ଡବ(୫୨) ମୃତ୍ୟୁ ଘଟିଛି। ସୋମବାର ସକାଳେ କ୍ଷୀର ବିକ୍ରିକରି ସ୍କୁଟିରେ ଘରକୁ ଫେରୁଥିବା ସମୟରେ ରାଜନଗର ଅଭିମୁଖେ ଦୃତ ଗତିରେ ଆସୁଥ‌ିବା ହାଇଓ୍ବା ନଂ- ଓଡି-୦୪-ଟି- ୧୩୩୦ ସାଇକେଲରେ ଆସୁଥ‌ିବା ଦୁଇଜଣ ସ୍କୁଲ ପିଲାଙ୍କୁ ଧକ୍କା ଦେବାରୁ ସେମାନେ ରାସ୍ତା କଡରେ ପଡିଯିବାରୁ ବଂଚି ଯାଇଥିଲେ । ତାପରେ ହାଇଓ୍ବା ନିୟନ୍ତ୍ରଣ ହରାଇ ସ୍କୁଟି ଉପରେ ଚଢି ଯାଇଥିଲା ଘଟଣାସ୍ଥଳରେ ଚାଳକ ହରିଶ୍ଚନ୍ଦ୍ର ମୃତ୍ୟୁ ବରଣ କରିଥିଲେ। ଦୁଃଖଦ ଖବର ପାଇ ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି ଆଜି ଭୂଵନେଶ୍ବରରୁ ଆସି ମୃତକ ହରିଶ୍ଚନ୍ଦ୍ରଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମଵେଦନା ଜଣାଇଥିଲେ। ସେହିପରି ସମାଜସେବୀ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସମ୍ପାଦକ ତଥା ଶିକ୍ଷାବିତ୍ ଲକ୍ଷ୍ମୀଧର ଲେଙ୍କାଙ୍କ ମୃତ୍ୟୁ ଖବର ପାଇ ଦୂରେରେ ଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶରେ ବ୍ଲକ ସଭାପତି ଦେଵେନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ବହୁ କର୍ମୀ ଶେଷ ଦର୍ଶନ କରିଥିଲେ। ଆଜି ମଧ୍ୟ ପ୍ରାକ୍ତନ ଵିଧାୟକ ଅଂଶୁମାନ ମହାନ୍ତି ସ୍ବର୍ଗତ ଲକ୍ଷ୍ମୀଧର ଲେଙ୍କାଙ୍କ ଇଶ୍ବରପୁରୁ ସ୍ଥିତ ଵାସଭଵନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଆଲୋଚନା କରି ତାଙ୍କ ଦୁଃଖରେ ସମଵେଦନା ଜଣାଇ ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ । ଶ୍ରୀଯୁକ୍ତ ମହାନ୍ତିଙ୍କ ସହ ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ଜେନା, ପିସିସି ସଭ୍ୟ ସନ୍ତୋଷ କୁମାର ମହାନ୍ତି, ରବିନ୍ଦ୍ର କୁମାର ରାଉତ, ଦାମଦର ମହାନ୍ତି, ଅନନ୍ତ ଚରଣ ସେଠି ,ସରୋଜ ଜେନା,ମାଗୁଣି ଚରଣ ଲେଙ୍କା ପ୍ରମୁଖ ମୃତକଙ୍କ ପରିବାରକୁ ସାକ୍ଷାତ କରି ସମଵେଦନା ଜଣାଇଛନ୍ତି।

nis-ad
Leave A Reply

Your email address will not be published.