ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିସଭା

ଦେବଗଡ,୨୯ା୧,:ପଶ୍ଚିମ ଓଡିଶାର ଜଣାଶୁଣା ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଦେବଗଡ କବାଡି କମିଟୀ ପକ୍ଷରୁ ସ୍ଥାନୀୟ ସେଂଟର ଫର କଲଚର କଲୟଣ ମଣ୍ଡପରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଦେବଗଡ କବାଡି କମିଟୀର ସମ୍ପାଦକ ଉମାଶଙ୍କର ସାହୁଙ୍କ ଆବାହକତ୍ୱ ଓ ପରିଚାଳନାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, କେନ୍ଦୁଲିଭ ୱେଲଫେୟାର ବୋର୍ଡର ଉପଦେଷ୍ଟା ସଂଜିତ ମହାନ୍ତି, ଜିଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ସାମଲ,କାଉନଶିଲର ପ୍ରମିଳା ବେହେରା ଓ ସଞ୍ଜୁକ୍ତା ଆଚାର୍ଯ୍ୟ, ବରିଷ୍ଠ ନାଗରିକ ମାର୍କଣ୍ଡେଶ୍ୱର ଶତପଥି, ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କର ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ ,ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରାକ୍ତନ ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ନାୟକ, ବରିଷ୍ଠ ସାମ୍ବାଦିକ ମିତ୍ରଭାନୁ ମହାପାତ୍ର, ବରିଷ୍ଠ ଆଇନଜୀବୀ ମନୋଜ କୁମାର ପାଢୀ ଓ ସ୍ୱର୍ଗତ ନବ ଦାସଙ୍କ ଭାଇ ରାଜକିଶୋର ଦାସ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଦିବଂଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ୱର୍ଗତ ଦାସଙ୍କର ସ୍ମୃତିଚ୍ଚାରଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ତିଲେଇବଣି ବ୍ଲକର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ଦ୍ୱିବେଦୀ,ଜିଲା କୃଷକ ସଂଘର ସଭାପତି ପ୍ରମୋଦ କୁମାର ଝାଙ୍କର, ସୁଧିର କୁମାର କପରଦାର ପ୍ରମୁଖ ସ୍ୱର୍ଗତ ନବ ଦାସଙ୍କର ସ୍ମୃତିଚ୍ଛାରଣ କରିବାସହ ତାଙ୍କର ବହୁମୂଖି ପ୍ରତିଭା ଓ ପଶ୍ଚିମ ଓଡିଶାର ବିାକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଦେବଗଡ କବାଡି କମିଟୀର କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।ସ୍ମୃତି ସଭା ଆୟୋଜନରେ ଦେବଗଡ କବାଡି କମିଟୀର ଉପ ସଭାପତି ପ୍ରତାପ କିଶୋର ନାୟକ ଓ ଆଇନ ପରାମର୍ଶଦାତା ବିକାଶ କୁମାର ପ୍ରଧାନ ସମେତ ସମସ୍ତ ସଦସ୍ୟ ସକ୍ରୀୟ ସହଯୋଗ କରିଥିଲେ । ଆଜିର ଏହି ସ୍ମୃତି ସଭାରେ ବହୁ ବୁଦ୍ଧିଜୀବୀ, ଆଇନଜୀବୀ, ସାହିତ୍ୟିକ, ସାମ୍ବାଦିକ , କ୍ରୀଡାବିତ , କ୍ରୀଡାପ୍ରେମୀ ଓ ବିଭିନ୍ନ ରାଜନୈତିକ ଦଳର ବହୁ ନେତା ଓ ନିର୍ବାଚିତ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.