ଘନ କୁହୁଡି ହେଲା କାଳ : ଯାତ୍ରୀବାହୀ ଅଟୋ ଓଲଟି ୪ ଗୁରୁତର…

ହିଞ୍ଜିଳିକାଟୁ : ମଙ୍ଗଳବାର ଭୋର ପ୍ରାୟ ୫ଘଣ୍ଟା ସମୟରେ ହିଞ୍ଜିଳି ଥାନା ବାଦିଆମ୍ବଗାଁ ନିକଟରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ ଏଏଲ ୫୩୯୮)ଓଲଟି ପଡି ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମାନେ ହେଲେ ବ୍ରହ୍ମପୁର ସଦର ଥାନା ଆଙ୍କଶପୁର ଗ୍ରାମର ଅଟୋ ଚାଳକ ମୁନା ସାହୁ (୩୪), ଶାନ୍ତି ସାହୁ (୬୦), ଲକ୍ଷ୍ମୀ ସାହୁ (୨୭) ଓ ରାଜେଶ୍ବରୀ ସାହୁ (୩୦) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୨ଟି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଅଟୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ।‌ ପ୍ରକାଶ ଯେ, ମଙ୍ଗଳବାର ଭୋର ସମୟରେ ବ୍ରହ୍ମପୁର ସଦର ଥାନା ଆଙ୍କଶପୁର ଗ୍ରାମର ଏକ ପରିବାରର ୮ ଜଣ ସଦସ୍ୟ ପୂଜାର୍ଚ୍ଚନା ସକାଶେ ତାରାତାରିଣୀଙ୍କ ପୀଠକୁ ଯାତ୍ରାରମ୍ଭ କରିଥିଲେ। ଘନକୁହୁଡି ଯୋଗୁଁ ହିଞ୍ଜିଳି ଥାନା ବାଦିଆମ୍ବଗାଁ ନିକଟରେ ଚାଳକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଏକ ପିଲରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ସଂପୃକ୍ତ ପରିବାରର ଅଟୋ ଚାଳକ ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ୫ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

nis-ad
Leave A Reply

Your email address will not be published.